ହେଡଲାଇନସ୍:

ମାହାଙ୍ଗା ବ୍ଲକ ବିଭିନ୍ନ ପଞ୍ଚାୟତର ବିକାଶପାଇଁ ଆମ ଓଡିଶା ନବୀନ ଓଡିଶା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ :

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ୫ଶହ ୩୨ଟି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ପାଇଁ ୧୮କୋଟି ୫୦ଲକ୍ଷ ଟଙ୍କା ଅନୁଦାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

 (ମାହାଙ୍ଗା-ଶାସକ ପ୍ରଶାସକ): ଓଡ଼ିଶା ବିକାଶର ସାରଥୀ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରୁ ଆଭାସୀ ଯୋଗେ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅଞ୍ଚଳର ପ୍ରତ୍ୟେକ ଗ୍ରାମ ପଞ୍ଚାୟତର ବିକାଶ ପାଇଁ 'ଆମ ଓଡିଶା ନବୀନ ଓଡିଶା' କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି l ଏହି କାର୍ଯ୍ୟକ୍ରମରେ ମାହାଙ୍ଗା ବ୍ଲକ ଅଞ୍ଚଳର ପ୍ରତି ପଞ୍ଚାୟତକୁ 50 ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରାଯାଇଛି l ଏହି ଅବସରରେ ମାହାଙ୍ଗା ବ୍ଲକର ସମସ୍ତ ପଞ୍ଚାୟତ ପାଇଁ ମୋଟ ୫ଶହ ୩୨ଟି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ପାଇଁ ୧୮କୋଟି ୫୦ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି l ଏହି ଆଭାସୀ କାର୍ଯ୍ୟକ୍ରମରେ 5ଟି ସଚିବ ଭିକେ ପାଣ୍ଡିଆନ ଙ୍କ ନିର୍ଦେଶ କ୍ରମେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କ ପ୍ରତିନିଧି କୁରୁଜଙ୍ଗା ସରପଞ୍ଚ କମଳାକାନ୍ତ ଦାସ ପ୍ରତିନିଧିତ୍ବ କରି ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଂଚଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫ଟି ସଚିବ ଭିକେ ପାଣ୍ଡିଆନ ସାର ଙ୍କୁ କୃତଜ୍ଞତା ଜଣାଇବା ସହ 'ଆମ ଓଡିଶା ନବୀନ ଓଡିଶା' ଯୋଜନା ମୁଖ୍ୟମନ୍ତ୍ରୀ ଙ୍କ ଏକ ନବଦିଗନ୍ତ ବିକାଶମୂଳକ ଯୋଜନା ବୋଲି ପ୍ରକାଶ କରିଥିଲେ l ଏହି ଯୋଜନା ଦ୍ୱାରା ଗ୍ରାମାଞ୍ଚଳର ବହୁ ବିକାଶ ହୋଇପାରିବ, ବିଶ୍ୱପ୍ରେମ,ଶାନ୍ତି, ସଦଭାବନା, ସମାନତା, ଜାତି, ଧର୍ମ, ନିର୍ବିଶେଷରେ ଏହା ସମସ୍ତଙ୍କୁ ନିଜର କରିପାରିବ ପ୍ରକାଶ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ମାହାଙ୍ଗା ବ୍ଲକ ଉନ୍ନୟନ ଅଧିକାରୀ ଅମୀୟ କୁମାର ପଣ୍ଡା, ବ୍ଲକ ଅଧକ୍ଷା ଦୀପା ମଲିକ, ଉପାଧକ୍ଷ ସତ୍ୟନାରାୟଣ ମହାନ୍ତି, ବିଧାୟକଙ୍କ ବ୍ୟକ୍ତିଗତ ସହଯୋଗୀ ଉମାକାନ୍ତ ବିଶ୍ଵାଳ, ଯୁବ ନେତା ଅମିୟ କୁମାର ନାୟକ ଙ୍କ ସମେତ ବ୍ଲକ କର୍ମଚାରୀ , ବିଜୁ ଜନତା ଦଳ କର୍ମୀ, ହଜାର ହଜାର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା, ସରପଞ୍ଚ, ସମିତିସଭ୍ୟ ଏବଂ ବହୁ ଜନସାଧାରଣ ମାନେ ଉପସ୍ଥିତ ରହି ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଯୁଗାନ୍ତକାରୀ ଯୋଜନା ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ସ୍ୱାଗତ କରିଥିଲେ l

0
0
0
s2sdefault