ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୧୯/୧୦/୨୩ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଅବକାରୀ ବିଭାଗ ପକ୍ଷରୁ ଆଜି ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିବା ବେଳେ ଜଣେ ବ୍ୟକ୍ତି ଙ୍କୁ ଦେଶି ମହୁଲି ମଦ ଚୋରା କାରବାର ସମୟରେ ଜଣଙ୍କୁ ଗିରଫ କରିଛନ୍ତି। ଉକ୍ତ ବ୍ୟେକ୍ତି ନିକଟରୁ ୧୫ ଲିଟର ଦେଶି ମହୁଲି ମଦ ଜବତ କରାଯାଇଛି । ଗିରଫ ଆସାମୀ ଜଣକ ଡାବୁଗାଁ ଅବକାରୀ ଥାନା ଅନ୍ତର୍ଗତ ଚିକିଲି ଗ୍ରାମ ର ଅମର ସିଂ ଗୋଡ଼ ( ୨୫) ବୋଲି ଜଣା ପଡିଛି . ଜିଲ୍ଲା ଅବକାରୀ ଅଧିକ୍ଷକ ଗଙ୍ଗା ପାଇକ ରାୟ ଙ୍କ ନିର୍ଦ୍ଦେଶ କ୍ରମେ ଉମରକୋଟ ଅବକାରୀ ରେଞ୍ଜ ଇନ୍ସପେକ୍ଟର ହରିହର ସିଂ ଙ୍କ ତତ୍ତ୍ଵାବଧାନରେ ଆଜି ଡାବୁଗାଁ ଅବକାରୀ କର୍ମଚାରୀ ମାନେ ଡାବୁଗାଁ ଅବକାରୀ ଅଞ୍ଚଳ ର ବିଭିନ୍ନ ସ୍ଥାନରେ ପେଟ୍ରଲିଙ୍ଗ କରୁଥିବା ସମୟରେ ଆଜି ଦିନ ୧୦ ଘଣ୍ଟ ସମୟରେ ଚିକିଲି ଗ୍ରାମ ର ଅମର ସିଂ ଗୌଡ ବେଆଇନ ଭାବେ ଘର ପଛ ପଟେ ଦେଶି ମହୁଲି ମଦ ବ୍ୟେବସାୟ କରୁଥିଲା। ସନ୍ଦିଘ୍ଡ ବ୍ୟକ୍ତି ଉପରେ ଅବକାରୀ କର୍ମଚାରୀ ସନ୍ଦେହ କରି ଘର ପଛପଟେ ଦେଖିବା ସମୟରେ ଭୟରେ ଅମର ସିଂ ସେଠାରୁ ଦୌଡ଼ି ଖସି ଯିବାକୁ ଚେଷ୍ଟା କରିଥିଲେ। ତେବେ ଅବକାରୀ କର୍ମଚାରୀ ମାନେ ଅମର ସିଂ କୁ କାବୁ କରିଥିଲେ। ଆସାମୀ ନିକଟରୁ ୧୫ ଲିଟର ଚୋରା ଦେଶି ମହୁଲି ମଦ ଜବତ କରାଯାଇଥିଲା। ଆସାମୀ କୁ ଗିରଫ କରି କେସ ନ ୧୨୬/୨୩/୨୪ ରେ ଅବକାରୀ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଏହି ଚଡାଉ ରେ ଡାବୁଗାଁ ଅବକାରୀ ଓଆଇସି ବୁଲୁ ପାତ୍ର ,ଏ ଏସ ଆଇ ସୁରେନ୍ଦ୍ର କୁମାର ପଣ୍ଡା, କର୍ମଚାରୀ ନାରାୟଣ ମୁଦୁଲି, ଶ୍ରୀକାନ୍ତ ବିଶୋଇ ଓ ସୁରେଖା ଭତରା ପ୍ରମୁଖ ସାମିଲ ଥିଲେ ।
ରାଜ୍ୟ
୧୫ ଲିଟର ଦେଶୀ ମଦ ଜବତ , ଜଣେ ଗିରଫ
- Hits: 246








