ହେଡଲାଇନସ୍:

ପୁର୍ବତନ ମନ୍ତ୍ରୀ ସ୍ୱର୍ଗତ ଲକ୍ଷ୍ମଣ ମଲ୍ଲିକଙ୍କ ନବମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,ତା-୧୯.୧୦.୨୦୨୩/ସୁମନ୍ତ କୁମାର ଦାସ: ଜଗତସିଂହପୁର, ଆଦିକବି ସାରଳା ଦାସ ସଂସ୍କୃତି ଭବନ ପରିସରରେ ପୂର୍ବତନ ମନ୍ତ୍ରୀ, ସାଂସଦ, ଜଗତସିଂହପୁର ର ପ୍ରଥମ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସ୍ୱର୍ଗତ ଲକ୍ଷ୍ମଣ ମଲ୍ଲିକଙ୍କ ନବମ ଶ୍ରାଦ୍ଧ ବାର୍ଷିକୀ 'ଲକ୍ଷ୍ମଣ ମଲ୍ଲିକ ସ୍ମୃତି କମିଟି', ଜଗତସିଂହପୁର ଆନୁକୁଲ୍ୟରେ ମହାସମାରୋହରେ ରେ ପାଳିତ ହୋଇ ଯାଇଛି । ସ୍ମୃତି କମିଟିର ସଭାପତି ବିପ୍ଳବ ଚୌଧୁରୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥି ରୂପେ ପୂର୍ବତନ ମନ୍ତ୍ରୀ ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ,ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ,ସମ୍ମାନୀୟ ଅତିଥି ଭାବେ ପୁର୍ବତନ ବିଧାୟକ ରବିନ୍ଦ୍ର କୁମାର ମଲ୍ଲିକ, ପୂର୍ବତନ ବିଧାୟକ ଲଲଟେନ୍ଦୁ ମହାପାତ୍ର, ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ,ଜଗତସିଂହପୁର ପୌର ପରିଷଦ ଅଧକ୍ଷା ଅର୍ଚ୍ଚନା ସିଂହ, ବରିଷ୍ଟ ଆଇନଜୀବୀ ରବିନ୍ଦ୍ର ନାଥ ମହାନ୍ତି,ସ୍ମୃତି କମିଟିର ଆବାହକ ତଥା ପୂର୍ବତନ ଜିଲ୍ଲା ପରିଷଦ ସଭାପତି ନଟବର ବାରିକ, ପିସିସି ସଭ୍ୟ ଇଂ ନଳିନୀ କୁମାର ସ୍ୱାଇଁ, ସୁପ୍ରିମକୋର୍ଟ ର ବରିଷ୍ଠ ଆଇନଜୀବି ଡଃ ସୁଶାନ୍ତ କୁମାର କାନୁନଗୋ,ସ୍ୱର୍ଗତ ମଲ୍ଲିକଙ୍କ ସୁକନ୍ୟା ତଥା ସ୍ମୃତି କମିଟିର ସମ୍ପାଦିକା ପ୍ରତିମା ମଲ୍ଲିକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସ୍ବର୍ଗତ ଲକ୍ଷ୍ମଣ ମଲ୍ଲିକଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ l ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେବାକୁ ସମ୍ମତି ଦେଇଥିବା ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର ପାରିବାରିକ ସମସ୍ୟା ପାଇଁ ଆସିନପାରିଥିଲେ ମଧ୍ୟ ସ୍ବର୍ଗତ ଲକ୍ଷ୍ମଣ ମଲ୍ଲିକଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କ ଦ୍ଵାରା ଲିଖିତ ବାର୍ତ୍ତା ପଠାଇଥିଲେ,ଯାହାକୁ ସ୍ମୃତି କମିଟିର ଆବାହକ ନଟବର ବାରିକ ପାଠ କରିଥିଲେ। ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବତନ ମନ୍ତ୍ରୀ ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ସ୍ୱର୍ଗତ ମଲ୍ଲିକଙ୍କ ଜୀଵନ ଦର୍ଶନ, ସମାଜସେବା ଓ ଜନ ହିତକର କାର୍ଯ୍ୟ ସମ୍ପର୍କରେ ଗଭୀର ଆଲୋକପାତ କରିଥିଲେ।ଜଣେ ଦରଦୀ ହୃଦୟର ଜନ ନେତା ଭାବେ କେବଳ ଜଗତସିଂହପୁର ନୁହେଁ ସାରା ଓଡ଼ିଶାରେ ତାଙ୍କର ବ୍ୟକ୍ତିତ୍ବର ପରକାଷ୍ଠା ସବୁଦିନ ପାଇଁ ଅମର ହୋଇ ରହିବି ବୋଲି ମୁଖ୍ୟବକ୍ତା ଭାବେ ଯୋଗଦେଇ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ କୁମାର ଶତପଥୀ ତାଙ୍କର ଅଭିଭାଷଣରେ ଉଲ୍ଲେଖ କରିବା ସହ ଆଧୁନିକ ଜଗତସିଂହପୁରର ନବ ନିର୍ମିତା ଭାବେ ସ୍ୱଗୀୟ ମଲ୍ଲିକଙ୍କର ଅବଦାନ ସବୁଦିନ ପାଇଁ ଅକ୍ଷୁର୍ଣ୍ଣ ହୋଇ ରହିବ ବୋଲି ମତପ୍ରକାଶ କରିଥିଲେ। ସ୍ମୃତି କମିଟି ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବ୍ୟକ୍ତିବିଶେଷ ଯଥା -ସମାଜସେବା କ୍ଷେତ୍ରରେ ରାଜକିଶୋର ଗୋଛାୟତ, ବରିଷ୍ଠ ନାଗରିକ ଧୃବଚରଣ ପଟ୍ଟନାୟକ, ଜଗତସିଂହପୁର ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷା ଶୈଳବାଳା ସାମନ୍ତରାୟ ,ବିରିଡ଼ି ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷା ଜୋସ୍ନାରାଣୀ ଦାସ, ବରିଷ୍ଠ ରାଜନେତା ବିଧାନ ଜେନା, ଜଗତସିଂହପୁର ପୌର ପରିଷଦର ପାରିଷଦ ତଥା ବରିଷ୍ଠ ନାରୀ ନେତ୍ରୀ ପ୍ରତିମା ମଞ୍ଜରୀ ସିଂହ,ବିଶିଷ୍ଟ ସମବାୟବିତ ଉପେନ୍ଦ୍ର ଗୋଛାୟତ ପ୍ରମୁଖ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ କୁନି ପ୍ରତିଭା ଅମ୍ରିତା ନାୟକଙ୍କୁ ବିଶେଷ ଭାବରେ ସମ୍ମାନିତ କରାଯାଇଥିଲା।
ସ୍ମୃତି କମିଟିର ଉପ ସଭାପତି ଅଭୟ କୁମାର ମହାନ୍ତି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅନ୍ୟତମ ଉପସଭାପତି ପ୍ରଦୀପ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ପ୍ରତ୍ୟୁଷରେ କଲେଜ ଛକ ଗଣେଶ ଘାଟ ଠାରେ ତିଳ ତର୍ପଣ କରା ଯିବା ସହ ପୌର ପରିଷଦ କାର୍ଯାଳୟ ଠାରେ ସ୍ୱର୍ଗତ ମଲ୍ଲିକ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା।ଏହି ଶ୍ରଦ୍ଧାଞ୍ଜଳି ସଭାରେ ଗୌରାଙ୍ଗ ଚରଣ ହୋତା,ଶ୍ରୀକାନ୍ତ ଚୌଧୁରୀ,କମ୍ରେଡ ବାସୁଦେବ ଷଡ଼ଙ୍ଗୀ,ଅଭୟ କୁମାର ନାୟକ,ନାରାୟଣ ସାମଲ,ଦେବୀ ପ୍ରସାଦ ଚୌଧୁରୀ,ପ୍ରସନ୍ନ କୁମାର ସାମନ୍ତରାୟ, ପୂର୍ଣଚନ୍ଦ୍ର ପରିଡ଼ା,ଦୀପ୍ତିରାଣୀ ପ୍ରଧାନ, ପ୍ରଶାନ୍ତ କୁମାର ମଲ୍ଲିକ,ମିନୁ ଚୌଧୁରୀ, ପ୍ରିୟମ୍ବଦା ପାଣି, ସରୋଜ ମହାପାତ୍ର,କ୍ରିନସପ୍ରିୟା ପରିଜା,ଲିପକ ସାହୁ,କୃଷ୍ଣଚନ୍ଦ୍ର ପ୍ରଧାନ,ଲିପୁ ମହାନ୍ତି, ସ୍ବର୍ଗତ ଲକ୍ଷ୍ମଣ ମଲ୍ଲିକଙ୍କ ନାତି ମିଥଲେସ ମଲ୍ଲିକ,ନିକଲେସ ମଲ୍ଲିକ,ବରିଷ୍ଠ ନେତା ଲକ୍ଷ୍ମୀ ନାରାୟଣ ସାମନ୍ତରାୟ, ଅଦ୍ଵୈତ କୁମାର ଜେନା, ସୁଦର୍ଶନ ବେହେରା,ଧନଞ୍ଜୟ ସୁତାର,ନିରଞ୍ଜନ ସେନ, ଡକ୍ଟର ଜଗଦାନନ୍ଦ ବେହେରା,ସମିର ଖୁଣ୍ଟିଆ,ସର୍ବେଶ୍ୱର ପଣ୍ଡା,ବଲ୍ଲଭାନନ୍ଦ ସ୍ବାଇଁ, ଆର୍ତ୍ତତ୍ରାଣ ପଣ୍ଡା,ଦୀପ୍ତି ରଞ୍ଜନ ସାହୁ, ପୂର୍ଣଚନ୍ଦ୍ର ପ୍ରଧାନ,, ନିରଞ୍ଜନ ମହାପାତ୍ର,ସୁବାସ ସାହୁ, ରଜନୀ କାନ୍ତ ଚୌଧୁରୀ, କ୍ରିନ୍ସ ପ୍ରିୟା ପରିଜା, ପ୍ରବୀର ପରିଜା,ପ୍ରଶାନ୍ତ ମହାପାତ୍ର,ପ୍ରତାପ ମହାନ୍ତି,ଅତୁଲ୍ୟ ବିଶ୍ବାଳ, ହିମାଂଶୁ ଭୁଷଣ ପରିଡ଼ା,ସୂର୍ଯ୍ୟକାନ୍ତ ସାହୁ,ସାଗରିକା ଦାଶ, ସିଦ୍ଧାର୍ଥ ତ୍ରିପାଠୀ, ଦେବେନ୍ଦ୍ର ବେହେରା, ନିହାର ରଞ୍ଜନ ନାୟକ,ଭଗତ ତାରେଣିଆ,ସେକ ଅମନ୍ୟୁସ ସଜେଦିନ, ଅବଦୁଲ ନସିମ ଖାଁ,ଟୁକୁ ଭୋଇ,ସିବୁଦତ୍ତ ମଲ୍ଲିକ ,ପ୍ରମୋଦ ସାହୁ,ଅଞ୍ଜନ ସାମଲ, ଅଵନିକାନ୍ତ ମହାରଣା, ସଞ୍ଜୀବ ସ୍ୱାଇଁ, ସ୍ୱସ୍ତିକ ମିଶ୍ର, କୈଳାସ ଦାସ,, ସଞ୍ଜୀବ ସ୍ୱାଇଁ, ମାନସ ରଥ, ଟୁଟୁ ମଲ୍ଲିକ, ନାରାୟକ କାନୁନଗୋ, ମାନସ ରଥ, ସଂଜିବ ମିଶ୍ର, ଜିତେନ୍ଦ୍ର ତାରେଣିଆ,ସରତ ତ୍ରିପାଠୀ, ହିମାଂଶୁ ବେହେରା, ନିମାଇଁ ନାୟକ,ବିପିନ ଦାସ,ଦିଲ୍ଲିପ ସିଂହ,ମାନସ ପଣ୍ଡା, ଜଗଦାନନ୍ଦ ପଢ଼ିଆରୀ,ରାଜା ପରିଡ଼ା, ରୁଦ୍ର ପ୍ରସାଦ ବାରିକ , ଦିଲ୍ଲିପ ମହାନ୍ତି,ଉପେନ୍ଦ୍ର ଦାସ, ରଶ୍ମି ରଞ୍ଜନ ତ୍ରିପାଠୀ,ପ୍ରବୀର ପରିଜା,ସୂଯ୍ୟକାନ୍ତ ସାହୁ, ଦାଶରଥି ସ୍ୱାଇଁ, ଜଗନ୍ନାଥ ସେଠୀ ,ଦ୍ବାରିକା ପ୍ରସାଦ ମହାନ୍ତି,ପ୍ରଭାକର ଜେନା,ସରୋଜ ନାୟକ,ନାଥ କାଣ୍ତି, ଭାସ୍କର ମଲ୍ଲିକ,ହିଫଜୁଲ ରହେମାନ,ଆଲୋକ ଦାସ, ଜୀବନ ଜେନା,ମୁରଲିଧର ଭୋଇ, ଚିତ୍ତରଞ୍ଜନ ସେଠୀ,ପ୍ରମୁଖ ଯୋଗଦାନ କରି ଶ୍ରଦ୍ଧାଞ୍ଜଳୀ ସଭାକୁ ସଫଳ କରିଥିଲେ।

0
0
0
s2sdefault