ହେଡଲାଇନସ୍:

ମାଙ୍କ ଆଗମନ ପାଇଁ ସଜେଇ ହେଉଛି ଭଞ୍ଜନଗର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଞ୍ଜନଗରରୁ ଉଦୟନାଥ ପଣ୍ଡା: ଚଳିତ ବର୍ଷ ମାଁ ଦୂର୍ଗା ଙ୍କ ଧରାବତରଣ ରେ ପ୍ରକମ୍ପିତହୋଇ ଝଲସି ଉଠିବ ଭଞ୍ଜମାଟି ଭଞ୍ଜନଗର ସହର। ସେଥିପାଇଁ ମାଁ ଆଦିଶକ୍ତି ଙ୍କ ସ୍ଥାୟୀ ପିଠ ସହିତ, ଭଞ୍ଜନଗର ସହରର ପ୍ରମୁଖ ଚାରି ଗୋଟି ଅସ୍ଥାୟୀ ପିଠର ସାଜସଜ୍ଜା ତ୍ବରାନ୍ବିତ ହେବାକୁ ଲାଗିଛି। ମନେହେଉଛି ମଣ୍ଡପ ମାନଙ୍କ ସାଜସଜ୍ଜା ରେ କାରିଗରମାନେ ପ୍ରତିଯୋଗିତାରେ ଲାଗି ପଡିଛନ୍ତି। ସହରର ଅସ୍ଥାୟୀ ପିଠ ମାନଙ୍କ ମଧ୍ୟରେ ଖାଲାସିସାହି ରେଡ୍ କ୍ରସ୍ ରୋଡ଼ ର ବିଶ୍ଵଜନନୀ ଦୁର୍ଗାପୂଜା, ଜଳସମ୍ପଦ ବିଭାଗ ପରିସରରେ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ( ବି.ଡେ.କା ), ଓଡ଼ିଶା ରାଜ୍ୟ ପରିବହନ ନିଗମ ( ଓ. ଏସ. ଆର୍. ଟି. ସି ) ଏବଂ ଭଞ୍ଜସାହିତ୍ୟ ପରିଷଦର ସାର୍ବଜନୀନ ଦୁର୍ଗାପୂଜା ଅନ୍ୟତମ।

ମାଁ ଜଗତଜନନୀ ମହିଷାସୁର ମର୍ଦ୍ଧିନୀ ପାପଵିନାସିନୀ ମା ଦୂର୍ଗା ଧରାପୃଷ୍ଠକୁ ଅବତରଣ କରିବେ। ସେଥିନିମନ୍ତେ ପ୍ରକୃତି ଠାରୁ ଆରମ୍ଭ କରି ମନୁଷ୍ୟ ପର୍ଯ୍ୟନ୍ତ ସମସ୍ତେ ଆନନ୍ଦିତ ଓ ଚଳଚଞ୍ଚଳ ହୋଇଉଠିଛନ୍ତି। ମା ଦୂର୍ଗା ଙ୍କ ଦଶହରା ପର୍ବ ଆଉ ଅଳ୍ପ କିଛି ଦିନ ଥିବାବେଳେ, ତତ୍ ସଂଗେ ସଂଗେ ଜନସାଧାରଣ ମନରେ ଉତ୍ସାହ ମଧ୍ୟ ବଢ଼ିବାରେ ଲାଗିଛି। ବିଭିନ୍ନ ପୂଜାମଣ୍ଡପ ରେ ମୃତ୍ତି ନିର୍ମାଣ ସହ ମେଢ଼ ମାନଙ୍କ ର ସାଜସଜ୍ଜା ପ୍ରାୟତଃ ଶେଷହେବାକୁ ବସିଲାଣି। ମୂଖ୍ୟତଃ ଭଞ୍ଜନଗର ସହରର ୪ ଗୋଟି ଅସ୍ଥାୟୀ ପୂଜା ମଣ୍ଡପରେ ଅଷ୍ଟମୀ ତିଥିରେ ମାଁ ଙ୍କ ପୁଜା ଆରମ୍ଭ ହେବାକୁ ଥିବାରୁ ପୂଜା କମିଟି ପକ୍ଷରୁ ମନୋଲୋଭା ସାଜସଜ୍ଜା ସହିତ ସୁ ଉଚ୍ଚ ତୋରଣ ତିଆରି ପାଇଁ ତତ୍ପରତା ଦେଖାଦେଇଛି। ଭଞ୍ଜନଗର ଖାଲାସିସାହି ର ଦୂର୍ଗା ପୂଜା ଉତ୍ସବ ଦୀର୍ଘ ଷାଠିଏ ବର୍ଷରୁ ଉର୍ଦ୍ଧ ହେବ ଅନୁଷ୍ଠିତ ହୋଇଆସୁଛି। କିନ୍ତୁ ଶାନ୍ତୁନୁ କୁମାର ଦାଶ ଙ୍କ ପୌରହିତ୍ୟରେ ବିଶ୍ଵଜନନୀ ଦୁର୍ଗାପୂଜା ୪୫ ବର୍ଷ ରେ ପଦାର୍ପଣ କରିଛି। ଏଠାରେ ମାଁ ଙ୍କ ବିରାଟ ଉଚ୍ଚ ଓ କମନୀୟ ମୃଣ୍ମୟୀ ମୂର୍ତ୍ତି ଜନସାଧାରଣଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ।

ସେହିପରି ଭଞ୍ଜନଗର ସହରରେ, ଜଳସମ୍ପଦ ବିଭାଗ ପରିସରରେ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ " ବିଡେକା" ପକ୍ଷରୁ ଏବର୍ଷ ୬୯ ଫୁଟ ଉଚ୍ଚ ଆକର୍ଷଣୀୟ ତୋରଣ ନିର୍ମାଣ ଚାଲିଛି। ଚଳିତ ବର୍ଷ କୁ ମିଶାଇ ଏହି ଉତ୍ସବ ୫୫ ବର୍ଷ ପଦାର୍ପଣ କରିଛି। ଏଠାରେ ସୁଉଚ୍ଚ ତୋରଣ, ବିଭିନ୍ନ ରଂଗ ବେରଗଂ ଆଲୋକମାଳା ଓ ଜନସଚେତନତା ଭଳି ବିଭିନ୍ନ କଳାକୁଞ୍ଜ ସହିତ ପ୍ରତ୍ୟହ ସନ୍ଧ୍ୟା ସମୟରେ ସ୍ଥାନୀୟ ସାଂସ୍କୃତିକ ଅନୁଷ୍ଠାନ ର କଳାକାର ମାନଙ୍କ ଦ୍ବାରା ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବାର ବ୍ୟବସ୍ଥା କରାଯାଇଛି। ସୂଚନା ପ୍ରକାରେ ବିଗତ ୨୦୦୯/୧୦ ମସିହାରୁ ଭଞ୍ଜନଗର ଜଳସମ୍ପଦ ବିଭାଗ ର କର୍ମଚାରୀ ମାନଙ୍କୁ ନେଇ ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମ କୁ ଶୃଙ୍ଖଳା ର ସହ ଧାରାବାହିକ ଭାବେ କରିବା ନିମନ୍ତେ " ବିଡେକା" ଅନୁଷ୍ଠାନ ଗଠନ କରାଯାଇଥିଲା। ଏହାପରଠାରୁ ଏହି ଅନୁଷ୍ଠାନ ପ୍ରତିବର୍ଷ ଦୂର୍ଗାପୂଜା କୁ ଖୁବ୍ ଧୁମଧାମରେ ପାଳନ କରି ଆସୁଛି। ଏହି ଅନୁଷ୍ଠାନ ର ସଭାପତି ଇଂ ସିମାଞ୍ଚଳ ସାହୁ, ସମ୍ପାଦକ ଇଂ ସନ୍ତୋଷ କୁମାର ଗୌଡ଼, ଉପସଭାପତି ଇଂ ନିହାର ରଞ୍ଜନ ସାମନ୍ତରାୟ ଓ ବରିଷ୍ଠ ସଦସ୍ୟ ଶ୍ରୀ ଅନ୍ତର୍ଯ୍ୟାମୀ ପଣ୍ଡା ପ୍ରମୁଖ ଚଳିତ ବର୍ଷ ପୂଜାରେ କିଭଳି ଆକର୍ଷଣୀୟ ହେବ ସେନେଇ ବିଭିନ୍ନ ବ୍ୟବସ୍ଥା ପ୍ରସ୍ତୁତ କରିଛନ୍ତି। ତତ୍ ସହିତ ଓଡ଼ିଶା ରାଜ୍ୟ ସଡକ ପରିବହନ ନିଗମ ଭଞ୍ଜନଗର ଶାଖା ( ଓ.ଏସ୍.ଆର୍.ଟି.ସି) ରେ ଡି.ଟି.ଏମ୍ ଶ୍ରୀ ଅଂଶୁମାନ ସର୍ବସାହୁ ଙ୍କ ତତ୍ବାବଧାନରେ ଓ ଉପଦେଷ୍ଟା ଶ୍ରୀ ଶିଶିର କୁମାର ସାହୁଙ୍କ ନିର୍ଦ୍ଦେଶନାରେ ଏବଂ ସ୍ଥାନୀୟ ପରିବହନ ନିଗମ ର କର୍ମଚାରୀ ବୃନ୍ଦ ଙ୍କ ସହୋଯୋଗ ରେ,ଏବର୍ଷ କିଛି ନୁଆ କରିଦେଖାଇବା ପାଇଁ ତତ୍ପରତା ଦେଖାଇଛନ୍ତି। ପ୍ରତିବର୍ଷ ର ବିଧି ବିଧାନ ପରି ପୂଜାକାର୍ଯ୍ୟ ରେ ଜଣେ କର୍ତ୍ତା ଙ୍କ ଆବଶ୍ୟକତା ଥାଏ। ତେଣୁ ଏବର୍ଷ ଶ୍ରୀ ଶ୍ରୀକାନ୍ତ କୁମାର ତ୍ରିପାଠୀଙ୍କୁ କର୍ତ୍ତା ଭାବରେ ସ୍ଥିର କରାଯାଇଛି।

ପରିଶେଷରେ ଭଞ୍ଜନଗର ସହରର ପେଣ୍ଠସ୍ଥଳୀ ଭଞ୍ଜସାହିତ୍ୟ ପରିଷଦର ସାର୍ବଜନୀନ ଦୁର୍ଗାପୂଜା ନିରବଚ୍ଛିନ୍ନ ଭାବେ ୭୭ ବର୍ଷ ହେବ ଆୟୋଜନ ହୋଇ ଆସୁଅଛି। କମିଟି ର ସଭାପତି ଶ୍ରୀ ସୁଶାନ୍ତ ମହାପାତ୍ର ଙ୍କ କହିବାନୁସାରେ କମିଟିର ସମସ୍ତ ସଦସ୍ୟ ଓ ସ୍ଥାୟୀ ଜନସାଧାରଣଙ୍କ ମିଳିତ ସହଯୋଗରେ ପୂଜାକାର୍ଯ୍ୟ ଆଗେଇ ଚାଲିଛି। ଚଳିତ ବର୍ଷ ବିରାଟ ମୃଣ୍ମୟୀ ମୃତ୍ତି ସାଂଗକୁ ସଂଧ୍ୟା ଆଳତିରେ ଓ ରାତ୍ରରେ କିଛି ନିଆରା କାର୍ଯ୍ୟକ୍ରମ କରିବାର ଯୋଜନା ଥିବାର କୁହାଯାଇଛି।

0
0
0
s2sdefault