ହେଡଲାଇନସ୍:

ଶିଶୁ ଚାଲାଣ ପ୍ରତିକାର ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ l

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର :- ପଦ୍ମପୁର ବ୍ଲକ ଭେଉଁରିଆ ପଞ୍ଚାୟତ ରେ ସୁରକ୍ଷିତ ସ୍ଥାନାନ୍ତରଣ ଏଵଂ ଶିଶୁ ଚାଲାଣ ପ୍ରତିକାର ଉପରେ ବିଭିନ୍ନ ହିତାଧିକାରୀ ଙ୍କୁ ସଚେତନ କରାଯାଇଥିଲା। ଏହି କାର୍ଯକ୍ରମ ରେ ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ମହିଳା ସ୍ଵୟଂସହାୟକ ଗୋଷ୍ଠୀ, କିଶୋର କିଶୋରୀ, ୱାର୍ଡମେମ୍ବର , ପ୍ରବାସ ଯାଉଥିବା ପରିବାର ସହ ଅନ୍ୟାନ୍ୟ ଗ୍ରାମବାସୀ ଙ୍କୁ ସଚେତନ କରାଗଲା। ଏହି ସଚେତନା କାର୍ଯ୍ୟକ୍ରମ ରେ ତଋଣସେନ୍ ପୃଷେଠ ବରଗଡ ଜିଲ୍ଲା ସଂଯୋଜକ ଏଡ୍ ଏଟ୍ ଆକ୍ସନ ସମସ୍ତଙ୍କୁ ସ୍ବାଗତ ଜଣାଇ ସଭା କାର୍ଯ୍ୟ କୁ ଆରମ୍ଭ କରି ସଭା ର ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ନେଇ ବିସ୍ତାର ଭାବେ ଜଣାଇଥିଲେ। ଜିଲ୍ଲାପାଳ ଶ୍ରୀମତୀ ମୋନିଷା ବାନାର୍ଜୀ ପ୍ରବାସୀ ଓ ତାଙ୍କୁ ନେଇ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଜଣାଇଥିଲେ ଓ କିପରି ଦାଦନ ଶ୍ରମିକ ଚାଲାଣ ର ଶିକାର ନ ହେବେ ସେ ନେଇ ବିସ୍ତୃତ ଭାବେ ଆଲୋଚନା କରିଥିଲେ ଓ ଶିଶୁ ଚାଲାଣ ପ୍ରତିକାର କୁ ନେଇ ସଚେତନା ବାର୍ତ୍ତା ଦେଇଥିଲେ। ଡି.ଏସ୍.ଡବ୍ଲ୍ୟୁ.ଓ ସାବିତ୍ରୀ କୁମୂରା ମାଇଗ୍ରେସନ ମନିଟରିଂ ରେଜିଷ୍ଟର ର ମୂଳ ଉଦ୍ଦେଶ୍ୟ ଓ ଏହାକୁ କିପରି ଆମେ ପଦମପୁର ବ୍ଲକ ରେ ମଧ୍ୟ ଦେଇ ପାରିବା ସେ ନେଇ ଜିଲ୍ଲପ୍ରଶାସନ କୁ ଆବେଦନ କରିଥିଲେ। ଡି.ସି.ପି.ଓ ମଞ୍ଜୁ ଏକା ଉଦ୍ଧାର ହୋଇଥିବା ଶିଶୁ ମାନଙ୍କୁ ବିଭିନ୍ନ ସ୍କିଲ୍ ଟ୍ରେନିଂ ରେ ନିୟୋଜିତ ଓ ଥଇଥାନ ନେଇ ବୁଝାଇଥିଲେ। ସିଡିପିଓ ପଦମପୁର ପ୍ରବାସ ଯାଉଥିବା ପରିବାର କୁ କିପରି ରେଜିଷ୍ଟ୍ରେସନ କରି ଦାଦନ ଯିବେ ଓ ସରକାରୀ ସୁବିଧା ପାଇବେ ସେ ନେଇ ସଚେତନ କରିବେ ଓ ସମସ୍ତ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ ମଧ୍ୟ ସଚେତନା କରିବା ପାଇଁ ପରାମର୍ଶ ଦେଇଥିଲେ।ଏହି ସଭା ର କାର୍ଯ୍ୟ ବିବରଣୀ ହେଲା ପ୍ରବାସ ପ୍ରବଣ ଅଞ୍ଚଳରେ ରେ ଅଙ୍ଗନୱାଡି କର୍ମୀ, ଆଦ୍ଵିକା ଗୋଷ୍ଠୀ, ଆଶା କର୍ମୀ ପ୍ରବାସ ପୂର୍ବରୁ ଗ୍ରାମ ରେ ସଚେତନା କାର୍ଯ୍ୟକ୍ରମ କରିବେ। ୱାଡମେମ୍ୱର ପ୍ରବାସୀ ପରବାର ର ଲୋକଙ୍କୁ ମନରେଗାରେ କାମ ରେ ସଂପୃକ୍ତ କରିବାପାଇଁ ଦାୟିତ୍ଵ ନେଲେ। ସରପଞ୍ଚ ଙ୍କ ସହ ସ୍କୁଲ କତୃପକ୍ଷ ପଂଚାୟତ ଗୁଡିକରୁ ବ୍ଲକ୍ ଶିକ୍ଷଧିକାରୀ ଙ୍କୁ ଋତକାଳୀନ ଛାତ୍ରାବାସ ପାଇଁ ଆବେଦନ ପତ୍ର ଦେବା ପାଇଁ ନିଷ୍ପତ୍ତି ନିଆଗଲା। ବିଦ୍ୟାଳୟ ର କତୃପକ୍ଷ ସହ ଆଦ୍ଵିକା ପିଲା ମାନେ ଅଧାରୁ ପାଠ ଛାଡିଥିବା ପିଲାଙ୍କୁ ବିଦ୍ୟାଳୟ ରେ ପୁନଃ ନାମଲେଖା ପାଇଁ ଦାୟିତ୍ଵ ଗ୍ରହଣ କରିବେ।

0
0
0
s2sdefault