ଯାଜପୁରରୁ ସୁବାଷ ଚନ୍ଦ୍ର ନାୟକ :ବର୍ଦ୍ଧିତ ଜନସଂଖ୍ୟା ବାର ତେରଟି ବୃହତ ଇସ୍ପାତ କାରଖାନାକୁ ଦୃଷ୍ଟିରେ ରଖି ବ୍ୟାସନଗର ଏନ୍.ଏ.ସିକୁ ୧୯୯୫ ମସିହାରେ ବ୍ୟାସନଗର ମୁନିସିପାଲିଟି ମାନ୍ୟତା ପ୍ରଦାନ କରାଯାିଥିଲା । ଲକ୍ଷ ପୈାରବାସୀଙ୍କୁ ଉନ୍ନତ ଗମନାଗମନ ଉନ୍ନତ ମାନର ଶିକ୍ଷା ସ୍ୱାସ୍ଥ୍ୟ ଓ ବିଦ୍ୟୁତଆଲୋକ ପ୍ରଦାନ କରିବା ଦୀର୍ଘ ୨୩ବର୍ଷ ବିତି ଯାଇଥିଲେ ମଧ୍ୟ ଏହି ସମସ୍ତ ମୈାଳିକ ସୁବିଧା ଦିବାସ୍ୱପ୍ନରେ ପରିଣତ ହୋଇଛି । ସର୍ବପ୍ରଥମେ ଏହାର ରାସ୍ତାଘାଟ ଉପରେ ଆଲୋକପାତ କରିବା । ଏହାକୁ ନଦେଖିଲେ ଆମେ ବିଶ୍ୱାସ କରି ପାରିବା ନାହିଁ ଯେ ସ୍ୱାଧିନତାର ୭୩ବର୍ଷପରେ ପୈରପରିଷଦର ଗଠନ ୫୭ବର୍ଷପରେ ଏହା ଆପଣଙ୍କୁ ଏକ ପାହାଡ଼ି ଦୁର୍ଗମ ଅଞ୍ଚଳର ଭ୍ରମ ସୃଷ୍ଟି କରିବ । ରାସ୍ତାର ଦୁଇପାଶ୍ୱର୍ରେ କୁଦକୁଦ ଅଳିଆ ଆବର୍ଜନା,ରାସ୍ତାରେ ପାଣିରେ ଢେ଼ଉ ରାସ୍ତା ମଝିରେ ବଡ଼ବଡ଼ ଗର୍ତ୍ତ ସାଙ୍ଗକୁ ଆହେତୁକ ଓ ଅବାଧ ଗାଡ଼ି ଚଳାଚଳ ପୈାରବାସୀଙ୍କ ସୁରକ୍ଷାପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । କଳକାରଖାନା,ଭାରୀଯାନ (୨୦ରୁ ଉର୍ଦ୍ଧ ଚକିଆ) ପରିବେଶ ପ୍ରତିକୁଳ ସାମଗ୍ରୀ ଯଥା- ପାଉଁଶ,ବାଲି,ଚିପ୍ସ୍ ଭାରିଯାନ ଦ୍ୱାରା ପ୍ଲାଣ୍ଟ ପରିସରକୁ ପ୍ରତ୍ୟହ ଯିବା ଆସିବା କରୁଛନ୍ତି । ପ୍ରତିଦିନ ଧୁଆଁ ଓ ଧୂଳି ବଳୟ ଭିତରେ ସନ୍ତୁଳିତ ହେଉଛନ୍ତି ସହର ବାସୀ ପ୍ରତ୍ୟହ ଦୁର୍ଘଟଣା ଏଠାକାର ଏକ ଅଙ୍ଗେନିଭା କାହାଣୀ । ୧ମାସ ତଳେ ବି.ଆର.ପି.ଏଲ୍ ଛକରେ ଏକ ଟଲର ଧକ୍କାରେ ୩ଜଣ ଶ୍ରମିକ ମୃତ୍ୟୁ ମୁଖରେ ପଡ଼ିଥିବା ବେଳେ ଜଣେ ମରଣ ସହିତ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଏଠାରେ ଟ୍ରାଫିକ ନିୟମ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ । କାଁ ଭାଁ କେତେଜଣ ପୋଲିସ୍ କନେଷ୍ଟବଳ ଦଳାଛକ,ଗୋପବନ୍ଧୁ ଛକ,ଚୋରଦା ବାଇପାସ, ରାଧାନାଥ ମାର୍ଗ ଛକ ଇତ୍ୟାଦି ଇତ୍ୟାଦି ମୃତୟନ ହୋଇଥିଲେ ସୁଦ୍ଧା ସେମାନେ ସେମାନେ ଟ୍ରାଫିକ୍ ସମସ୍ୟାର ମଜା ଉଠାଉଛନ୍ତି । ବାଇକ୍ ଆରୋହୀଙ୍କ ସଂଖ୍ୟା ଆଶାତିତ ରୁପେ ବଢ଼ି ଚାଲିଛି । ବିନା ହେଳମେଣ୍ଟ ବିନା ଲାଇସେନ୍ସରେ ରାସ୍ତା ଉପରେ ଷଣ୍ଢ ଦେଖାଉଛନ୍ତି । ପୋଲିସ୍ ଦେଖି ନଦେଖିଲା ପରି ଅଭିନୟ କରୁଛି । ଗାଡ଼ି ଚାଳନାର ବେଗ ଉପରେ ଅଂକୁଶ ନାହିଁ କିମ୍ବା ନିୟମ ପାଳନ କରାଯାଉନାହିଁ । ରାସ୍ତାର ଦୁଇପାଶ୍ୱର୍ରେ ଡ୍ରେନ ଗୁଡ଼ିକ ଅଚଳ । କାହାର କାହା ସହିତ ସଂଯୋଗ ନାହିଁ । ଡ୍ରେନ ଭିତରେ କୁଢ଼ କୁଢ଼ ପ୍ଲାଷ୍ଟିକ ପଲିଥିନ୍ ଓ ବର୍ଜ୍ୟବସ୍ତୁରେ ପରିପୁର୍ଣ୍ଣ । ରାସ୍ତାର ଉଭୟ ପାର୍ଶ୍ୱ ଜବର ଦଖଲକାରୀଙ୍କ କବଜାରେ । ରାସ୍ତାର ବିଭିନ୍ନ ପାଶ୍ୱର୍ରେ କଂସେଇଖାନା । ବଡ଼ ବଡ଼ ସପିଂ ମହଲ ଗ୍ରାହକମାନେ ରାସ୍ତା ଉପରେ ଗାଡ଼ି ଥୋଇ ସପିଂ କରୁଥିବା ହେତୁ ଏହା ଟ୍ରଫିକ୍ ସମସ୍ୟାକୁ ଏହା ଆହୁରି ରଙ୍ଗିନ୍ କରୁଛି । ଏକ ପକ୍ଷରେ ଖାଲ ଗାଡ଼ପୁର୍ଣ୍ଣ ରାସ୍ତା ବିଭିନ୍ନ ଜାଗାରେ ବେଆଇନ୍ ଗାଡ଼ି ପାର୍କିଂ ଅପାତିତଗାଡ଼ି ଚଳ ପ୍ରଚଳ ସହରମାନଙ୍କୁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ମାଲ ପରିବହନ ଗାଡ଼ି ଆଜିର ପରିବହନ ଅତ୍ୟନ୍ତ ନୈରାଶ୍ୟଜନକ | ରାସ୍ତାର ମରାମତି ହେଉଛି, କିନ୍ତୁ ୨ମାସ ମଧ୍ୟରେ ଯଥା ପୂର୍ବ ତଥାପରଂ | ମିଲିଟାରି ଛକରୁ ଫାୟାର ଷ୍ଟେସନ ଛକ(ବାଇପାସ) ରାସ୍ତା ଦୀର୍ଘ ୭/୮ବର୍ଷ ହେବ ସେହିପରି ପଡ଼ିରହିଛି । ସରକାରଙ୍କ ଦୂରଦୃଷ୍ଟି ବିହିନ ଶିଳ୍ପ ନୀତି ଭିତ୍ତିଭୂମି ନଥାଇ ତରବରିଆ ଭାବରେ ଶିଳ୍ପପତି ମାନଙ୍କୁ ଶିଳ୍ପପ୍ରତିଷ୍ଠା ପାଇଁ ଅନୁମତି ଦେବା ଏହାର ମୁଖ୍ୟ କାରଣ ବୋଲି ସାଧାରଣରେ ଦାବି ହେଉଛି । ରାସ୍ତା ତିଆରି ଓ ମରାମତି ନାମରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଛି । କିନ୍ତୁ ଏହା ସିବେଇ ସାନ୍ତରା ପରି ଚନ୍ଦ୍ରଭାଗାରେ କୋଣାର୍କ ମନ୍ଦିର ଗଢ଼ିବା ଭଳି ସମାନ । ଦୀର୍ଘ ମିଆଦ ଯୋଜନାର ରୁପାୟନ ଏଠାରେ ସମ୍ପୁର୍ଣ୍ଣ ଫେଲ ମାରିଛି । ଝିଣ୍ଟିକା ମାରି ବଣି ପୋଷିବା ନ୍ୟାୟରେ କେତେଜଣ କଣ୍ଟ୍ରାକ୍ଟର ରାଜନେତା ଏଥିରୁ କେବଳ ଉପକୃତ ହେବାଛଡ଼ା ସାଧାରଣ ଜନତା ଏହିସବୁ ସୁଖ ସ୍ୱଚ୍ଚନ୍ଦ ରୁ ବଞ୍ଚିତ । କହିବା କାହାକୁ ଶୁଣିବ କିଏ?
ରାଜ୍ୟ
କହିବା କାହାକୁ ଶୁଣିବ କିଏ: ବ୍ୟାସନଗର ପୌରାଞ୍ଚଳରେ ବିପର୍ଯ୍ୟସ୍ତ ଗମନାଗମନ ବ୍ୟବସ୍ଥା
- Hits: 531