ୱାଇସିଡିଏର ସୁରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗୀର (ସନ୍ତୋଷ କୁମାର ଠାକୁର) : ହୋଟେଲ ଗାର୍ଡେନ ଇନ୍ ପରିସର ରେ ବଲାଙ୍ଗୀର ର ୧୦୦ ରୁ ଉର୍ଧ ବୁଦ୍ଧିଜୀବୀ, ସମାଜସେବୀ, ସ୍ୱେଚ୍ଛାସେବୀ, ତଥା ଶିଶୁ ମାନଙ୍କୁ ଭଲ ପାଇଥିବା ବ୍ୟକ୍ତି ବିଶେଷ ଙ୍କୁ ନେଇ ଏକ ସୁରକ୍ଷା କାର୍ଯ୍ୟକ୍ରମ ପାଳନ କରଯାଇଥିଲା । ସାଧାରଣତଃ କ୍ଟବେର ୨ ରୁ କ୍ଟବେର ୮ ପର୍ଯ୍ୟନ୍ତ ସାରା ଭାରତ ବର୍ଷ ରେ ଏହି ସପ୍ତାହ ଟି କୁ ଦାନ ଉତ୍ସବ ରୂପେ ପାଳନ କରା ଯାଏ । ଯାହା ଦେବାରେ ଆନନ୍ଦ ଓ ନେବାରେ ଆନନ୍ଦ କାର୍ଯ୍ୟକ୍ରମ ରହିଥଏ । ଏହି ଅବସର ରେ YCDA ସୁରକ୍ଷା କାର୍ଯ୍ୟକ୍ରମ କୁ ଏଥିସହିତ ଯୋଡି ୧୦୦ ରୁ ଉର୍ଧ୍ଵ ଶିଶୁ ଯେଉଁ ମାନେ ପିତା ମତ ଙ୍କର ସ୍ନେହ ଓ ଯତ୍ନ ରୁ ବଂଚିତ ଅଛନ୍ତି ସେମାନଙ୍କର ପ୍ରାଥମିକ ଆବଶ୍ୟକତା କୁ ପୁରାଣ କରିବା ପାଇଁ ଆଗେଇ ଆସିଛି । ଉକ୍ତ କାର୍ଯ୍ୟକ୍ରମ ରେ ଏକ talk show ର ଆୟୋଜନ କରାଯାଇ ଥିଲା । ଯେଉଁ ଥିରେ ଶିଶୁ ମନାକର ସର୍ବୋତ୍ତମ ଅଧିକାର ତଥା ସମୁଖିନ୍ନ ହେଇଥିବା ସମସ୍ୟା ଉପରେ ଆଲୋକପାତ କରାଯାଇ ଥିଲା । ଉପସ୍ଥିତ ବୁଦ୍ଧିଜୀବୀ ତଥା ଅଂଶଗ୍ରହଣକାରୀ ମାଙ୍କୁ ପରିବାର ର ଆବଶ୍ୟକତା ଉପରେ ସଚେତନତା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ବିକଳ୍ପ ପରିବାର ରେ ବଢିଥିବା ଶିଶୁ ମାନେ ନିଜର ଅନୁଭୂତି କୁ ଉପସ୍ଥାପନ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ରଖା ଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଶ୍ରୀ ରାଜେନ୍ଦ୍ର ମେହେର , ସମ୍ପାଦକ YCDA, ଶ୍ରୀ ବିପିନ ବିହାରୀ ମହାନ୍ତି , ଡ୍ର. ସଂଜୟ ମିଶ୍ର, ଶ୍ରୀମତୀ ସରସ୍ବତୀ ନନ୍ଦ, ଡ୍ର. ଦିଲୀପ କୁମାର ଯୋଶୀ ଓ ପ୍ରଦୀପ ଷଡଙ୍ଗୀ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ କୁ ସମ୍ପର୍ଣ କରିବାରେ ସାହାଯ୍ୟ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ କୁ YCDA ପରିବାର ର ସମସ୍ତ କର୍ମ କର୍ତା ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault