ମମିତା ମେହେର ହତ୍ୟାକାଣ୍ଡର ତଦନ୍ତ ସିବିଆଇ ଦ୍ୱାରା କରାଯାଉ : ମନମୋହନ ସାମଲ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମମିତା ମେହେର ପରିବାରଙ୍କୁ ଭେଟିଲେ ରାଜ୍ୟ ସଭାପତି

ହତ୍ୟାକାଣ୍ଡରେ ତତ୍କାଳୀନ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସମେତ ବହୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ହାତ ଥିବାରୁ ସଠିକ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ନୈତିକ ସାହସ ନାହିଁ

ବଲାଙ୍ଗିର(ସନ୍ତୋଷ କୁମାର ଠାକୁର) ତା.୦୮/୧୦: ବହୁଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟା ହେବାର ୨ ବର୍ଷ ବିତିଗଲାଣି । ତଥାପି ପ୍ରକୃତ ଦୋଷୀକୁ ଦଣ୍ଡ ମିଳିଲା ନାହିଁ କି ତାଙ୍କ ପରିବାରକୁ ନ୍ୟାୟ ମିଳିଲା ନାହିଁ । ମମିତା ମେହେର ଜଘନ୍ୟ ହତ୍ୟାକାଣ୍ଡରେ ତତ୍କାଳୀନ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସମେତ ବହୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ହାତ ଥିବାରୁ ସଠିକ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ନୈତିକ ସାହସ ନାହିଁ । ମମିତା ମେହେର ହତ୍ୟାରେ ସଂଶ୍ଳିଷ୍ଟ ସାକ୍ଷୀଙ୍କ ଜେଲ୍‌ରେ ଥିବାବେଳେ ମୃତ୍ୟୁ ହୋଇଗଲା । ସେ ବି ଆଜି ପର୍ଯ୍ୟନ୍ତ ରହସ୍ୟ ଘେରରେ ରହିଛି । କାଳବିଳମ୍ବ ନକରି ରାଜ୍ୟ ସରକାର ଏହି ଘଟଣାର ତଦନ୍ତ ସିବିଆଇ ଦ୍ୱାରା କରାନ୍ତୁ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଦାବୀ କରିଛନ୍ତି ।
ରାଜ୍ୟ ସଭାପତି ଶ୍ରୀ ସାମଲ ଆଜି ବଲାଙ୍ଗୀର ଜିଲ୍ଲା ତୁରେଇକେଲା ବ୍ଲକ ଅନ୍ତର୍ଗତ ଝରନୀ ଗ୍ରାମକୁ ଯାଇ ସ୍ୱର୍ଗତଃ ମମିତା ମେହେରଙ୍କ ବାପା, ମା, ଭାଇ ଏବଂ ଅନ୍ୟାନ୍ୟ ପରିବାର ସଦସ୍ୟଙ୍କୁ ଭେଟି ବିସ୍ତୃତ ଆଲୋଚନା କରିଛନ୍ତି । ରାଜ୍ୟ ସରକାର ବାରମ୍ବାର କହୁଛନ୍ତି ଆଇନ ଉର୍ଦ୍ଧ୍ୱରେ କେହି ନୁହଁନ୍ତି କିନ୍ତୁ କାର୍ଯ୍ୟରେ ଓଲଟା କରୁଛନ୍ତି । ବର୍ତମାନ ସୁଦ୍ଧା ପରିବାରବର୍ଗକୁ ନ୍ୟାୟ ନମିଳିଥିବାରୁ ରାଜ୍ୟ ସଭାପତି ଅସନ୍ତୋଷ ପ୍ରକାଶ କରିବା ସହିତ ଘଟଣାର ତଦନ୍ତ ସିବିଆଇ ଦ୍ୱାରା କରାଇବାକୁ ପୁଣି ଥରେ ଦାବୀ କରିଛନ୍ତି । ଏହି ଅବସରରେ ସାଂସଦ ସଙ୍ଗୀତା ସିଂହଦେଓ, ବରିଷ୍ଠ ନେତା କେ.ଭି.ସିଂହଦେଓ, ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, ରାଜ୍ୟ ସଂପାଦକ ସରୋଜ କର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଲକ୍ଷ୍ମଣ ବାଗ୍‌, ଜିଲ୍ଲା ପରିଷଦ ସଦସ୍ୟ ଶବ୍ଦ ମିର୍ଦ୍ଧା ଓ ଅନିମା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault