ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ୦୮/୧୦/୨୩ ଡାବୁଗାଁ ସରସ୍ଵତୀ ଶିଶୁ ମନ୍ଦିର ପରିସରରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ଦ୍ୱାରା ଏକ ସଦ୍ ଭାବନା ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଜିଲ୍ଲା ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ( ଆରଏସଏସ )ସମ୍ପର୍କ ପ୍ରମୁଖ ହୃଷୀକେଶ ଦାସ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଡାବୁଗାଁ ବ୍ଲକ ଆର ଏସ ଏସ ଖଣ୍ଡ ସଂଯୋଜକ ସୁରେଶ ଚନ୍ଦ୍ର ବେହେରା, ଡାବୁଗାଁ ବ୍ଲକ ଖଣ୍ଡ ଚାଳକ ଗଙ୍ଗାଧର ମହାଙ୍କୁଡ ପ୍ରମୁଖ ମଞ୍ଚାଷୀନ ଥିଲେ। ମୁଖ୍ୟ ଅତିଥି ହୃଷୀକେଶ ଦାସ ସଦ ଭାବନା ବୈଠକ ର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ ଦେଶରେ ସ୍ଵଧର୍ମ, ସ୍ୱଦେଶୀ ଓ ସ୍ବରାଜ ଜାଗରଣ ନେଇ କହିଥିଲେ। ଆମ ଧର୍ମ ଭୂମି ,କର୍ମଭୂମି ଓ ମୋକ୍ଷ ଭୂମି ଭାରତ ବର୍ଷର ସାମାଜିକ, ଆଧ୍ୟାତ୍ମିକ ଓ ସାଂସ୍କୃତିକ ପରମ୍ପରା କୁ ପୁନଃ ଜାଗରଣ କରିବା ଏହି ସଦ ଭାବନା ବୈଠକ ର ଉଦ୍ଦେଶ୍ୟ ବୋଲି କହିଥିଲେ। ସମସ୍ତ ସନାତନ ଧର୍ମ ର ଜାତିର ପରମ୍ପରା, ରୀତିନୀତି ଓ ଚାଲିଚଳନ କୁ ପୁନଃ ଜାଗ୍ରତ କରିବା ସହ ସମନ୍ୱୟ ଓ ସଦ ଭାବନା ବୃଦ୍ଧି କରାଯିବା ଏହାର ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବୋଲି କହିଥିଲେ। ଆର୍ ଏସ ଏସ ଖଣ୍ଡ ସଂଯୋଜକ ସୁରେଶ ବେହେରା ଆଗାମୀ ୨୦୨୫ ରେ ଆର ଏସ ଏସ ଗଠନ ରେ ସହେ ବର୍ଷ ପୂରଣ କରୁଥିବା ବେଳେ ଆ ଏସ ଏସ ଏହି ସମୟ ମଧ୍ୟରେ ଗ୍ରାମାଞ୍ଚଳ ର ସମସ୍ୟା ଓ ସହରାଞ୍ଚଳ ବସ୍ତି ରେ ବସବାସ କରୁଥିବା ଗରିବ ଓ ଆର୍ଥିକ ଅନଗ୍ରସର ମାନଙ୍କ ସ୍ଥିତି ଅନୁଧ୍ୟାନ କରାଯାଇ ତାହାର ପ୍ରତିକାର ନିମନ୍ତେ ସଂଘ ତରଫରୁ କାର୍ଯ୍ୟ କରାଯିବ ବୋଲି କହିଥିଲେ। ପଞ୍ଚ ଭୂତ ଭୂମି,ଜଳ, ବାୟୁ, ଆକାଶ ଓ ଅଗ୍ନି କୁ ପ୍ରଦୂଷଣ ମୁକ୍ତ କରିବାକୁ ଏବେଠାରୁ ସମସ୍ତେ ସଂକଳ୍ପ ନେବାକୁ କହିଥିଲେ। ଆର ଏସ ଏସ ଡାବୁଗାଁ ଖଣ୍ଡ ଚାଳକ ଗଙ୍ଗାଧର ମହାଙ୍କୁଡ ଶିକ୍ଷା, କୌଳିକ ବୃତ୍ତି ର ସୁରକ୍ଷା, ତଥା ଜାତି ସମାଜ ର ସବୁ ପ୍ରକାର ଉନ୍ନତି ପାଇଁ ନିଜ କୁ ସମର୍ପଣ କରିବାକୁ କହିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଆର ଏସ ଏସ ଜିଲ୍ଲା ପ୍ରଚାରକ ହିରଣ୍ୟ ଗୌଡ଼, ଶାରୀରିକ ପ୍ରମୁଖ ଫୁଲସିଂ ଗୌଡ଼, ଡାବୁଗାଁ ଖଣ୍ଡ କାର୍ଯ୍ୟବାହି ଗୌତମ ଦାସ, ଡାବୁଗାଁ ଖଣ୍ଡ ବୌଦ୍ଧିକ ପ୍ରମୁଖ ମୃଣ୍ମୟ ପରିଡା, ବିଶ୍ଵ ହିନ୍ଦୁ ପରିଷଦ ର ଜିଲ୍ଲା ମଠ ମନ୍ଦିର ପ୍ରମୁଖ ଭଗବାନ ମହାନ୍ତି , ଗୋ ସୁରକ୍ଷା ପ୍ରମୁଖ ସୁବାଷ ବିଶୋଇ , ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ସତ୍ୟ ନାରାୟନ ଚୌଧୁରୀ ସହ ବିଭିନ୍ନ ସମାଜ ର ପ୍ରମୁଖ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।
ରାଜ୍ୟ
ଡାବୁଗାଁ ରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ର ସଦ ଭାବନା ବୈଠକ
- Hits: 224








