ଭଞ୍ଜନଗରରୁ (ଉଦୟନାଥ ପଣ୍ଡା): ଦେଶର ବିଭିନ୍ନ ରାଜ୍ୟରେ ତଥା ଆମ ରାଜ୍ୟ ଓଡ଼ିଶା ପ୍ରଦେଶ ରେ ଦିନକୁ ଦିନ ସାଇବର ଠକାମୀ ବଢ଼ିବାରେ ଲାଗିଛି। ଏହି ଠକାମୀ ର ଶିକାର ହୋଇ, ଅନେକ ସାଧାରଣ ଜନତା ନିଜର କଷ୍ଟ ଅର୍ଜିତ ଧନକୁ ନିମିସେକ ରେ ହରାଇ ଦେଉଛନ୍ତି। କାରଣ ସଚେତନତା ର ଅଭାବ। କୋମଳ ମତି ବାଳକ ବାଳିକା ଠୁ ଆରମ୍ଭ କରି, ଅନେକ ସମ୍ନାନନୀୟ ଉଚ୍ଚ ପଦସ୍ଥ ଅଧିକାରୀ ମାନେ ମଧ୍ୟ ଏଥିରେ ଛନ୍ଦି ହୋଇ ଅପଦସ୍ତ ହୋଇଥାନ୍ତି। ଆଜିର ଆଧୁନିକ ଯୁଗରେ ଜନ ସାଧାରଣ ବିଭିନ୍ନ କାର୍ଯ୍ୟକୁ ସହଜ ଓ ସୁବିଧା ରେ ହାସଲ କରିବା ପାଇଁ ପ୍ରତିକ୍ଷେତ୍ରରେ କମ୍ପ୍ୟୁଟର, ମୋବାଇଲ୍ ଓ ଇଣ୍ଟରନେଟ ଉପରେ ନିର୍ଭର କରିଥାନ୍ତି। କିନ୍ତୁ ସଚେତନତା ଅଭାବରୁ ଅନେକ ଜନସାଧାରଣ ସାଇବର ଠକାମୀ ର ଶିକାର ହୋଇଥାନ୍ତି।
ଏଥିପାଇଁ ଜନସାଧାରଣଙ୍କୁ ସଚେତନ ଓ ସତର୍କ କରାଇବା ପାଇଁ ଭଞ୍ଜନଗର ପୋଲିସ୍ ତରଫରୁ ରାଜ୍ୟ ସରକାର ଙ୍କ ସାଇବର ସୁରକ୍ଷା ଅଭିଯାନ କୁ ଆଜି ଭଞ୍ଜନଗରରେ ଶୁଭାରମ୍ଭ କରାଯାଇଥିଲା। ଏଥିରେ ବିଭିନ୍ନ ସାମାଜିକ ସଂଗଠନ ଓ ମହାବିଦ୍ୟାଳୟ ର ଅନେକ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ଏହି ସାଇବର କ୍ରାଇମ ଶୋଭାଯାତ୍ରାରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ,ସାବିତ୍ରୀ ମହିଳା ମହାବିଦ୍ୟାଳୟ ଓ ଘୁମୁସର ନର୍ସିଂ କଲେଜ୍ ର ଛାତ୍ରଛାତ୍ରୀ ଙ୍କ ସହିତ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ର ଅନେକ ଛାତ୍ରଛାତ୍ରୀ ସାମିଲ୍ ହୋଇଥିଲେ। ଏହା ସହିତ ବିପଦର ବନ୍ଧୁ ଅନୁଷ୍ଠାନ, ବାଣିଜ୍ୟ ସଂଗଠନ ଓ ଆମ ପୋଲିସ ସମିତି ର ବିଭିନ୍ନ ସଦସ୍ୟ ସହଯୋଗ କରିଥିଲେ।
ସାଇବର୍ ସଚେତନତା ରଥ ବା ସାଇବର ସୁରକ୍ଷା ଶୋଭାଯାତ୍ରା ର ଶୁଭାରମ୍ଭ ଭଞ୍ଜନଗର ଥାନାରୁ ହୋଇଥିଲା। ଏଥିରେ ବିଭିନ୍ନ ଅନୁଷ୍ଠାନ, ପୋଲିସ୍ କର୍ମଚାରୀ ଓ ମହାବିଦ୍ୟାଳୟ ର ପ୍ରାୟ ୬ ଶହ ଜନସାଧାରଣ ଯୋଗଦାନ କରିଥିଲେ। ବିଶିଷ୍ଟ ସମ୍ନାନନୀୟ ଓ ମାନ୍ୟଗଣ୍ୟ ବ୍ୟକ୍ତିମାନେ ପ୍ରଥମେ ଏହି କାର୍ଯ୍ୟକ୍ରମ ରେ ସବୁଜ ପତାକା ଦେଖାଇ ଶୋଭାଯାତ୍ରା କୁ ଅଗ୍ରସର କରାଇଥିଲେ। ସେମାନଙ୍କ ମଧ୍ୟରେ ଅତିରିକ୍ତ ପୋଲିସ୍ ଅଧିକାରୀ ତଥା ନୋଡାଲ ଅଧିକାରୀ ଶ୍ରୀଯୁକ୍ତ ରଞ୍ଜିତ୍ କୁମାର ପୃଷ୍ଟି , ଭଞ୍ଜନଗର ଅତିରିକ୍ତ ପୋଲିସ୍ ଅଧିକ୍ଷକ ଶ୍ରୀଯୁକ୍ତ ପ୍ରଫୁଲ୍ଲ ବଡ଼ଜେନା , ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ବିଶ୍ଵାମିତ୍ର ହରପାଲ୍ , ଥାନାଧିକାରୀ ଶ୍ରୀ ଭଗବାନ୍ ପୁଜାରୀ, ମେଡିକାଲ୍ ଅଧିକ୍ଷକ ଡଃ ସିତାଂଶୁ ଶେଖର ସତପଥି, ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ଶ୍ରୀ ବିନୋଦ ଆଚାର୍ଯ୍ୟ, ଏନ୍. ଏ. ସି ର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଆଶୁତୋଷ ଗୌରବ କର, ଅତିରିକ୍ତ ତହସିଲଦାର ଅମରେଶ ମେହେର, ଓ ଟି.ପି. ଏସ୍. ଓ ଡି ଏ ଲ୍ ର ଅଧିକାରୀ ଶ୍ରୀ ମନୋଜ ସାହୁ, ପ୍ରମୁଖ ଉପସ୍ଥିତ ଥିଲେ
ଏହି ସାଇବର ସୁରକ୍ଷା ସଚେତନତା ଶୋଭାଯାତ୍ରା ଟି ପ୍ରଥମେ ଭଞ୍ଜନଗର ବସଷ୍ଟାଣ୍ଡ , ଥାନା, ମେଇନ୍ ରୋଡ଼ ହୋଇ ଷ୍ଟେଟ୍ ବ୍ୟାଙ୍କ୍ ଛକ ଦେଇ ପୁରୁଣା ଜେଲ୍ ପଡ଼ିଆ ଠାରେ ଏକ ସଚେତନ ବୈଠକ ରେ ପରିସମାପ୍ତି ହୋଇଥିଲା। ଏହି ବୈଠକ ବା ସଭାରେ ଜନସାଧାରଣଙ୍କୁ ପଥପ୍ରାନ୍ତ ନାଟକ ଓ ଏଲ୍. ଇ. ଡି ପରଦା ଦ୍ଵାରା ବିଭିନ୍ନ ସାଇବର୍ ଠକାମୀ କୁ କିପରି ରୋକାଯାଇ ପାରିବ ଏବଂ ଏହାର ଦଣ୍ଡବିଧାନ କିପରି ହୋଇଥାଏ , ସେ ବାର୍ତ୍ତା କୁ ଅତି ପ୍ରାଞ୍ଜଳ ଭାବରେ ପ୍ରଚାର ପ୍ରସାର କରାଯାଇଥିଲା।








