ସହଯୋଗ ପକ୍ଷରୁ ଉପ କାରାଗାରରେ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ l

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର :- ସ୍ଥାନୀୟ ଉପ କାରାଗାରରେ ରେ ସ୍ଵେଚ୍ଛାସେବୀ ଅନୁଷ୍ଠାନ "ସହଯୋଗ" ତରଫରୁ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଜେଲ ସୁପରିଟଣ୍ଡେଣ୍ଟ ଦଶମୀ ବାଗ, ଜେଲ ଡାକ୍ତର କୈଳାସଚନ୍ଦ୍ର ମେହେର ଅତିଥି ଭାବେ ଯୋଗ ଦେଇଥିଲେ l ଜମଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଡଃ ପ୍ରଫୁଲ୍ଲ କୁମାର ମେହେର, ଚକ୍ଷୁ ବିଶେଷଜ୍ଞ ଡଃ ତନୁଜା ପାତ୍ର, ଡଃ ଶର୍ମିଷ୍ଠା ସାହୁ ଯୋଗଦେଇ ୭୬ ଜଣ ଅନ୍ତେବାସୀଙ୍କ ମଧ୍ୟରୁ ୩୧ ଜଣଙ୍କ ଚକ୍ଷୁ, ରକ୍ତଚାପ ଓ ମଧୁମେହ ପରୀକ୍ଷା କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଟିମ୍ ସହଯୋଗ ର ସମସ୍ତ ସଦସ୍ଯ ସହଯୋଗ କରିଥିଲେ l ଶେଷରେ ଜେଲ ଫାର୍ମାସିଷ୍ଟ ପ୍ରକାଶ ଡାଲୁଆ ଧନ୍ୟବାଦ ଅର୍ପଣ କରିଥିଲେ l

0
0
0
s2sdefault