ହେଡଲାଇନସ୍:

ବିଜେଡିର ଜନସମ୍ପର୍କ ପଦଯାତ୍ରା,ଘରେ ଘରେ ବିକାଶର ବାର୍ତ୍ତା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଅସ୍ତରଙ୍ଗ/ଦୁଃଶାସନ ନାୟକ: ଅସ୍ତରଙ୍ଗ ବ୍ଲକର ଜୋନ ନଂ ୧ ରେ ଅସ୍ତରଙ୍ଗ, ପାଟଳଦା,ଛୁରିଅନା, କୋରଣା, ଶିଶୁଅ, ମାଣ୍ଡୁକି, ସରିପୁର, କେନ୍ଦ୍ରାପାଟି ପ୍ରଭୁତି ପଞ୍ଚାୟତ ଗୁଡିକରେ ରବିବାର ଦିନ ବିଜେଡିର ଜନ ସମ୍ପର୍କ ପଦ ଯାତ୍ରା ଆରମ୍ଭ ହୋଇଛି।ଅସ୍ତରଙ୍ଗ ସ୍ଥିତ ସୁରେନ୍ଦ୍ର ନାଥ ନାୟକଙ୍କ ବାସଭବନରୁ ଜନ ସମ୍ପର୍କ ପଦ ଯାତ୍ରାର ଏକ ବିରାଟ ମଟର ସାଇକେଲ ପଟୁଆର ବାହାରିଥିଲା। ଯାତ୍ରା ସମୟରେ ବହୁ ମହିଳା ସଂଗଠନ, ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାର କାନ୍ତି ବେହେରା ,ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ ପ୍ରମୁଖଙ୍କୁ ପୁଷ୍ପ ଗୁଛ ଓ ପୁଷ୍ପମାଲ୍ୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜେଡି ଏବେ ସ୍ୱଚ୍ଛତା ଓ ବିକାଶକୁ ପ୍ରାଧାନ୍ୟ ଦେଇ ଘରେ ଘରେ ବିକାଶର ବାର୍ତ୍ତା ପହଞ୍ଚାଇ ବାକୁ ଉଦ୍ୟମ କରିଛି । ନବୀନଙ୍କ ବ୍ୟକ୍ତିତ୍ବ ସଫଳ ରାଜନୈତିକ ଯାତ୍ରା ପାଇଁ କର୍ମୀମାନଙ୍କ ଦଳୀୟ ପ୍ରୀତି ଆହୁରି ଦ୍ୱିଗୁଣିତ ହୋଇଯାଇଛି।କାକଟପୁର ନିର୍ବାଚନ ମଣ୍ଡଳୀରେ ଦଳୀୟ ନେତୃତ୍ୱମାନଙ୍କୁ ନେଇ ଯେଉଁ ଭଳି ଭାବେ ସଙ୍ଗଠନକୁ ସୁଦୃଢ କରାଯାଉଛି ତାହା ନବୀନଙ୍କ ନେତୃତ୍ୱ ପ୍ରତି ବଳ ଯୋଗାଉଛି।ମନ୍ତ୍ରୀ ତୁଷାର କାନ୍ତି ବେହେରା ,ଜିଲ୍ଲା ପରିଷଦ ଉପାଦକ୍ଷ ତଥା ବିଜେଡି ସମ୍ପାଦକ ସ୍ଵାଧୀନ କୁମାର ନାୟକ ପ୍ରମୁଖ ପଞ୍ଚାୟତକୁ ପଞ୍ଚାୟତ ଗସ୍ତ କରି ବିଶେଷ ଭାବେ ସମସ୍ୟା ସମ୍ପର୍କରେ ତଥ୍ୟ ସଂଗ୍ରହ କରି ସମାଧାନ ଦିଗରେ ଅଗ୍ରସର ହେଉଛନ୍ତ।ଦୁଇ ନେତାଙ୍କ ଭୂମିକାକୁ କର୍ମୀମାନେ ଆଗ୍ରହର ସହିତ ଗ୍ରହଣ କରି ଦୃଢ଼ ସମର୍ଥନ ଦେଉଥିବା ଦେଖିବାକୁ ମିଳୁଛି। ପୂର୍ବତନ ମନ୍ତ୍ରୀ ସୁର ନାୟକଙ୍କ  ଅତୀତ ରାଜନୀତିର ରଣକୌଶଳକୁ, ଆପଣେଇ ତୁଷାର ଆଉ ସ୍ଵାଧୀନ ଚତୁରତାର ସହିତ ବିରୋଧୀଙ୍କୁ ଦଳୀୟ ରଣକୌଶଳରୁ ଦୁରେଇ ରଖିବାକୁ ପ୍ରୟାସ ଜାରି କରିଛନ୍ତି। ନବୀନଙ୍କ ଆଶାତୀତ ସଫଳତାର ଶ୍ରେୟ ଯେମିତି ବିଜେଡି କର୍ମୀମାନେ ଭୁଲି ନ ଯାଆନ୍ତି ସେଥିପ୍ରତି ପଞ୍ଚାୟତ ସ୍ତରରେ ଜିଲ୍ଲା ପରିଷଦ ସଭ୍ୟା, ସରପଞ୍ଚ ,ସମିତି ସଭ୍ୟ ସଭ୍ୟା ୱାର୍ଡ ସଭ୍ୟ ସଭ୍ୟା ମାନେ କର୍ମୀମାନଙ୍କ ସହିତ ଯୋଡି ହୋଇ ରହିବାକୁ ବିଭିନ୍ନ ସଭା ସମିତିରେ ଦଳୀୟ ପରାମର୍ଶ ଦିଆଯାଉଛି। ନବୀନଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଓ ଜନସାଧାରଣଙ୍କ ସ୍ୱାର୍ଥ ଜଡ଼ିତ ଜନହିତକାରୀ ସାମୁହିକ ଯୋଜନାକୁ ସଫଳ ରୂପାୟନ ଦେବାପାଇଁ ମହିଳାମାନଙ୍କୁ ତଥ୍ୟ ଭିତ୍ତିକ ସମ୍ବଳିତର ବାର୍ତ୍ତା ପ୍ରଦାନ କରାଯାଉଛି । ଏହି ଉପଲକ୍ଷେ ଅସ୍ତରଙ୍ଗ ବ୍ଲକ ର ପିରଜାହାନିଆ ପୀଠ ବେଳାଭୂମିରେ ଏକ ସାଙ୍ଗଠନିକ ସଭା ଅସ୍ତରଙ୍ଗ ବ୍ଲକ ବି ଜେ ଡି ସଭାପତି ଶ୍ରୀ କେଦାରନାଥ ବିଶ୍ଵାଳ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମନ୍ତ୍ରୀ ତୁଷାରକାନ୍ତି ବେହେରା ,ଓ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ ଙ୍କ ବ୍ୟତୀତ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପଞ୍ଚାନନ ସ୍ବାଇଁ, ଯୁବ ନେତା ଋତୁରାଜ ରାଉତ, ସରପଞ୍ଚ କ୍ଷୀରୋଦ କାଣ୍ଡି, ସଭ୍ୟ ବିମ୍ବାଧର ବିଶ୍ଵାଳ,ଜିଲ୍ଲା ପରିଷଦ ସଭ୍ୟା ସରସ୍ୱତୀ ସ୍ଵାଇଁ,ବନିତା ବେହେରା, ଯୁବ ଜନତା ଦଳ ସଭାପତି ପ୍ରଶାନ୍ତ ନାୟକ , ଏମ ପି,ପ୍ରତିନିଧି ଚମ୍ପକ ବାରିକ,ମନ୍ତ୍ରୀ ଙ୍କ ପ୍ରତିନିଧି,ଭୀମସେନ ସ୍ବାଇଁ, ସମିତି ସଭ୍ୟ ରାମଚନ୍ଦ୍ର ନାୟକ, ସମବାୟ ବ୍ୟାଙ୍କ ସଭ୍ୟ କୁଞ୍ଜ ବିହାରୀ ପ୍ରଧାନ, ସମିତି ସଭ୍ୟା ମନ୍ଦାକିନୀ ଛାଟୋଇ, ଆରତୀ କାଣ୍ଡି,ପ୍ରଫୁଲ୍ଲ ବେହେରା, ରୁଦ୍ର ପ୍ରସାଦ ଲେଙ୍କାଙ୍କ ସମେତ ବିଜୁ ଛାତ୍ର ଜନତା, ବିଜୁ ଯୁବ ଜନତା ଓ ୨ ହଜାରରୁ ଅଧିକ କର୍ମୀ ପଦ ଯାତ୍ରାରେ ସାମିଲ ଥିଲେ।

0
0
0
s2sdefault