ହାତ ଧୁଆ(ପରିଚ୍ଛନ୍ନତା)କୁ ସୁନିଶ୍ଚିତ କରାଯିବା ପାଇଁ ରୋଡ୍ ମ୍ୟାପ୍ ପ୍ରସ୍ତୁତି ସଂପର୍କରେ ସମନ୍ୱୟ ଏବଂ ପରାମର୍ଶ ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର:କେବଳ ହାତକୁ ସାଧାରଣ ଭାବେ ଧୋଇବା ଯଥେଷ୍ଟ ନୁହେଁ । ରୋଗ ଦାଉରୁ ରକ୍ଷା ପାଇବା ଏବଂ ରୋଗ ବ୍ୟାପିବାର ଆଶଙ୍କାକୁ କମାଇବା ପାଇଁ ହାତକୁ ଭଲ ଭାବରେ ସାବୁନ ବା ହ୍ୟାଣ୍ଡ ଓ୍ୱାସ୍ ସାହାଯ୍ୟରେ ଭଲ ଭାବରେ ଧୋଇବା ଜରୁରୀ । ସଠିକ୍‌ ଭାବରେ ହାତଧୁଆ କୋଭିଡ୍‌ ସଂକ୍ରମଣକୁ କମାଇବା ସହିତ ମୃତ୍ୟୁ ସଂଖ୍ୟାକୁ ବହୁ ମାତ୍ରାରେ ହ୍ରାସ କରିବାରେ ସଫଳ ହୋଇଥିଲା ।ସଠିକ୍ ଭାବରେ ହାତ ଧୂଆ ପାଇଁ ରାଜ୍ୟରେ ସ୍ୱାସ୍ଥ୍ୟ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ ଆଦି ସମ୍ପୃକ୍ତ ବିଭାଗ ଦ୍ୱାରାବିଭିନ୍ନ ସମୟରେ ସଚେତନ କରାଯାଉଛି । ଏବେ ଏହି ପ୍ରକ୍ରିୟାକୁ ସୁନିଶ୍ଚିତ କରିବାକୁ ୟୁନିସେଫ ଦେଶବ୍ୟାପୀ ରୋଡ୍ ମ୍ୟାପ୍ ପ୍ରସ୍ତୁତି କରୁଛି । ଓଡିଶାରୁ ପ୍ରଥମେ ଏହି ରୋଡମ୍ୟାପ୍ ଆରମ୍ଭ କରାଯାଇଥିବା ସଂପର୍କରେ ଗୁରୁବାରଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଗୁରୁତ୍ୱପୂଣ୍ଣ ବୈଠକରେ ୟୁନିସେଫ୍ ତରଫରୁସୂଚନା ଦିଆଯାଇଛି ।
ଲୋକସେବା ଭବନରେ ଅନୁଷ୍ଠିତ ଏହି ସମନ୍ୱୟ ଏବଂ ପରାମର୍ଶ ବୈଠକରେ ସମ୍ପୃକ୍ତ ସମସ୍ତ ବିଭାଗର ସମନ୍ୱୟରେ ଏହି କାର୍ଯ୍ୟ ସୁସଂପାଦନ ପାଇଁ ଉନ୍ନୟନ କମିଶନର ପରାମର୍ଶ ଦେଇଛନ୍ତି । ଲୋକସେବା ଭବନରେ ଅନୁଷ୍ଠିତ ଏହି ସମନ୍ବୟ ଏବଂ ପରାମର୍ଶ ବୈଠକରେ ସମ୍ପୃକ୍ତ ସମସ୍ତ ବିଭାଗର ସମନ୍ଵୟରେ ଏହି କାର୍ଯ୍ୟ ସୁସଂପାଦନ ପାଇଁ ଉନ୍ନୟନ କମିଶନର ପରାମର୍ଶ ଦେଇଛନ୍ତି । ୟୁନିସେଫ କ୍ଷେତ୍ର ମୁଖ୍ୟ ଉଇଲିୟମ୍ ହାନଲୋନ ଜେଆର, ୟୁନିସେଫ୍ ଓ୍ୱାସ୍ – ସିସିଇସ୍ ବିଶେଷଜ୍ଞ ସିପ୍ରା ସକ୍ସେନା ପ୍ରମୁଖ ଯୋଗଦେଇ ଓଡିଶାରେ ହାତ ଧୁଆ(ହ୍ୟାଣ୍ଟ ହାଇଜିନ) ରୋଡ୍ ମ୍ୟାପ୍ ପ୍ରସ୍ତୁତି ସମ୍ପର୍କରେ ବିଶଦ୍ ଭାବେ ଆଲୋକପାତ କରିଥିଲେ ।

ହାତ ଧୁଆ ଭଳି ପରିଚ୍ଛନ୍ନତା ରକ୍ଷା, କମ୍ ଖର୍ଚ୍ଚରେ ହେଉଥିବା ଏକ ସ୍ବାସ୍ଥ୍ୟ ରକ୍ଷା ବ୍ୟବସ୍ଥା । କିନ୍ତୁ ସଚେତନତା ଅଭାବରୁ ଏହି ଅଭ୍ୟାସ ନକରାଯିବା ଫଳରେ ବହୁ ସଂକ୍ରାମକ ରୋଗ ବ୍ୟାପୁଛି । ମିଳିତ ଜାତିସଂଘର ପୋଷଣୀୟ ବିକାଶ ଲକ୍ଷ୍ୟ ହାସଲ କରିବାରେ ସ୍ବାସ୍ଥ୍ୟ ରକ୍ଷା ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ରହିଥିବା ବେଳେ ବିଦ୍ୟାଳୟରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଏପରିକି ଘରେ ଘରେ ପ୍ରତ୍ୟେକ ଜନସାଧାରଣଙ୍କୁ ସାବୁନରେ ହାତ ସଫା କରିବା ଓ ଏଥିପାଇଁ ଆବଶ୍ୟକ ପାଣିର ଉପଲବ୍‌ଧତାକୁ ନିଶ୍ଚିତ କରିବା ସଂପର୍କରେ ଆଲୋଚନା କରାଯାଇଥିଲା । ବିପର୍ଯ୍ୟୟ ପରିଚାଳନା ଓ ପ୍ରଶମନ କ୍ଷେତ୍ରରେ ରାଜ୍ୟର ସରକାରୀ ବିଭାଗଗୁଡ଼ିକ ପ୍ରଭାବଶାଳୀ ଭାବେ ସମନ୍ଵୟ ରକ୍ଷା କରୁଥିବା ବେଳେ ଏ କ୍ଷେତ୍ରରେ ମଧ୍ୟ ଓଡିଶା ଅଗ୍ରଣୀ ଭୂମିକା ନିର୍ବାହ କରିବ ବୋଲି ବୈଠକରେ ଆଲୋଚନା ପ୍ରକାଶ ପାଇଥିଲା । ଭବିଷ୍ୟତରେ ସମ୍ଭାବ୍ୟ ମହାମାରୀକୁ ଦୂର କରିବାକୁ ହେଲେ ଏବେଠାରୁ ଉନ୍ନତ ହାତ ପରିଚ୍ଛନ୍ନତା ନିମନ୍ତେ ପ୍ରସ୍ତୁତି ଓ ପ୍ରତିକ୍ରିୟା ଯୋଜନାର ଆବଶ୍ୟକତା ରହିଛି । ଭାଗିଦାରିଭିଭିକ ସମାଧାନ, ବଜେଟ୍ ରେ ନିର୍ଦ୍ଦିଷ୍ଟ ଭାବେ ଅର୍ଥ ଆବଣ୍ଟନ ସହ ପାରସ୍ପରିକ ସୁସମନ୍ଵୟ, ଆକର୍ଷଣୀୟ ଓ ଅଭିନବ ଢଙ୍ଗରେ ଶିଶୁ ଓ ଛାତ୍ରଛାତ୍ରୀମାନଙ୍କୁ ବାର୍ତ୍ତା ପ୍ରଦାନ, ନିୟମିତ ଉତ୍ସାହ ଓ ତଦାରଖ ବ୍ୟବସ୍ଥା ସଠିକ୍ ହାତଧୁଆ ସଂପର୍କରେ ଉତ୍ତମ ଅଭ୍ୟାସଗୁଡ଼ିକର ସକରାତ୍ମକ ପ୍ରଚାର ପ୍ରସାର ଏ କ୍ଷେତ୍ରରେ ସହାୟକ ହୋଇପାରିବ ।
ହାତ ଧୁଆ ପରିଛନ୍ନତାକୁ ସୁନିଶ୍ଚିତ କରିବା ପାଇଁ ଆମ ପାଖରେ ଉପଲବ୍‌ଧ ମାନବ ସମ୍ବଳର ଦକ୍ଷତାବୃଦ୍ଧିର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରାଯାଇଥିଲା । ରାଜ୍ୟରେ ସମସ୍ତ ଆଶାକର୍ମୀ, ବହୁମୁଖୀ ସ୍ବାସ୍ଥ୍ୟକର୍ମୀ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧିକାରୀମାନଙ୍କୁ ଏଦିଗରେ ଅଧିକ ସଚେତନ ପୂର୍ବକ ପ୍ରଶିକ୍ଷଣ ଦିଆଯିବ । ଦକ୍ଷତା ବୃଦ୍ଧି ପାଇଁ କାର୍ଯ୍ୟକାରୀ କରାଯାଉଥ‌ିବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସେବା ମିଶନ, ସହରାଞ୍ଚଳ ସ୍ବାସ୍ଥ୍ୟ ପୁଷ୍ଟି ଦିବସ ଓମ୍ବାସି ଓ ଡିଏସ୍ଏଫ୍ କାର୍ଯ୍ୟକାରୀ ବେଳେ ଏହାକୁ ସାମଲ କରାଯାଇ ସୁନିଶ୍ଚିତ କରାଯିବ । ମା' ଗୃହ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆଦିଗୁଡିକରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ହାତଧୁଆ ସଂପର୍କରେ ବ୍ୟାପକ ସଚେତନତା ଓ ଏଥିପାଇଁ ଉତ୍ତମ ପରିବେଶ ସୃଷ୍ଟି ଏ ଦିଗରେ ସହାୟକ ହେବ ।
ଉନ୍ନତ ହାତଧୁଆ ବ୍ୟବସ୍ଥା ପାଇଁ ଆନ୍ତଃ ବିଭାଗୀୟ ଓ ଅନ୍ତଃ ବିଭାଗୀୟ ସମନ୍ଵୟ ଉପରେ ବୈଠକରେ ଗୁରୁତ୍ଵ ଦିଆଯାଇଛି । ବ୍ଳକ ସ୍ତରରେ ଓ ଗ୍ରାମ ପଞ୍ଚାୟତ ସ୍ତରରେ ସଚେତନତା, ବିଦ୍ୟାଳୟ କୋଠାଗୁଡ଼ିକରେ ପ୍ରତ୍ୟେକ ମହଲାରେ ହାତଧୁଆ ଷ୍ଟେସନ (ସ୍ଥାନ) ବାଧ୍ୟତାମୂଳକ କରାଯିବ । ମହିଳା ଓ ଶିଶୁ ବିକାଶ ବିଭାଗ ଜରିଆରେ ଅଙ୍ଗନବାଡୀ କର୍ମୀମାନଙ୍କ ସମ୍ମିଳିତ ପ୍ରୟାସରେ ହାତଧୁଆ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରାଯିବ ।
ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ ଓ ସଂଖ୍ୟାଲଘୁ କଲ୍ୟାଣ ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ ଶିକ୍ଷା, ଯୋଗାଯୋଗ ଏବଂ ବ୍ୟବହାରିକ ପରିବର୍ତ୍ତନ ସଂପର୍କରେ ରଣନୀତି ପ୍ରସ୍ତୁତି କରିବେ । ଏଥ‌ିରେ ଯୋଜନା ଓ ସଂଯୋଜନ ବିଭାଗ, ଗୃହ ଓ ନଗର ଉନ୍ନୟନ ବିଭାଗ, ଅର୍ଥ ବିଭାଗ, ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ ସୂଚନା ଓ ଲୋକ ସଂପର୍କ ବିଭାଗ ଆଦି ସଂପୃକ୍ତ ବିଭିନ୍ନ ବିଭାଗ ଓ ଅନୁଷ୍ଠାନର ସମନ୍ଵୟରେ ଆବଶ୍ୟକ ପ୍ରସ୍ତୁତି, ବ୍ୟବସ୍ଥା ନିର୍ଦ୍ଧାରଣ, ସଂସ୍ଥାଗତ ଓ ଭିରିଭୂମି ବ୍ୟବସ୍ଥା ଏବଂ ତଦାରଖ କରାଯିବ । ବ୍ୟବହାରିକ ପରିବର୍ତ୍ତନ, ପାଣ୍ଠି ବ୍ୟବସ୍ଥା, ତଦାରଖ, ସମନ୍ଵୟ, ବୈଷୟିକ ଜ୍ଞାନ କୌଶଳର ଉପଯୋଗ ଏହି କାର୍ଯ୍ୟରେ ସଫଳତା ଆଣିଦେବ ।
ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ ଓ ସଂଖ୍ୟାଲଘୁ କଲ୍ୟାଣ ବିଭାଗ ଜରିଆରେ ପରିଚାଳିତ ବିଦ୍ୟାଳୟ, ବିଦ୍ୟାଳୟ ପରିଚାଳନା କମିଟି, ଆବାସିକ ବିଦ୍ୟାଳୟ ମାଧ୍ୟମରେ ଏହି କାର୍ଯ୍ୟକୁ ମଧ୍ୟ ଉତ୍ସାହିତ କରାଯିବ । ବିଦ୍ୟାଳୟ ପରିସର ବାହାରେ ମଧ୍ଯ ଘରେ ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ଏହାକୁ ଉତ୍ସାହିତ କରିବେ । ମଡେଲ ହାତ ଧୁଆ ସ୍ଥଳରେ ଏଲ୍‌ଇଡି ବୋର୍ଡ ଲଗାଯାଇ ସଚେତନ ବାର୍ତ୍ତା ପ୍ରଦର୍ଶନ କରାଯିବ । ପଚାୟତିରାଜ ବିଭାଗ ଜରିଆରେ ସୂଚନା, ଶିକ୍ଷା ଓ ଯୋଗାଯୋଗ ପ୍ରଚାର ପ୍ରସାରକୁ ଗୁରୁତ୍ବ ଦିଆଯାଇଛି । ସଂପୃକ୍ତ ସମସ୍ତ ବିଭାଗର ସହଯୋଗରେ ହାତଧୁଆ (ପରିଚ୍ଛନ୍ନତା) ଭଳି ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପକୁ ଆମେ ନିଷ୍ଠାର ସହ କରିପାରିବା ବୋଲି ଉନ୍ନୟନ କମିଶନର କହିଥିଲେ ।

ବୈଠକରେ ଗୃହ ଓ ନଗର ଉନ୍ନୟନ ପ୍ରମୁଖ ଶାସନ ସଚିବ ଜି. ମାଥ୍ ଭାଥାନନ୍, ବିଜ୍ଞାନ ଓ ବୈଷୟିକ ବିଦ୍ୟା ବିଭାଗ ତଥା ସରକାରୀ ଉଦ୍ୟୋଗ ବିଭାଗ ପ୍ରମୁଖ ଶାସନ ସଚିବ ତଥା ଯୋଜନା ଓ ସଂଯୋଜନ ବିଭାଗ ସ୍ଵତନ୍ତ୍ର ଶାସନ ସଚିବ ତଥା ଶ୍ରୀମତୀ ଚିତ୍ରା ଆରୁମୁଗମ, ମହିଳା ଓ ଶିଶୁ ବିକାଶ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦେଶିକା ବୃନ୍ଦା ଡି, ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନୁପମ ସାହା, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ନିର୍ଦ୍ଦେଶକ (ପାନୀୟ ଜଳ ଓ ପରିମଳ) ଶ୍ରୀ ବି. ପରମେଶ୍ୱରନ୍ , ଓସଡମାର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଜ୍ଞାନ ଦାସ, ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ ଏବଂ ୟୁନିସେଫର ଅନ୍ୟ କର୍ମକର୍ତ୍ତାମାନେ ବୈଠକରେ ଉପସ୍ଥିତ ଥିଲେ ।

0
0
0
s2sdefault