ଗାଇସିଲାଟ/ମନ ଡନସନା-୨୫ ବର୍ଷ ହେଲା ରାଜ୍ଯ ସରକାର ବିଭିନ୍ନ ପ୍ରକାର ଉନ୍ନୟନମୂଳକ କାର୍ୟ୍ଯ କରିଥିବା କାର୍ୟ୍ଯ ର ଦିମ୍ ଦିମି ପିଟୁଥିବା ବେଲେ ଆଜି ଆଜି ରାଜ୍ଯ ସରକାର ଙ୍କ ବିଭିନ୍ନ ଯୋଜନା କୁ ଫେଲ୍ ବୋଲି ଗର୍ଜିଛି ,ବର୍ତ୍ତମାନ ବିଜେପୁରର ସ୍ଥିତି ପାଣି ସମସ୍ୟା ଘେରରେ ଥିବା ସହ ଚାଷ ପାଇଁ ଚାଷୀଙ୍କୁ ଆନ୍ଦୋଳନ କରିବାକୁ ପଡୁଛି।ହେଲେ ବିଭିନ୍ନ କଲକାରଖାନାକୁ ରାଜ୍ଯ ସରକାର ପାଣି ଯୋଗାଉଥିବା ବେଲେ ଚାଷୀ ଙ୍କୁ ଚାଷୀ ଚାଷ କାର୍ୟ୍ଯ ପାଇଁ ପାଣି ଯୋଗାଇ ପାରୁନଥିବା ଅଭିଯୋଗ ଆଣିଛି। ସେପଟେ ଆଜି ବରଗଡ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀରେ ସ୍ଥାନୀୟ ବିଧାୟିକା ମନ୍ତ୍ରୀ ମାନେ ଦେଇଥିବା ପ୍ରତିଶ୍ରୁତି ସମ୍ପୂର୍ଣ୍ଣ ମିଥ୍ଯା ବୋଲି ଅଭିଯୋଗ କରିଛି କଂଗ୍ରେସ। ଲୋୟର ସୁକତେଲ ପ୍ରସଂଗ କୁ ନେଇ ଆଜି ଗାଇସିଲାଟ ତହସିଲ ଅଫିସ କୁ ଘେରି ବିକ୍ଷୋଭ ପ୍ରର୍ଦଶନ କରିଛି କଂଗ୍ରେସ। ଅଞ୍ଚଳର ଶତାଧିକ ଲୋକଙ୍କୁ ଏକଜୁଟ୍ କରି ଆଜି ନିଜର ସ୍ଥିତିକୁ ଜାହିର କରିଛି।
ଲୋୟର ସୁକତେଲ ଡ୍ୟାମ୍ ପ୍ରକଲ୍ପ ରୁ କେନାଲ ମାଧ୍ୟମରେ ଗାଇସିଲାଟ ଅଞ୍ଚଳ କୁ ଜଳସେଚନ ପାଇଁ ଦାବି କରିଛି। ଏଥିରେ ଜିଲ୍ଲା ଯୁବସଭାପତି ଅଭିଷେକ ସେଠ୍ ଓ ବ୍ଲକ ସଭାପତି ଘନଶ୍ୟାମ ପାତ୍ର, ଜିଲ୍ଲା ସଂପାଦକ ଆନନ୍ଦ ପଧାନ, ବ୍ଲକ୍ ଯୁବ କଂଗ୍ରେସ ସଭାପତି ସୁନିଲ ଗଡତିଆ , ଜିଲ୍ଲା ପର୍ଯ୍ୟବେକ୍ଷ ଗୁଣ ସାହୁ ପ୍ରମୁଖ ସାମିଲ ଥିଲେ।
ରାଜ୍ୟ
ତହସିଲ ଅଫିସ୍ କୁ ଘେରିଲା ବ୍ଲକ୍ କଂଗ୍ରେସ
- Hits: 239








