ସିଜି ମାଳି ଖଣି ଖଣନ ସମର୍ଥନ ରାଲି ଇତିହାସ ରଚିଲା କାଶୀପୁର ବ୍ଲକ.

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ରାୟଗଡା /କାଶୀପୁର ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା କାଶିପୁର ବ୍ଲକ ସଦର ଠାରେ ତା ୫/୧୦/୨0୨୩ ରିଖ ଗୁରୁବାର ଦିନ ଏକ ବିଶାଳ ଜନସମାଗମ ଯାହାକି' ରାୟଗଡା ଜିଲ୍ଲା ଅନ୍ତର୍ଗତ କାଶିପୁର ଠାରେ ଏହା ପ୍ରଥମ ଥର ଏହି ପ୍ରକାର ବିଶାଳ ଜନସମାଗମ କାରଖାନା ତୁରନ୍ତ ପ୍ରତିଷ୍ଟା କରାଯିବା ଉଦେଶ୍ୟରେ ପ୍ରକମ୍ପିତ ହେଇଥିବାରୁ ଦେଖିବାକୁ ମିଳିଥିଲା। ଏହି ରାଲି ରାୟଗଡା ଜିଲ୍ଲା କାଶୀପୁର ଓ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ପାଇଁ ଏକ ବିରଳ ଘଟଣା ଓ ଇତିହାସ ହୋଇ ରହିଯିବ। ଖଣି ଖାଦାନ ଓ କାରଖାନା ପ୍ରତିଷ୍ଠାନ ପାଇଁ ଏହି ସମାଗମର ମୁଖ୍ୟ ଉଦେଶ୍ୟ ଥିଲା କାଶୀପୁର ଅଞ୍ଚଳରେ ତଥା କାଶୀପୁର ବ୍ଲକ ଓ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସିଜି ମାଳି ର ଖଣି ଖଣନ କୁ ତୁରନ୍ତ କାର୍ଯ୍ୟକାରୀ ନିମନ୍ତେ ପାଖା ପାଖି ୩୦ ହଜାର ଜନ ସାଧାରଣ ଏକତ୍ରିତ ହୋଇ ଏହି ରାଲି ହୋଇଥିଲା ।
ବିଗତ ୩୦ ବର୍ଷ ମଧ୍ୟରେ ଉଭୟ କାଶୀପୁର ଓ ରାମପୁର ବ୍ଲକ ଅଞ୍ଚଳରେ କାମଧନ୍ଦା ନ ପାଇ ପଡୋଶୀ ରାଜ୍ୟ ଦାଦନ ଖଟିବାକୁ ଜାଉଛନ୍ତି। ତୁରନ୍ତ କାରଖାନା ସ୍ଥାପନା ହେଲେ ଉଭୟ ଜିଲାରେ ଲୋକେ ବିଭିନ୍ନ କର୍ମ, ଧନ୍ଦା ରେ ନିୟଜିତ ହେବେ ଓ ଅଞ୍ଚଳରେ ଲୋକଙ୍କ ରୋଜଗାର ପନ୍ଥା ବଡିବା ସହ ବିକାଶ ହେବାର ଆଶା ଉଜ୍ୱଳ ହେବ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତ।

ଏହି ପରିପେକ୍ଷରେ ଉଭୟ କାଶୀପୁର ଓ ଥୁଆମୂଳ ରାମପୁର ବ୍ଲକ ବାସୀ ତୁରନ୍ତ ଖଣି ଖଣନ ନିମନ୍ତେ ଏବଂ ଅଞ୍ଚଳରେ ଖଣି ବିରଧୀ ତଥା କିଛି ଅସାମାଜିକ କାର୍ଯ୍ୟାତତ୍ତ୍ୱ କୁ ତୁରନ୍ତ ରକାଯାଉ ଓ ୧୬/୧୦/୨୦୨୩ ଏବଂ ୧୮/୧୦/୨୦୨୩ ରେ ହେବାକୁ ଥିବା ପରିବେଶ ମଞ୍ଜୁରୀ ଜନଶୁଣାଣୀ କାର୍ଯ୍ୟକ୍ରମ ତୁରନ୍ତ ଅନୁଷ୍ଠିତ କରାଯାଉ ବୋଲି ମାନ୍ୟବର ରାଜ୍ୟପାଳଙ୍କ ଉଦେଶ୍ୟରେ କାଶୀପୁର ତହସିଲଦାରଙ୍କ ଜରିଆରେ ଏକ ଦାବିପତ୍ର କାଶୀପୁର ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ଶ୍ରୀ ସୁରୋଜ ପ୍ରକାଶ ନାଏକଙ୍କ ଉପସ୍ଥିଥିରେ ଅତିରିକ୍ତ ତହସିଲଦାର ଶ୍ରୀ କୁଶ ଗରଡ଼ାଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

0
0
0
s2sdefault