ବିଳମ୍ବିତ ରାତିରେ ଦୁର୍ବୁତଙ୍କ ଆତଙ୍କରାଜ : ଦମ୍ପତିଙ୍କୁ ଆକ୍ରମଣ ,ସ୍ୱାମୀ ମୃତ-ସ୍ତ୍ରୀ ଗୁରୁତର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ ଅଧିନସ୍ଥ କୋଲଣପୁର ପଂଚାୟତ ମାର୍କେଟ କମ୍ଳେକ୍ସ କୁଳିଆ ବଜାର ଠାରେ ଜଳଖିଆ ଦୋକାନ କରିଥିବା ହରେକୃଷ୍ଣ ପୃଷ୍ଟି (୬୩) ଏବଂ ତାଙ୍କ ସ୍ତ୍ରୀ ଅନ୍ନପୂର୍ଣ୍ଣା ପୃଷ୍ଟି (୫୮) କୁ ବୁଧବାର ବିଳମ୍ବିତ ରାତିରେ ଦୋକାନ ଘର ଭିତରେ ମରଣାନ୍ତକ ଆକ୍ରମଣ କରାଯାଇଛି । ଏହି ଆକ୍ରମଣରେ ଦୋକାନ ମାଲିକ ହରେକୃଷ୍ଣଙ୍କର ମୃତ୍ୟୁ ହୋଇଥିଲା ବେଳେ ତାଙ୍କ ସ୍ତ୍ରୀ ଗୁରୁତର ହୋଇ ଏବେ କୋମା ଅବସ୍ଥାରେ କଟକ ବଡ଼ ମେଡ଼ିକାଲରେ ଚିକିତ୍ସାଧୀନ ଅଛନ୍ତି । ମୃତ ହରେକୃଷ୍ଣ ଜଣେ କର୍କଟ ରୋଗୀ ହୋଇଥିବାରୁ ଗତ ଚାରି ଦିନ ତଳେ ମୁଖ ଗହ୍ୱର ଅସ୍ତ୍ରପ୍ରଚାର ହୋଇ ଘରକୁ ଫେରିଥିଲେ । ବୁଧବାର ଦିନ ରାତିରେ ଖାଇ ପିଇ ସ୍ୱାମୀ ସ୍ତ୍ରୀ ଦୋକାନରେ ଶୋଇଥିଲେ । ବିଳମ୍ବିତ ରାତିରେ କେହି ଦୁର୍ବୁତ ଦୋକାନ ଭିତରେ ପଶି ଧାରୁଆ ଅସ୍ତ୍ରରେ ଉଭୟଙ୍କୁ ଆକ୍ରମଣ କରି ମୁଣ୍ଡକୁ ହାଣି ଦେଇଥିବା ଦେଖିବାକୁ ମିଳିଥିଲା । ଗୁରୁବାର ପ୍ରତୁ୍ୟଷରୁ ଗ୍ରାହକ ଚାଆ ପିଇବା ପାଇଁ ଆସିବାରୁ ଏଭଳି ଅବସ୍ଥା ଦେଖି ପରିବାର ଲୋକ ଓ ପୋଲିସକୁ ଖବର ଦେଇଥିଲେ । ଖବର ପାଇବା ପରେ ଘଟଣା ସ୍ଥଳରେ ସାଲେପୁର ପୋଲିସ ପହଂଚି ହରେକୃଷ୍ଣର ମୃତ ଦେହକୁ ଜବତ କରିଥିଲା ବେଳେ ତାଙ୍କ ପତ୍ନୀକୁ ଚିକିତ୍ସା ନିମନ୍ତେ ପ୍ରଥମେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ କଟକ ବଡ଼ମେଡ଼ିକାଲ ପଠାଇଥିଲେ । ଖବର ପାଇ କଟକ ଗ୍ରାମାଚଂଳ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କୃଷ୍ଣପ୍ରସାଦ ଷଢଙ୍ଗୀ ,ସାଲେପୁର ଏସଡ଼ିପିଓ ଙ୍କ ସମେତ ସାଲେପୁର, ନିଶ୍ଚିନ୍ତକୋଇଲି, ନେମାଳ ଓ ମାହାଙ୍ଗା ଥାନା ଆଇଆଇସି ସନ୍ଧାନୀ କୁକୁର ଓ ସାଇଟିିଫିକ୍ ଟିମ୍ ଆଣି ଘଟଣାର ତଦନ୍ତ କରିଥିଲେ । ସନ୍ଧାନୀ କୁକୁର ସହାୟତାରେ ପ୍ରଥମେ ସମ୍ପୃକ୍ତ ଅ ଳରେ ଜଣେ ଯୁବକଙ୍କୁ ଥାନାକୁ ନେଇ ପଚରାଉଚରା କରିବା ପରେ ହତ୍ୟାକାଣ୍ଡର ରହସ୍ୟ ଜଣାପଡ଼ିଥିଲା । ପରବର୍ତୀ ସମୟରେ ଅଧିକ ତଦନ୍ତ ପାଇଁ ପୋଲିସ ସ୍ଥାନୀୟ ଅଂଚଳର ୬ ଜଣ ଯୁବକଙ୍କୁ ଥାନାକୁ ନେଇ ପଚରା ଉଚରା କରୁଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ହତ୍ୟାକାଣ୍ଡ ଘଟିଥିବା ସାଧାରଣରେ ଆଲୋଚନା ହେଉଥିଲା ବେଳେ ସେଭଳି ଠୋସ୍ ପ୍ରମାଣ ମିଳିନଥିବା ସାଲେପୁର ଆଇଆଇସି ମନୋଜ କୁମାର ସ୍ୱାଇଁ ପ୍ରକାଶ କରିଛନ୍ତି । ଏ ସଂକ୍ରାନ୍ତରେ ମୃତ ହରେକୃଷ୍ଣଙ୍କ ପୁତ୍ର ଭଜମୋହନ ପୃଷ୍ଟିଙ୍କ ଅଭିଯୋଗକୁ ଭିତି କରି ପୋଲିସ ଏକ ମାମଲା ରୁଜୁ କରିଛି ।

0
0
0
s2sdefault