ଗଡିଲା ସାଇବର ସଚେତନା ରଥ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୟୂରଭଞ୍ଜ ରୁ ଦିପୁ ମହାପାତ୍ର: ମୟୁରଭଂଜ ଜିଲ୍ଲା ସାରସକଣା ବ୍ଳକ୍ ର ବିଭିନ୍ନ ଅଞ୍ଚଳ ପରିକ୍ରମା କଲା ସାଇବର ସୁରକ୍ଷା ରଥ । ସୂଚନା ଅନୁସାରେ ଦେଶ ତଥା ରାଜ୍ୟରେ ଦିନକୁ ଦିନ ସାଇବର ଅପରାଧ ବୃଦ୍ଧି ପାଉଥିବା ବେଳେ ଏଥିରୁ ରକ୍ଷା ପାଇବା ପାଇଁ ରାଜ୍ୟ ପୁଲିସ୍ ତରଫରୁ ସାଇବର ସଚେତନା ମୂଳକ ସୁରକ୍ଷା ଅଭିଯାନ ଆରମ୍ଭ କରାଯାଇଛି।ଏହି କ୍ରମରେ ଝାରପୋଖରୀଆ ଥାନା ରେ ସୁରକ୍ଷା ରଥ ପହଞ୍ଚି ଥିଲା । ପ୍ରଥମେ ସ୍ବାଗତ କରାଯାଇ ଥିଲା ଓ ସୀମାନ୍ତ ମହାବିଦ୍ୟାଳୟ ,ଶରତପାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ , ଓ ସରସ୍ଵତୀ ଶିଶୁମନ୍ଦିର ଏବଂ ଆଖପାଖ ବିଦ୍ୟାଳୟ ଗୁଡିକରୁ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି ପ୍ଲା କାର୍ଡ ଧରି ସାଇବର ଠକାମି ର ସଚେତନା ମୂଳକ ପଦକ୍ଷେପ ଗୁଡ଼ିକ ସମ୍ପର୍କରେ ନାରା ଦେବା ସହିତ ବଜାର ପରିକ୍ରମା କରିଥିବା ବେଳେ ପୁଲିସ ଓ ଛାତ୍ର ଛାତ୍ରୀ ମାନେ ଜନସାଧାରଣଙ୍କୁ ସଚେତନା ସମ୍ପର୍କୀୟ ଲିଫଲେଟ୍ ବଣ୍ଟନ କରିଥିଲେ । ପରବର୍ତୀ ସମୟରେ ସୀମାନ୍ତ ମହାବିଦ୍ୟାଳୟ ରେ ଅଧ୍ୟକ୍ଷ ଡ: ବୁଦ୍ଧଦେବ କର ଙ୍କ ସଭାପତିତ୍ବରେ ଏକ ସାଇବର ସଚେତନା ସଭା ଆୟୋଜିତ ହୋଇଥିଲା ।

ବିଶେଷ କରି ମୋବାଇଲ ବ୍ୟବହାର ସମୟରେ କାହାକୁ କୌଣସି ପାସୱାର୍ଡ ବା ଓଟିପି ସେୟାର ନ କରିବା ପାଇଁ ସତର୍କ ରହିବା, ଅନଲାଇନ୍ ସପିଙ୍ଗ, ନିଯୁକ୍ତି ଠକେଇ,କେୱାଇସି ଅପଡେଟ,ଲୋନେ ଆପ, ଅଜଣା ବ୍ୟକ୍ତିଙ୍କ ଫ୍ରେଣ୍ଡ୍ ରିକୁଏଷ୍ଟ ,ମେଟ୍ରୋମୋନିଆଲ ବା ଉପହାର ସମ୍ପର୍କିତ ମେସେଜ, ଅଜଣା ବ୍ୟକ୍ତିଙ୍କ ଫୋନ କଲ୍ , ଅଜଣା ଲିଙ୍କ, ଓଏଲେକ୍ସ ଠକେଇ ,ଟାୱାର ବସାଇବା, ସର୍ଚ୍ଚ ଇଞ୍ଜିନ ବ୍ୟବହାର ଠକେଇ ପରି ଆହୁରି ଅନେକ ପ୍ରକାର କାରବାର ସମୟରେ କିପରି ସତର୍କତା ଅବଲମ୍ବନ କରାଯିବ ସେ ସମ୍ପର୍କ ରେ ଉପସ୍ଥିତ ଥିବା ମୂଖ୍ୟ ଅତିଥି ମାନେ ଜନସାଧାରଣ ଏବଂ ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇ ଥିଲେ ।ଏହି ସଭା କାର୍ଯ୍ୟକ୍ରମ ରେ ପ୍ରାଚିପ୍ରଭା ପଢ଼ିହାରୀ ଅତିଥି ମାନଙ୍କୁ ମଞ୍ଚକୁ ନିମନ୍ତ୍ରଣ କରି ସ୍ୱାଗତ ଜଣାଇ ଥିଲେ।

ଏଥିରେ ଆଡିସନାଲ ଏସ ପି. ଉମେଶ କୁମାର ପଣ୍ଡା, ବିଡ଼ିଓ ଗୀତ ମୁର୍ମୁ, ତହସିଲଦାର ମନୋଜ କୁମାର କାର୍ଜି, ଡି ଏସ ପି . ସୁଚିଶ୍ମିତ ଦାସ, ଆଇ. ଆଇ. ସି. ମୃତ୍ୟୁଞ୍ଜୟ ପ୍ରଧାନ ଏବଂ ଶରତପାଳ କଲେଜ ପ୍ରିନ୍ସିପାଲ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସାହୁ ଉପସ୍ଥିତ ଥିଲେ । ବିଭିନ୍ନ ଅଞ୍ଚଳ ପରିକ୍ରମା କରି ପ୍ରଜେକ୍ଟର ମାଧ୍ୟମ ରେ ସିନେମା ସ୍କ୍ରିନ୍ ଦ୍ଵାରା ଓଡ଼ିଶା ସାଇବର କ୍ରାଇମ୍ ଅପରାଧୀ କରଣ ଶାଖା ର ବିଭିନ୍ନ ବିଶାରଦ ମାନେ ପ୍ରସ୍ତୁତ କରିଥିବା ଭିଡିଓ କୁ ପିଲାମାନଙ୍କୁ ଦେଖାଇଥିଲେ ।ସେହିପରି ଶରତପାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ମଧ୍ୟ ଭାବ୍ୟ ସମ୍ବର୍ଦ୍ଧନା ଜଣାଇଥିବା ବେଳେ କୁଇଜ୍ ପ୍ରତିଯୋଗିତା ସହିତ ସାଇବର ଠକ ଉପରେ ସତର୍କତା ଅବଲମ୍ବନ କରିବା ଉପରେ ବିସ୍ତୃତ ଭାବରେ ବୁଝାଇଥିଲେ । ଏଥିରେ ମାନସ କୁମାର ପତି ପରିଚାଳନା କରିଥିବା ବେଳେ ସମସ୍ତେ ସହଯୋଗ କରିଥିଲେ । 

0
0
0
s2sdefault