ବଲାଙ୍ଗୀର (ସନ୍ତୋଷ କୁମାର ଠାକୁର) /୦୫.୧୦/ ଆନ୍ତର୍ଜାତିକ ମିଲେଟ୍ ବର୍ଷ ୨୦୨୩ ପାଳନ ଅବସରରେ ସ୍ଥାନୀୟ ରାଜ୍ୟ ହୋଟେଲ ପରିଚାଳନା ପ୍ରତିଷ୍ଠାନ ରେ ଜିଲ୍ଲା ସ୍ତରୀୟ ମିଲେଟ୍ ବ୍ୟଞ୍ଜନ ପ୍ରସ୍ତୁତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ବଲାଙ୍ଗୀର ର ୭ ଟି ବିଭିନ୍ନ ବ୍ଲକ୍ ରୁ ୧୫ ଜଣ ପ୍ରତିଯୋଗୀ ଏଥିରେ ଯୋଗ ଦେଇଥିଲେ। ଏହି ଅବସରରେ ରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ସୁବାଷ ଚନ୍ଦ୍ର ବେହେରା, ରାଜ୍ୟ ହୋଟେଲ ପରିଚାଳନା ପ୍ରତିଷ୍ଠାନ ର ପ୍ରିନ୍ସିପାଲ୍ ଶ୍ରୀ ସୁରେଶ କୁମାର୍ ଏକନାଥ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ। ଓଡ଼ିଶା ମିଲେଟ୍ ମିଶନ ର ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ସୁନନ୍ଦା ସାହୁ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ।
ପ୍ରାୟ ୧୫ ଜଣ ପ୍ରତିଯୋଗୀ ଙ୍କ ଦ୍ଵାରା ୨୪ ଟି ବିଭିନ୍ନ ପ୍ରକାରର ମିଲେଟ୍ ରେ ପ୍ରସ୍ତୁତ ଖାଦ୍ୟ ଯଥା ମିଲେଟ୍ ମଣ୍ଡା, ଆରିସା, କେକ୍, ସୁପ୍, ଆଲୁଚପ, ଖିରି, ଏଵଂ ଅନ୍ୟାନ୍ୟ ବ୍ୟଞ୍ଜନ ପ୍ରସ୍ତୁତି କରିଥିଲେ। ସେହି ଭଳି ରାଜ୍ୟ ହୋଟେଲ ପରିଚାଳନା ପ୍ରତିଷ୍ଠାନ ର ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଗତ ୨୯ ତାରିଖ ଦିନ ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଥିଲା। ସଭା ଶେଷରେ ସମସ୍ତ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ହୋଟେଲ ପରିଚାଳନା ପ୍ରତିଷ୍ଠାନ ର ଅଧ୍ୟାପକ ଶ୍ରୀ ସାହିଲ ସାହୁ ଏବଂ ସତ୍ୟବତୀ ମିଶ୍ର ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମିଲେଟ୍ ମିଶନ ର ଜିଲ୍ଲା ସଂଯୋଜକ ଶ୍ରୀ ଯଶବନ୍ତ ନାଏକ ଓ ସମିଧା ଅଗ୍ରୱାଲ ତଥା ଅର୍ପଣ ଭଟ୍ଟାଚାର୍ଯ୍ୟ କାର୍ଯ୍ୟକ୍ରମ ର ସୁପରିଚାଳନା କରିଥିଲେ।








