ଆଵାକସ ର ଜାତୀୟ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା(ବସନ୍ତ କୁମାର ଜେନା) : ଗଣିତ ଶିକ୍ଷାଦାନ କରୁଥିବା ଆଵାକସ୍ ତରଫରୁ ଏକ ଜାତୀୟ ସ୍ତରୀୟ ଗଣିତ ଉପରେ ମାନସିକ ଅଭ୍ୟାସ କାର୍ଯ୍ୟକ୍ରମ ରାଉରକେଲାର ଭଞ୍ଜଭବନ ଠାରେ ଅନୁଷ୍ଠିତ ହୋଇଯାଇଛି।ଆଵାକସ୍ ର ମୁଖ୍ୟ ମାନସ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତା ଓ ରାଉରକେଲା ଅଧ୍ୟାୟର ମୁଖ୍ୟ ସନ୍ଧ୍ୟାରାଣୀ ସାହୁ ଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ରାଜ୍ୟ, ଓଡ଼ିଶାର ବିଭିନ୍ନ ଜିଲ୍ଲା ତଥା ଅନଲାଇନ ମାଧ୍ୟମରେ ଆମେରିକା ଓ ଲଣ୍ଡନ ରୁ ପ୍ରାୟ ୪୪୨ଜଣ ଛାତ୍ର ଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ। ଏଥିପାଇଁ ସେକ୍ଟର ୫ ସ୍ଥିତ ଦୀପିକା ଇଂରାଜୀ ମାଧ୍ୟମ ବିଦ୍ୟାଳୟ ରେ ଗଣିତ ଓ ଅନ୍ୟାନ୍ୟ ବିଷୟରେ ପରୀକ୍ଷା କରାଯାଇଥିଲା। ଏଥିରେ ଯୋଗଦେଇଥିବା ସମସ୍ତ ଛାତ୍ର ଛାତ୍ରୀଙ୍କୁ ଯୋଗ୍ୟତା ଭିତ୍ତିରେ ପୁରସ୍କୃତ କରାଯାଇଥିଲା। ଭଞ୍ଜଭବନ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରମିକ ନେତା ପ୍ରଶାନ୍ତ ବେହେରା, ଦୀପିକା ବିଦ୍ୟାଳୟର ଅଧ୍ୟକ୍ଷ ପ୍ରବୀଣ କୁମାର ଶର୍ମା, ଦୀପିକା କନିଷ୍ଠ ବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷା ଅଞ୍ଜଳି ଶତପଥୀ ଓ ସମାଜସେବୀ ନିହାର ସାମଲ ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହାଦ୍ବାରା ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ମାନସିକ ବିକାଶ ଓ ଗଣିତ ପ୍ରତି ଆଦର ବୃଦ୍ଧି ପାଇଵା ସ୍ବଭାବିକ ବୋଲି ମତ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ଦେଶର ଦିଲ୍ଲୀ, ମୁମ୍ବାଇ, ଛତିଶଗଡ଼, ରାଞ୍ଚି, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଓଡ଼ିଶାର ରାଉରକେଲା, ଝାରସୁଗୁଡ଼ା, ବ୍ରହ୍ମପୁର, ସୁନାବେଡ଼ା, ଭୁବନେଶ୍ୱର, କୋରାପୁଟ ଆଦି ଅଂଚଳରୁ ଛାତ୍ର ଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ। ଅଶ୍ବିନୀ କାଲୱନୀ ଓ ମେହେକ କାଲୱନୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅର୍ଚ୍ଚନା ମହାନ୍ତି, ମାନିନୀ ଜେନା,ଚମ୍ପାବତୀ ଅମାତ, ଗଣେଶ ଦତ୍ତ,ମାଳତୀ ଟୀକାଦାର, ଲୀଳାବତୀ ମିଶ୍ର ଙ୍କ ସହ ୩୦ଜଣ ପ୍ରଶିକ୍ଷକ ଏଥିରେ ଯୋଗଦେଇଥିଲେ। ଏହି ଅବସରରେ ଲାଠିକଟା ସ୍ଥିତ ରାଧାକୃଷ୍ଣ ଦୃଷ୍ଟିହୀନ ବିଦ୍ୟାଳୟକୁ ଅନୁଷ୍ଠାନ ତରଫରୁ ୫ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇv ଦିଆଯାଇଥିଲା। ପରେ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା।

 

0
0
0
s2sdefault