ରାଉରକେଲା (ବସନ୍ତ କୁମାର ଜେନା):ଷ୍ଟିଲ ଓରକର୍ସ ଫେଡେରେସନ୍ ଅଫ୍ ଇଣ୍ଡିଆ ଓ ସି ଆଇ ଟି ୟୁ ର ଡାକରା ରେ ଆଜି ସେଲ୍ ଅଧିନରେ ଥିବା ସମସ୍ତ ଇସ୍ପାତ କାରଖାନା ସମ୍ମୁଖରେ ଇସ୍ପାତ ଓ ଠିକା ଶ୍ରମିକ ଙ୍କ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ବେଳେ ରାଉରକେଲା ଇସ୍ପାତ କାରଖାନା ପାଓର ଗେଟ୍ ସମ୍ମୁଖରେ ଷ୍ଟିଲ ଏମ୍ପୋଇଜ ଟ୍ରେଡ୍ ୟୁନିୟନ ଓ ରାଉରକେଲା କଣ୍ଟ୍ରାକ୍ଟର ଓରକର୍ସ ୟୁନିୟନ ( ସି ଆଇ ଟି ୟୁ) ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଇସ୍ପାତ ଶ୍ରମିକ ଙ୍କ ୩୯ ମାସର ବକେୟା ଏରିଅର ତୁରନ୍ତ ପ୍ରଦାନ କରିବା, ତୃଟିପୂର୍ଣ୍ଣ ଶ୍ରମିକ ବିରୋଧୀ ବୋନସ ଚୁକ୍ତିନାମା ପ୍ରତ୍ୟାହାର କରି ଇସ୍ପାତ ଶ୍ରମିକ କର୍ମଚାରୀ ଙ୍କୁ ଗତବର୍ଷ ଠାରୁ ଅଧିକ ବୋନସ ପ୍ରଦାନ ସହିତ ଠିକା ଶ୍ରମିକଙ୍କୁ ୨୦ ପ୍ରତିଶତ ବୋନସ ପ୍ରଦାନ କରିବା, ଏନ୍ ଜେ ସି ଏସ ଚୁକ୍ତିନାମା ସହମତି ଭିତିର କରିବା ସହିତ ସ୍ଥାୟୀ ଓ ଠିକା ଶ୍ରମିକ ଙ୍କ ନୂତନ ମଜୁରୀ ଚୁକ୍ତିନାମା ସ୍ବାକ୍ଷରିତ କରିବା,୧୩ ପ୍ରତିଶତ ଏମ୍ ଜି ବି ଉପରେ ୨ଟି ଇନକ୍ରିମେଣ୍ଟ ପ୍ରଦାନ କରିବା,ଗ୍ରାଚ୍ୟୁଇଟି ସିଲିଂ ପ୍ରତ୍ୟାହାର କରିବା,ଖଣି ଅଂଚଳରେ ୧୦ପ୍ରତିଶତ ଡି ଏ ଏସ ଏ ପ୍ରଦାନ କରିବା, ସେଲ୍ ପେନସନ କାର୍ଯ୍ୟକାରୀ କରିବା, ସେଲ୍ ର ଘରୋଇକରଣ ବନ୍ଦ କରିବା, ରାଉରକେଲା ଇସ୍ପାତ କାରଖାନା ରେ ୩୬ ହଜାର କୋଟି ଟଙ୍କାର ଆଧୁନିକୀକରଣ ଓ ସଂପ୍ରସାରଣ କାର୍ଯ୍ୟ କରିବା ଦାବିରେ ଆଜିର ବିକ୍ଷୋଭ କାର୍ଯ୍ୟକ୍ରମ ସଂଗଠିତ କରାଯାଇଛି।
ଚଳିତ ବର୍ଷ ସେଲ୍ ର ଆର୍ଥିକ କାରବାର ୧ଲକ୍ଷ ୫ ହଜାର କୋଟି ଟଙ୍କାରୁ ଅଧିକ ହୋଇ ସେଲ୍ ଇତିହାସ ରେ ଶ୍ରେଷ୍ଠ ବିକ୍ରୟ ବର୍ଷ ଭାବରେ ରେକର୍ଡ ସୃଷ୍ଟି କରିଥିଲା ବେଳେ ଅନ୍ୟ ପଟରେ ୮୧ ମାସ ପରେ ମଧ୍ୟ ଶ୍ରମିକ କର୍ମଚାରୀ ମାନଙ୍କ ମଜୁରୀ ଚୁକ୍ତିନାମା ନ ହୋଇ ପାରିବା ଓ ୩୯ ମାସର ଏରିଅର ପ୍ରଦାନ ଦିଗରେ ସେଲ୍ କର୍ତୁପକ୍ଷ କୌଣସି ପଦକ୍ଷେପ ଗ୍ରହଣ ନ କରିବା ଦୁର୍ଭାଗ୍ୟଜନକ ବୋଲି ବିକ୍ଷୋଭ ରେ ସି ଆଇ ଟି ୟୁ ନେତା ମାନେ କ୍ଷୋଭ ପ୍ରକାଶ କରିବା ସହିତ ଆଗାମୀ ଦିନରେ ବ୍ୟାପକ ଶ୍ରମିକ ଆନ୍ଦୋଳନ ପାଇଁ ଆହ୍ୱାନ କରିଥିଲେ।
ଆଜିର ବିକ୍ଷୋଭ ରେ ଷ୍ଟିଲ ଏମ୍ପୋଇଜ ଟ୍ରେଡ୍ ୟୁନିୟନ ( ସି ଆଇ ଟି ୟୁ) ର କାର୍ଯ୍ୟକାରୀ ସଭାପତି ଶ୍ରୀମନ୍ତ ବେହେରା ଙ୍କ ସଭାପତିତ୍ବରେ ଇସ୍ପାତ ଶ୍ରମିକ ନେତା ରତ୍ନାକର ନାୟକ,ଯଞେଶ୍ଵର ସାହୁ,ପ୍ରଦୋଷ ପରିଡ଼ା, ସଂଗ୍ରାମ ସାମଲ,ଜେ କେ ସାହୁ,ସୁରେଶ ବେହୁରିଆ,ବିଦ୍ୟାଧର ନାୟକ, ସୂର୍ଯ୍ୟ କାନ୍ତ ବାରିକ୍, ଜୀବନ ବରିହା, ପ୍ରଶାନ୍ତ ଷଡ଼ଙ୍ଗୀ, ସଂଜୟ ନାୟକ, ତ୍ରିଲୋଚନ ପାତ୍ର, ଠିକା ଶ୍ରମିକ ମାନଙ୍କ ନେତା ବି ପି ମହାପାତ୍ର,ରାଜ କିଶୋର ପ୍ରଧାନ, ଲକ୍ଷ୍ମୀଧର ନାୟକ, ପ୍ରଭାତ ମହାନ୍ତି ବିଶ୍ଵଜିତ ମାଝୀ, ଦିବାକର ମହାରଣା, ବଛିରାମ ବେହେରା, ସାଗର ଛୋଟରାୟ, ବସନ୍ତ ପାଢ଼ୀ, ଅନାଦି ସାହୁ ଓ ଖଣି ଶ୍ରମିକ ଙ୍କ ନେତା ପ୍ରଭାତ ପଣ୍ଡା ପ୍ରମୁଖ ନେତୃତ୍ୱ ନେଇଥିଲେ।
ରାଜ୍ୟ
ଇସ୍ପାତ ଶ୍ରମିକ କର୍ମଚାରୀ ଙ୍କ ୩୯ ମାସର ଏରିଅର ଓ ପୂଜା ପୂର୍ବରୁ ବୋନସ ପ୍ରଦାନ ଦାବିରେ ସିଆଇଟିୟୁର ବିକ୍ଷୋଭ।
- Hits: 277








