କେନ୍ଦ୍ରାପଡା:(ଶାସକ ପ୍ରଶାସକ)ପ୍ରଫୁଲ୍ଲ କୁମାର ମଲ୍ଲ :କେନ୍ଦ୍ରାପଡା ଜିଲ୍ଲା ଦାଣ୍ଡିସାହି ସ୍ଥିତ ବ୍ରାହ୍ମଣି ମହାବିଦ୍ୟାଳୟରେ ୨୦୧୮ ମସିହା ପ୍ରକାଶିତ ବିଜ୍ଞାପନ ପାଇ ୧୩ ଜଣ ଅସ୍ଥାୟୀ ଶିକ୍ଷକ ଓ ଶିକ୍ଷୟତ୍ରୀ ମହାବିଦ୍ୟାଳୟରେ ବିଭିନ୍ନ ପଦ ପଦପିରେ ଯୋଗଦାନ କରି ଶିକ୍ଷକତା କରିଆସୁଥିଲେ ।୨୦୨୧/୨୦୨୨ ମସିହାରେ ଉକ୍ତ ମହାବିଦ୍ୟାଳୟରେ ନବ ନିଯୁକ୍ତ ଅଧ୍ୟକ୍ଷ ସେମାନଙ୍କୁ ବିନା ନୋଟିସରେ କାର୍ଯ୍ୟରୁ ଅନ୍ତର ରଖିଥିଲେ ।କୋରନା ପ୍ରଭାବରେ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ମହାବିଦ୍ୟାଳୟଟି ବନ୍ଦ ରହିଥିଲା ।ଏହାର ପ୍ରତିବାଦରେ ୨୦୨୨ ମସିହାରେ ନିଲମ୍ବିତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଉପଜିଲ୍ଲାପାଳ ,କେନ୍ଦ୍ରାପଡା ବିଧାୟକ ସସି ଭୂଷଣ ବେହେରା ଓ ଓଡ଼ିଶାର ଶିକ୍ଷାମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।ଏହା ପରେ ବିଭାଗୀୟ ଅଧିକାରୀଙ୍କ ଦ୍ଵାରା ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା ହେଲେ ତଦନ୍ତ ଆଜି ପର୍ଯ୍ୟନ୍ତ ତଦନ୍ତରେ ହିଁ ରହିଯାଇଛି ।ଏହାକୁ ବିରୋଧ କରି କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ନିଲମ୍ବିତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ବସି ରହିଥିଲେ ଯେ ପର୍ଯ୍ୟନ୍ତ ନ୍ୟାୟ ନମିଳିଛି ଅନଶନ ଜାରି ରହିବ ବୋଲି ନିଲମ୍ବିତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ କହିଛନ୍ତି ।ବିଦ୍ୟାଳୟର ନିଲମ୍ବିତ କର୍ମଚାରୀ ହେଲେ ଶୋଭାଗ୍ୟ ରାଉତ ,ପରେସ ସାମଲ ,ଶୁରୋଜ ପ୍ରଧାନ ,ଓ ଶୋଭାଗ୍ୟ ପ୍ରଧାନ ପ୍ରମୁଖ ଉକ୍ତ ଅନଶନରେ ସାମିଲ ରହିଥିଲେ ।
ରାଜ୍ୟ
ବ୍ରାହ୍ମଣୀ ମହାବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ଆମରଣ ଅନଶନ ।
- Hits: 253








