ହେଡଲାଇନସ୍:

ଭଞ୍ଜ ସାହିତ୍ୟରେ ଅନ୍ତର୍ନିହିତ ଅଛି ଗଣତାନ୍ତ୍ରିକ ମୂଲ୍ୟବୋଧ ସହ ଶାସ୍ବତ ପ୍ରେମର ଅତିନ୍ଦ୍ରୀୟତା: ଡ଼ଃ ରଥ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା, (ବସନ୍ତ କୁମାର ଜେନା): ଛେଣ୍ଡ୍ ସାଂସ୍କୃତିକ ସଂଘ ଓ ଗୋପବନ୍ଧୁ ପାଠାଗାର ଦ୍ବାରା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଜୟନ୍ତୀ ପାଠାଗାର ପରିସରରେ ପାଳିତ ହୋଇଯାଇଛି ।
ବିଗତ ପନ୍ଦର ବର୍ଷ ଧରି ଛେଣ୍ଡ୍ ସାଂସ୍କୃତିକ ସଂଘ ଏବଂ ଗୋପବନ୍ଧୁ ପାଠାଗାରର ମିଳିତ ସହଯୋଗରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜୟନ୍ତୀ ପାଳିତ ହୋଇଆସୁଛି। ଏହିକ୍ରମରେ ଉଭୟ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ପ୍ରାଧ୍ୟାପକ ଗିରିଜା ଶଙ୍କର ଗୋସ୍ବାମୀଙ୍କ ସଭାପତିତ୍ବରେ ଗୋପବନ୍ଧୁ ପାଠାଗାରର ସତ୍ୟବାଦୀ ସଭା ଗୃହରେ ଭଞ୍ଜ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି ସଭାରେ ମୁଖ୍ୟ ଅତିଥି ଭାବେ ସେବା ନିବୃତ ଓଡ଼ିଶା ପ୍ରଶାସନିକ ଅଧିକାରୀ ମହେନ୍ଦ୍ର କୁମାର ପଟ୍ଟନାୟକ, ସମ୍ମାନୀତ ଅତିଥି ଭାବେ ପାଠାଗାର ସଭାପତି ଇଂ. ନବଘନ ସାହୁ ଏବଂ ମୁଖ୍ୟ ବକ୍ତା ଭାବେ ଭଞ୍ଜ ବିଶାରଦ ପ୍ରାଧ୍ୟାପକ ଡ଼. ଶାନ୍ତନୁ କୁମାର ରଥ ଯୋଗଦେଇ ଥିଲେ । ଅତିଥି ମାନେ କବିଙ୍କ ତୈଳ ଚିତ୍ରରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ବଳନ କରି ସଭା ଶୁଭାରମ୍ଭ କରିଥିଲେ। ସଂଗୀତଜ୍ଞ ଡା. ସୁଶାନ୍ତ କୁମାର ପାଣିଙ୍କ ଭଞ୍ଜ ରଚିତ ଭଜନ ଓ ସଙ୍ଗୀତ ପରିବେଷଣ ସଭାର ପରିବେଶକୁ ଭକ୍ତିପୂର୍ଣ୍ଣ ଥିବାବେଳେ ଗୁରୁ ମନୋବଧ ମିଶ୍ର ବାଦ୍ୟଯନ୍ତ୍ରରେ ସହାୟତା କରିଥିଲେ। ସଭାପତି ଗିରିଜା ଶଙ୍କର ଗୋସ୍ବାମୀ ସ୍ବାଗତ ଭାଷଣ ସହ ସଂଘର ଦୀର୍ଘ ପନ୍ଦର ବର୍ଷର କାର୍ଯ୍ୟାବଳୀ ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିଥିଲେ। ସାଂସ୍କୃତିକ ସଂଘର ସାଧାରଣ ସମ୍ପାଦକ କବି ରାଜୀବ ପାଣି ଅତିଥି ପରିଚୟ ପ୍ରଦାନ ସହ ଆଲୋଚ୍ୟ ବିଷୟ 'ଭଞ୍ଜ ସାହିତ୍ୟର ପ୍ରାସଙ୍ଗିକତା' ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଆଲୋଚନା ଆରମ୍ଭ କରି ମୁଖ୍ୟ ବକ୍ତା ଡ. ରଥ କହିଲେ ଯେ, ତିନିଶହ ପଚାଶ ବର୍ଷତଳେ ରଚିତ ଭଞ୍ଜ ସାହିତ୍ୟରେ କବିଙ୍କ ଜୀବନ ଦର୍ଶନ ଏବଂ ଚିନ୍ତନ ଆଜିବି ପ୍ରାସଙ୍ଗିକତା ବହନ କରେ । ତାଙ୍କ ସାହିତ୍ୟରେ ଅନ୍ତର୍ନିହିତ ବାର୍ତ୍ତା, କବିତାର ଶବ୍ଦ ବିନ୍ୟାସ ଏବଂ ଆଳଙ୍କାରିକତା ତାଙ୍କ ସାହିତ୍ୟକୁ କାଳଜୟୀ କରିପାରିଛି। କବିଙ୍କ ସୃଷ୍ଟିରେ ଅନ୍ତର୍ନିହିତ ଅଛି ପ୍ରଜାମଙ୍ଗଳକାରୀ ଚିନ୍ତାଧାରା ସହ ଗଣତାନ୍ତ୍ରିକ ମୂଲ୍ୟବୋଧ । ଦାମ୍ପତ୍ୟ ଜୀବନର ପରାକାଷ୍ଠାକୁ ପ୍ରତିପାଦନ କରିବାକୁ ଯାଇ ସେ ଅତିନ୍ଦ୍ରୀୟ ଆନନ୍ଦ ଏବଂ ଶାସ୍ବତ ପ୍ରେମର ବାର୍ତ୍ତା ଦେଇ ଯାଇଛନ୍ତି। ମଣିଷ ଆଶାବାଦୀ ନହେଲେ ହାରିଯିବା ନିଶ୍ଚିତ ବୋଲି ଡ଼ଃ ରଥ ମତ ରଖିଥିଲେ। କବି ରାଜୀବ ପାଣି ମଞ୍ଚ ପରିଚାଳନା କରିଥିବା ବେଳେ ବିଜୟ କୁମାର ବରାଳ ଧନ୍ୟବାଦ ଅର୍ପଣ କରିଥିଲେ। ଲକ୍ଷ୍ମଣ ନାଥ ଦାସ, ହରିହର ଶତପଥୀ, ରବୀନ୍ଦ୍ର କୁମାର ସରାଫ, ସୁମନ ଦତ୍ତ, ବିଶ୍ବନାଥ ଜେନା, ଶରତ କୁମାର ପାଣିଗ୍ରାହୀ, ଶଙ୍କର ପ୍ରସାଦ ତ୍ରିପାଠୀ, ଅଶୋକ କୁମାର ପଟ୍ଟନାୟକ, ଭଜହରି ବେହେରା ପ୍ରମୁଖ କାର୍ଯ୍ୟକ୍ରମରେ ସହାୟତା କରିଥିବା ବେଳେ ଆଲୋକ ବୋଷ୍, ଶର୍ମିଷ୍ଠା କବି ଶତପଥୀ, ବିଜୟଲକ୍ଷ୍ମୀ ପଟ୍ଟନାୟକ, ସବିତା ସାହୁ, ସାବିତ୍ରୀ ଦାସ, ଗଦାଧର ରଥ, ପ୍ରଭାତୀ ଗୋଶ୍ବାମୀ, ପ୍ରତିମା ଶତପଥୀ, ଡ. ଶକ୍ତି ପ୍ରସାଦ ସାମନ୍ତରାୟ, ଅଜୟ କୁମାର ପ୍ରଧାନ, ଅଜୟ କୁମାର ମହାନ୍ତି, କୁଞ୍ଜବିହାରୀ ରାଉତ,ରାଧାମୋହନ ନାୟକ, ଜ୍ୟୋସ୍ନାରାଣୀ ପାତ୍ର, ସତ୍ୟ ନାରାୟଣ ମିଶ୍ର, ବିଭୂତି ଦାସ, ମୀନକେତନ ପଶାୟତ, ବିପିନ ବିହାରୀ ପଟନାୟକ, ତ୍ରିଲୋଚନ ମିଶ୍ର, ଶ୍ରୀନିବାସ ରାୟ, ଫକୀର ମୋହନ ନାୟକ, ଅଞ୍ଜଳି ହୋତା, ନିରୂପମା ମହାପାତ୍ର, ହରିହର ନାୟକ, ସୁରେନ୍ଦ୍ର କୁମାର ପଣ୍ଡା, ମଧୁସୂଦନ ବଳ, ତିଳୋତ୍ତମା ବଳ, ସୁଦର୍ଶନ ସାହୁ, ଅଶୋକ ଶୁକ୍ଳ ପ୍ରମୁଖ ଶତାଧିକ ସାହିତ୍ୟପ୍ରେମୀ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

0
0
0
s2sdefault