ନୟାଗଡ଼, ୧/୧୦: ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଜିଲ୍ଲା ସାମାଜିକ ସୁରକ୍ଷା ଓ ସଶକ୍ତି କରଣ ବିଭାଗ, ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ, ଏଲଡର୍ସ ଭିଜନ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟ ଡାଇମଣ୍ଡ ଜୁବୁଲି ହଲରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍ ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ, ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷକ ରାହୁଲ ଜୈନ ପ୍ରମୁଖ ଉପସ୍ଥିତ।ରହିଥିଲେ। ପ୍ରତି ବ୍ଲକରେ ବରିଷ୍ଠ ନାଗରିକ କଲ୍ୟାଣ କେନ୍ଦ୍ର ନିର୍ମାଣ କରାଯିବା ଉପରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମତ ରଖିଥିଲେ। ବରିଷ୍ଠ ନାଗରିକ ସମାଜକୁ ନୂତନ ଦିଗ ଓ ଦର୍ଶନ ଦିଅନ୍ତୁ ବୋଲି ଏସପି କହିଥିଲେ। ବରିଷ୍ଠ ନାଗରିକ ଜ୍ଞାନର ଗନ୍ତାଘର, ସମାଜ ସୁଧାରିବା ପାଇଁ ଆବଶ୍ୟକ ଅନୁଭୂତି ତାଙ୍କ ପାଖରେ ରହିଛି। ଯାହା ସମାଜକୁ ସୂପଥରେ ନେବାରେ ସହାୟକ ହୋଇଥାଏ ବୋଲି ଦଶପଲ୍ଲା ବିଧାୟକ କହିଥିଲେ ।
ନୟାଗଡ଼ରେ ଦୁଇଟି ନୂତନ ବ୍ୟାଟେରୀ ଚାଳିତ ବ୍ୟବସ୍ଥା କରିବା କରାଯିବ ବୋଲି ମୁଖ୍ୟ ଅତିଥ୍ ନୟାଗଡ଼ ବିଧାୟକ ଡ. ସାହୁ କହିଥିଲେ। ଅନେକ ଉଦାହରଣ ଦେଇ ବୃଦ୍ଧାଶ୍ରମର ଅନ୍ୟାବଶ୍ୟକତା ସଂପର୍କରେ କହିଥିଲେ। ବାପା ଓ ମାଆଙ୍କୁ ହତାଦର କରୁଥିବା ଶିକ୍ଷିତ ଓ ପ୍ରତିଷ୍ଠିତ ବ୍ୟକ୍ତିମାନେ କିଭଳି ପରିବର୍ତ୍ତନ ହେବେ ସେ ନେଇ ମତ ରଖିଥିଲେ। କୌଣସି ସ୍ଥାନରେ ବରିଷ୍ଠ ନାଗରିକଙ୍କ ପ୍ରତି ଅନ୍ୟାୟ ଅତ୍ୟାଚାର ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ। ବରିଷ୍ଠ
ନାଗରିକ ପ୍ରମୋଦ ପଟ୍ଟନାୟକ, ବିଶ୍ବନାଥ ସାହୁ ତାଙ୍କର ମତ ରଖିଥିଲେ। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ଅନୁଷ୍ଠିତ ହୋଇଥିଲା। ଏକକ ଅଭିନୟ, ଦଳଗତ ନୃତ୍ୟ ଅନୁଷ୍ଠିତ ହୋଇଥିଲା। ପ୍ରଶାସନ ଦ୍ବାରା ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି। ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଓ ସ୍ଵାସ୍ଥ୍ୟ କର୍ମୀ ସେବା ଯୋଗାଇଥିଲେ।
ରାଜ୍ୟ
ବରିଷ୍ଠଙ୍କ ପ୍ରତି ଅନ୍ୟାୟ ବରଦାସ୍ତ କରାଯିବ ନାହିଁ: ଅରୁଣ
- Hits: 199








