ସାରସକଣା ରୁ ଦିପୁ ମହାପାତ୍ରଙ୍କ ରିପୋର୍ଟ । --ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ପାଳିତ ହୋଇଛି ସଚ୍ଛତା ଦିବସ । ଶରତପାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଉଚ୍ଚ ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ସାହୁ ଙ୍କ ଅଧ୍ୟକ୍ଷତାରେ କ୍ରମେ ଅନୁଷ୍ଠିତ ହୋଇଯାଇଛି। ସୂଚନା ଅନୁସାରେ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ମାନେ ପ୍ଲା କାର୍ଡ ଧରି ସ୍ବଚ୍ଛତା ହିଁ ସେବା, ସ୍ୱଚ୍ଛ ଭାରତ ଆମର ଲକ୍ଷ୍ୟ ଇତ୍ୟାଦି ନାରା ଦେବା ସହିତ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ଅଞ୍ଚଳ ପରିକ୍ରମା କରିବା ସହିତ ମହୁଲବରେଇ ଅଞ୍ଚଳରେ ଥିବା ଶିବ ମନ୍ଦିର , ସ୍କୁଲ୍ ପ୍ରାଙ୍ଗଣ, ରାସ୍ତା, ବସ୍ ପ୍ରତିକ୍ଷ୍ୟାଳୟ ଏହିପରି ଅନେକ ସ୍ଥାନ ସଫେଇ କରିଥିଲେ। ଏହି ଅଭିଯାନକୁ ଅଧ୍ୟାପକ ମାନସ କୁମାର ପତି ପରିଚାଳନା କରିଥିବା ବେଳେ ଅଧ୍ୟାପକ ବିନୟ କୁମାର ଗିରି,ଦୀପକ କୁମାର ଦାସ,ଅଧ୍ୟାପିକା ଡ: ଚନ୍ଦ୍ରବତୀ ମହାପାତ୍ର,ପ୍ରଗତି ରାଣୀ ପାଇକରାୟ ସଂପୂର୍ଣ୍ଣ ସହଯୋଗ କରିଥିଲେ ।
ସେହିପରି ଝାରପୋଖରୀଆ ସ୍ଥିତ ସୀମାନ୍ତ ମହାବିଦ୍ୟାଳୟ ରେ ଜାତୀୟ ସେବା ଯୋଜନା ରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ସେଚ୍ଛାସେବୀ ମାନଙ୍କ ଦ୍ଵାରା ଭାରତ ସରକାରଙ୍କ ଆହ୍ୱାନ କ୍ରମେ ଶ୍ରମଦାନ ଓ ସ୍ବଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇ ଥିବା ବେଳେ କାର୍ଯ୍ୟକ୍ରମ ଅଧିକାରୀ ଶରତ କୁମାର ପଢ଼ିହାରୀ ସେଚ୍ଛାସେବୀ ମାନଙ୍କୁ ସ୍ୱଚ୍ଛତା ବାର୍ତ୍ତା ର ଶପଥ ପାଠ କରାଇଥିଲେ। ପ୍ରଥମେ ମହାବିଦ୍ୟାଳୟ ପରିସର କୁ ସଫେଇ କରି ସାରିବା ପରେ ଏକ ଶୋଭଯାତ୍ରାରେ ବାହାରି ସ୍ଥାନୀୟ ଦୁର୍ଗା ମଣ୍ଡପ, ଓ ଥାନା ପରିସର କୁ ସଫେଇ କରିଥିଲେ । କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଶିଶିର କୁମାର ପଟ୍ଟନାୟକ ଓ ଶରତ କୁମାର ପଢ଼ିହାରୀ ତଥା ଅଧ୍ୟାପିକା ଆରତୀ ହୋ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।








