ଢ଼େଙ୍କାନାଳ / ରବିନ୍ ଦାସ ; ସ୍ବଛତା ହିଁ ସେବା ବୋଲି ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଙ୍କ ଆହ୍ବାନ କ୍ରମେ ସାରା ଦେଶରେ ଆଜି ସ୍ବଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି । ଏହି ସ୍ବଚ୍ଛତା କାର୍ଯକ୍ରମ ଅବସରରେ ଆଜି ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗରର ବିଭିନ୍ନ ଅନୁଷ୍ଠାନ ଯଥା - ଉପଖଣ୍ଡ ସାମ୍ବାଦିକ ସଂଘ, କଳ୍ପନା କ୍ଲବ, ସମାଜ ପାଠକ, ବିଚାର ମଞ୍ଚ, ଉପଖଣ୍ଡ ଚିକିତ୍ସାଳୟ ର ଚିକିତ୍ସକ ଏବଂ କର୍ମଚାରି ବୃନ୍ଦ ତଥା ଡଃ ଆମ୍ବେଦକର ମୂଳ ନିବାସୀ ଦଳିତ ସେବାସଙ୍ଘ ର ସମସ୍ତ ସଦସ୍ୟ ସଦସ୍ୟା ମାନେ କାମାକ୍ଷାନଗର ସ୍ଥିତ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟରେ ପହଞ୍ଚି ମିଳିତ ଭାବରେ ସ୍ବଛତାହିଁ ସେବା କାର୍ଯ୍ୟକ୍ରମ ପାଳନ କରିଥିଲେ । ଆଜି ସକାଳ ୧୦ ଟା ସମୟରେ ଡ଼ାକ୍ତରଖାନା ପରିସରରେ ଥିବା ରକ୍ତ ଭଣ୍ଡାର , ନିରାମୟ ଓ ବିଭିନ୍ନ ୱାର୍ଡ ସମେତ ସମ୍ପୂର୍ଣ୍ଣ ପରିସର କୁ ସଫା କରିଥିଲେ । ଶେଷରେ ପରିବେଶ କିପରି ସ୍ୱଚ୍ଛ ରହି ପାରିବ ସେ ସମ୍ବନ୍ଧରେ ଡାକ୍ତରଖାନା ପରିସରରେ ଉପସ୍ଥିତ ଥିବା ସମସ୍ତ ରୋଗୀ ଏବଂ ଜନ ସାଧାରଣ ଙ୍କୁ ସଚେତନ କରାଯାଇଥିଲା ।









