ଭଞ୍ଜନଗର / ଉଦୟନାଥ ପଣ୍ଡା : ଭଞ୍ଜନଗର ଟାଉନହଲ୍ ରେ, ବ୍ରଜଗୋପିକା ସେବାମିସନ୍ ତରଫରୁ ପୁଜନୀୟା ରାସେଶ୍ୱରୀ ଦେବୀଜି ଙ୍କ ଷଷ୍ଟଦୀନ ବ୍ୟାପି ଏଲ.ଇ.ଡି ପରଦା ମାଧ୍ୟମରେ ଆଧ୍ୟାତ୍ମିକ ଜିବନ ଉପଯୋଗୀ ଦାର୍ଶନିକ ସାଂଧ୍ୟ ପ୍ରବଚନ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଛି।
ଆୟୋଜିତ ଏହି ସାଂଧ୍ୟ ପ୍ରବଚନ କାର୍ଯ୍ୟକ୍ରମ ଯାହାକି, ସେପ୍ଟେମ୍ବର ତିରିଶି ୨୦୨୩ ରୁ ଛଅ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ସଂଧ୍ୟା ୬:୩୦ ମିନିଟ୍ ରୁ ରାତ୍ର ୮:୩୦ ମିନିଟ୍ ପର୍ଯ୍ୟନ୍ତ ଏଲ୍.ଇ.ଡି ପରଦା ମାଧ୍ୟମରେ ପର୍ଯ୍ୟବେସିତ ହେଉଛି। ଏଥିରେ ସନାତନ ବୈଦିକଧର୍ମ ରହସ୍ୟର ସରଳୀକରଣ କୁ ଭାଷା ରେ ବିଶ୍ଳେଷଣ କରାଯାଇ ଲୋକ ଲୋଚନକୁ ଅଣାଯାଇଥାଏ। କିନ୍ତୁ ଅନ୍ୟପକ୍ଷରେ କହିବାକୁ ଗଲେ, ସନାତନ ବୈଦିକଧର୍ମ ର ପ୍ରଚାର ପ୍ରସାର କୌଣସି ଆବଶ୍ୟକତା ନାହିଁ। କିନ୍ତୁ ଆଜିର ଜନସାଧାରଣଙ୍କ ଙ୍କ ପାଖରେ ସମୟର ଘୋର ଅଭାବ। ସେଥିପାଇଁ ଏହି ସାଂଧ୍ୟ ପ୍ରବଚନ କାର୍ଯ୍ୟକ୍ରମ ମାଧ୍ୟମରେ ଜନଜାଗରଣ ସୃଷ୍ଟି କରିବା ଓ କଥା ମାଧ୍ୟମରେ ଇଶ୍ଵର ଙ୍କ ସାନ୍ନିଧ୍ୟ ଲାଭକରିବା ଏହାର ମୂଳ ଉଦେଶ୍ୟ।
ଏହି ମହାନ୍ ସାଂଧ୍ୟ ପ୍ରବଚନ କାର୍ଯ୍ୟକ୍ରମ ଭଞ୍ଜନଗର ମୂଖ୍ୟ ସଡ଼କ ଠାରେ ଥିବା ଟାଉନ୍ ହଲ୍ ରେ ଅନୁଷ୍ଠିତ ହୋଇଅଛି। ଏଥିରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ର ନଗରପାଳ ଶ୍ରୀଯୁକ୍ତ ଗୋପବନ୍ଧୁ ମହାପାତ୍ର, ସମ୍ନାନିତ ଅତିଥି ରୂପେ ଉପନଗରପାଳ ଶ୍ରୀମତୀ ଶୁଭଶ୍ରୀ ଦାସ, ଉପଖଣ୍ଡ ଚିକିତ୍ସାଧିକାରୀ ଶ୍ରୀଯୁକ୍ତ ସିତାଂଶୁ ସତପଥି ମହୋଦୟ ଓ ବ୍ରଜ ଗୋପିକା ସେବାମିସନ୍ ର ମୁଖ୍ୟ ସଦସ୍ୟା ଶ୍ରୀମତୀ ମମତା ପଟ୍ଟନାୟକ ଯୋଗଦାନ କରି ପ୍ରଦିପ ପ୍ରଜ୍ବଳନ କରିବା ସହିତ ରାସେଶ୍ୱରୀ ଦେବୀଜି ଓ ତାଙ୍କରି ମହାନ୍ ଗୁରୁ ଶ୍ରୀ କୃପାଳୁ ମହାରାଜ ଙ୍କ ସହିତ ଜଗତରନାଥ ପ୍ରଭୃ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ରେ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ଏଥିରେ ବ୍ରଜ ଗୋପିକା ସେବାମିସନ୍ ର ଶ୍ରୀମତୀ ଗୋଲାପ ଗୌଡ଼, ଶ୍ରୀମତୀ ଲକ୍ଷ୍ମୀପ୍ରିୟା ସାହୁ, ଟିନୁ ଦିଦି ଓ ନିତେଶ୍ ଭାଇ ଙ୍କ ସମେତ ହଜାର ହଜାର ସଂଖ୍ୟାର ମହିଳା ଓ ପୁରୁଷ ଭକ୍ତ ଉପସ୍ଥିତ ଥିଲେ। ଏହି ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ କୁ ସୁପରିଚାଳନା କରିଥିଲେ ଶ୍ରୀ ଶୁଳପାଣି ଶତପଥୀ ।








