ହେଡଲାଇନସ୍:

ସଂସ୍କୃତ ମହାବିଦ୍ୟାଳୟରେ ସ୍ଵଚ୍ଛ ଭାରତ ଓ ପୋଷଣ ପକ୍ଷ କାର୍ଯ୍ୟକ୍ରମ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ସଂସ୍କୃତ ମହାବିଦ୍ୟାଳୟର ଛାତ୍ରାବାସ ଅନ୍ତେବାସଙ୍କୁ ସତ୍ ମାର୍ଗରେ ଚାଲିବା ପାଇଁ ବାଲ୍ ମୁକୁନ୍ଦ କେନ୍ଦ୍ର ଅନ୍ତର୍ଗତ ସଂସ୍କାର ମୂଳକ କାର୍ଯ୍ୟକ୍ରମ ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀଙ୍କ ପ୍ରୟାସ ଦ୍ଵାରା ଶନିବାର ଦିନ ଅପରାହ୍ନରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ପ୍ରଥମ ପର୍ଯ୍ୟାୟରେ ସଂସ୍କୃତ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପିକା କଲ୍ୟାଣୀ ଭୋଇଙ୍କ ଅଧ୍ୟକ୍ଷତାରେ 'ସ୍ଵଚ୍ଛ ଭାରତ' କାର୍ଯ୍ୟକ୍ରମରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ବିଦ୍ୟାର୍ଥୀ ପ୍ରଜ୍ୟୋତି ଚୌଧୁରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମସ୍ତ ମହାପୁରୁଷଙ୍କ ଆଦର୍ଶ , ଗାନ୍ଧିଜୀଙ୍କ ଅହିଂସା ନୀତି ଓ ସ୍ଵଚ୍ଛ ଭାରତର ପରିକଳ୍ପନା , ଅଖଣ୍ଡ ଭାରତର ସ୍ବପ୍ନ ଏବଂ ଆଦର୍ଶ ବିଦ୍ୟାର୍ଥୀ ହେବାରେ ଆମର ଭୂମିକା ବିଷୟ ବସ୍ତୁକୁ ବୁଝାଇ ଭଲ ଚିନ୍ତା କରି ଭଲ କାମ କରିବା ପାଇଁ ନିବେଦନ କରିଥିଲେ।
ଦ୍ଵିତୀୟ ପର୍ଯ୍ୟାୟରେ 'ପୋଷଣ ପକ୍ଷ' କାର୍ଯ୍ୟକ୍ରମରେ ନିତ୍ୟାନନ୍ଦ ଚୌଧୁରୀ ଆଲୋଚନା ମାଧ୍ୟମରେ ପୁଷ୍ଟିକର ଖାଦ୍ୟର ଆବଶ୍ୟକତା ସମ୍ପର୍କରେ ବୁଝାଇଥିଲେ। ଶେଷରେ ସମସ୍ତେ ରାଷ୍ଟ୍ର କାର୍ଯ୍ୟରେ ନିୟୋଜିତ ହେବା ପାଇଁ ସଂକଳ୍ପ ନେଇଥିଲେ।

0
0
0
s2sdefault