ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ପଦ୍ମପୁର ଉପଖଣ୍ଡର ବିଭିନ୍ନ ଶତାୟୁ ଭୋଟରଙ୍କୁ ଭେଟି ଆଜି ଉପ-ଜିଲ୍ଲାପାଳ ଶ୍ରୀ ଆଲୋକ ପଟେଲ ଓ ସହକାରୀ ଜିଲ୍ଲାପାଳ. ମନୋରଞ୍ଜନ ନାୟକ ସମ୍ବର୍ଦ୍ଧିତ କରିଛନ୍ତି । ସେମାନଙ୍କୁ ଭେଟି ଉପ- ଜିଲ୍ଲାପାଳ ଭାରତ ନିର୍ବାଚନ ଆୟୋଗ ବରିଷ୍ଠ ନାଗରିକ (୮୦+ ବୟସ ବର୍ଗ) ଓ ଦିବ୍ୟାଙ୍ଗ ଭୋଟର ମାନଙ୍କ ନିମନ୍ତେ ପଠାଇଥିବା ସ୍ବତନ୍ତ୍ର ପତ୍ର ଦେବା ସହ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଏହା ସହ ଏହି ଶ୍ରେଣୀର ଭୋଟର ମାନଙ୍କ ପାଇଁ ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଧେଶ କ୍ରମେ ଯେଉଁ ସବୁ ସ୍ବତନ୍ତ୍ର ବ୍ଯବସ୍ଥା କରାଯିବ ସେହିସବୁ ବିଷୟରେ ଅବଗତ କରାଇଛନ୍ତି ।
ଭାରତୀୟ ଗଣତନ୍ତ୍ରର ମହାପର୍ବରେ ସମ୍ମିଳିତ ହେବାପାଇଁ ଏହି ଶତାୟୁ ଭୋଟର ମାନଙ୍କୁ ଉପଜିଲ୍ଲାପାଳ ଓ ସହକାରୀ ଜିଲ୍ଲାପାଳ ଅନୁରୋଧ କରିଥିଲେ । ଏହାସହ ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶନାମା ଅନୁସାରେ ସମସ୍ତଙ୍କ ପାଇଁ ସ୍ବତନ୍ତ୍ର ବ୍ଯବସ୍ଥା କରାଯିବ ବୋଲି ମଧ୍ଯ କହିଥିଲେ ।








