ହେଡଲାଇନସ୍:

ବାଲୁଗାଁ ଏନ୍.ଏ.ସି ପକ୍ଷରୁ “ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ଓ “ସ୍ୱଚ୍ଛତା ହିଁ ସେବା” ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଚିଲିକା:(ସେକ୍ କୌସର): ଆଜି ତା.୦୧.୧୦.୨୦୨୩ ରିଖରେ ବାଲୁଗାଁ ଏନ୍.ଏ.ସି.ଅନ୍ତର୍ଗତ ଚିଲିକା କୂଳ ନିକଟରେ ଥିବା ବୃଦ୍ଧାଶ୍ରମ ଠାରେ “ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳନ ସମାରୋହ” ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବାଲୁଗାଁ ଏନ୍.ଏ.ସି. ଅଧ୍ୟକ୍ଷା ଶ୍ରୀମତୀ ସୁକାନ୍ତି ପାଇକରାୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆଶ୍ରମରେ ରହିଥିବା ଅନ୍ତବାସୀଙ୍କୁ ବସ୍ତ୍ର ପ୍ରଦାନ କରିଥିଲେ । ସେହିପରି ବାଲୁଗାଁ ଏନ୍.ଏ.ସି. ଅନ୍ତର୍ଗତ ୱାର୍ଡ଼ ନଂ.୦୪ ର ବିଦ୍ୟାଧରପୁର ସାହିଠାରେ “ସ୍ୱଚ୍ଛତା ହିଁ ସେବା” ଦିବସ ପାଳନ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ବାଲୁଗାଁ ଏନ୍.ଏ.ସି. ଅଧ୍ୟକ୍ଷା ଶ୍ରୀମତୀ ସୁକାନ୍ତି ପାଇକରାୟ ଯୋଗଦେଇ ସ୍ୱଚ୍ଛତା ବିଷୟରେ ଆଲୋକପାତ କରିବା ସହ ଅନ୍ୟମାନଙ୍କ ସହ ମିଶି ନିଜେ ସଫେଇ କାର୍ଯ୍ୟ ମଧ୍ୟ କରିଥିଲେ । ଏହି କର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କାଉନସିଲର ସୁଜାତା ପଣ୍ଡା , ମମତା ପଣ୍ଡା, ଅଭିମନ୍ୟୁ ସ୍ୱାଇଁ, ଉପାଧ୍ୟକ୍ଷ ଭଗବାନ ପ୍ରଧାନ, ବାଲୁଗାଁ ମହାବିଦ୍ୟାଳୟର ଏନ୍.ସି.ସି. ଗ୍ରୁପ, ଏନ୍.ଏ.ସି. କର୍ମଚାରୀ ଆଦି ଉପସ୍ଥିତ ଥିଲେ ।

0
0
0
s2sdefault