ସୁରକ୍ଷା ସହିତ ଦେଶ ନିର୍ମାଣରେ ସର୍ବଦା ପ୍ରୟାସରତ ସିଆରପିଏଫ
ବରଗଡ :-ବରଗଡ :- ବରଗଡ ଜିଲ୍ଲାର ପାଇକମାଲ ଗ୍ରାମ ମୂଖ୍ୟତଃ ଦେଶ ତଥା ରାଜ୍ୟର ମାନଚିତ୍ର ରେ ବିଶ୍ୱପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତ ଓ ମହାପ୍ରଭୁ ନୃସିଂହନାଥ ଙ୍କର ପୁଣ୍ୟପୀଠ ପାଇଁ ପ୍ରସିଦ୍ଧ । ପ୍ରାକୃତିକ ସୌନ୍ଦର୍ୟ୍ଯ ଓ ଜୈବ ବିବିଧତା ରେ ଭରପୁର ବିଶ୍ୱପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତ ରେ ରହିଥିବା ଔଷଧୀୟ ତତ୍ୱ କୁ ଦୃଷ୍ଟି ରେ ରଖି ଗନ୍ଧମାର୍ଦ୍ଦନ ପର୍ବତର ପାଦ ଦେଶରେ ରହିଛି ସମଗ୍ର ବରଗଡ଼ ଜିଲ୍ଲା ର ଗର୍ବ ଆଉ ଗୌରବ ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ । ଏହା ସହିତ ମହାନ ସ୍ୱାଧୀନତା ସଂଗ୍ରାମୀ ସ୍ବର୍ଗତ ବଡ ମାଁ ପାର୍ବତୀ ଗିରି ଙ୍କର ଦ୍ୱାରା ସ୍ଥାପିତ କସ୍ତୁରଵା ଗାନ୍ଧୀ ମାତୃ ନିକେତନ ଏହି ଅଂଚଳ କୁ , ମାନଚିତ୍ର ରେ ଏକ ସ୍ଵତନ୍ତ୍ର ସ୍ଥାନ ପ୍ରଦାନ କରୁଛି । ପାଇକମାଲ ହବୁଛି ଏହି ସବୁ ସ୍ଥାନକୁ ଯିବା ପାଇଁ ପ୍ରବେଶ ପଥ । କିନ୍ତୁ ଅତି ଦୁଃଖ ଓ କ୍ଷୋଭ ର ବିଷୟ ଯେ ମହାପ୍ରଭୁ ନୃସିଂହନାଥ ଙ୍କର ମନ୍ଦିର ହେଉ କି , ମାତୃ ନିକେତନ ବା ଆୟୁର୍ବେଦ ମହାବିଦ୍ୟାଳୟ , ଏହି ସବୁ ସ୍ଥାନ କୁ ଯିବା ପାଇଁ ପ୍ରବେଶ ଦ୍ୱାର କୁହାଯାଉଥିବା ପାଇକମାଲ ସହର ର ସବୁ ଦିଗରେ ସର୍ବଦା କୁଢ଼ କୁଢ଼ ମଇଳା । ଏମିତି କି ପାଇକମାଲ ବିଦ୍ୟୁତ ଗ୍ରୀଡ଼ , ଥାନା , ଓ ଡାକ୍ତରଖାନା ସମ୍ମୁଖରେ ମଧ୍ୟ ଗଦାଗଦା ମଇଳା ପଡି ପରିବେଶ କୁ ଦୂଷିତ କରିବା ସହିତ ଦୁର୍ଗନ୍ଧ ମୟ ବାତାବରଣ ସୃଷ୍ଟି କରୁଛି । ଏଥିରୁ ସ୍ପଷ୍ଟ ଭାବରେ ଅନୁମାନ କରାଯାଇ ପାରେ ଯେ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଦର୍ଶନ ପାଇଁ କିମ୍ବା ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପାର୍ବତ ର ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ବା କୋଣସି ଗବେଷଣା କିମ୍ବା ଚିକିତ୍ସା ପାଇଁ ଆସୁଥିବା ରୋଗୀ ଙ୍କର ମନରେ ଏହି ସବୁର କଣ ପ୍ରଭାବ ପଡୁଥିବ ।
ଗତକାଲି ପାଇକମାଲ ରେ ମୁତୟନ ଥିବା କେନ୍ଦ୍ରୀୟ ସୁରକ୍ଷା ଫୋର୍ସ ର 189 ବାଟାଲିୟନ ର ଡ଼ି କମ୍ପାନି ର ମୁଖ୍ୟ ଶ୍ରୀ ନନ୍ଦଲାଲ ମିନା , ପାଇକମାଲ ନାଗରିକ କମିଟି , ବଣିକ ସଙ୍ଘ , ଓକିଲ ସଂଘ, ସମ୍ବାଦିକ ସଂଘର କର୍ମକର୍ତ୍ତା ମାନଙ୍କୁ ନେଇ ଏକ ବୈଠକ ରେ ପାଇକମାଲ ଗ୍ରାମର ଚାରି ଦିଗରେ ସଫେଇ ଅଭିଯାନ କରିବା ପାଇଁ ଆଲୋଚନା କରିବା ସହିତ ଏହି କାର୍ଯ୍ୟକ୍ରମ ରେ ସମସ୍ତଙ୍କର ପୂର୍ଣ ସହଯୋଗ ଲୋଡିଥିଲେ । ଆଜି ସକାଳ 6 ଘଣ୍ଟାରୁ ନାଗରିକ କମିଟି , ବଣିକ ସଙ୍ଘ , ସମ୍ବାଦିକ ସଙ୍ଘ , ସଡକ ପଡା ର ସମସ୍ତ ମହିଳା ପ୍ରମୁଖ ବାହାରି ସି ଆର ପି ଏଫ ର ଯବାନ ମାନଙ୍କ ସହିତ ଏକ ମେଗା ସଫେଇ ଅଭିଯାନ ଆରମ୍ଭ କରିଥିଲେ । ଏହି ଅଭିଯାନ ରେ ଲୋକବଳ ସହିତ ପ୍ରାୟ 4 ଗୋଟି ଟ୍ରାକ୍ଟର ଓ ଗୋଟିଏ ଜେସିବି ମେସିନ କୁ ବ୍ୟବହାର କରାଯାଇ ପ୍ରାୟ 60 ଟ୍ରିପରୁ ଅଧିକ ଆବର୍ଜନା ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ସହରକୁ ସଫା କରାଯିବାର ପ୍ରୟାସ ଆରମ୍ଭ କରାଯାଇଛି ।
ଏଠାରେ ସୂଚନାଯୋଗ୍ୟ ଯେ ନାଗରିକ କମିଟିର ସଭାପତି ଶ୍ରୀ ମନୋଜ କୁମାର ତ୍ରିବେଦୀ ଙ୍କର କହିବା ମୁତାବକ , ପ୍ରତେକ ଗାନ୍ଧୀ ଜୟନ୍ତୀ ଅବସରରେ ସାମୁହିକ ସଫେଇ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥାଏ କିନ୍ତୁ ଆଜିର ସଫେଇ କାର୍ଯ୍ୟକ୍ରମ ବାସ୍ତବରେ ଏକ ଉଦାହରଣ । ଏହି କାର୍ଯ୍ୟକ୍ରମ ସ୍ଥାନୀୟ ସମସ୍ତ ସଙ୍ଘ ଓ ସ୍ଥାନୀୟ ଲୋକଙ୍କ ସହଯୋଗ ରେ ଆସନ୍ତା ପନ୍ଦର ଦିନ ପର୍ଯ୍ୟନ୍ତ ଲଗାତାର ଜାରି ରହିବ ବୋଲି କମ୍ପାନୀ କମାଣ୍ଡର ଶ୍ରୀ ମିନା କହିଥିବା ବେଳେ ଆଜିର ସଫେଇ ଅଭିଯାନ ରେ। , ସିଆରପିଏଫ ର ଯବାନ ମାନଙ୍କ ସହିତ ସମସ୍ତେ ମିଶି ସହଯୋଗ କରିଥିବାରୁ ସମସ୍ତ ଙ୍କୁ ଧନ୍ୟବାଦ ଜଣେଇଛନ୍ତି ନାଗରିକ କମିଟି ର ସଭାପତି ଶ୍ରୀ ମନୋଜ ତ୍ରିବେଦୀ ।








