ହେଡଲାଇନସ୍:

ପଦ୍ମପୁର ଏନ୍ଏସି ତରଫରୁ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ l

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ଏନ୍ଏସି ତରଫରୁ “ସ୍ବଚ୍ଛତା ହିଁ ସେବା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ବଚ୍ଛ ଭାରତ ମିଶନର ନବମ ବାର୍ଷିକୀ ପାଳନ ଅବସରରେ ସ୍ବଚ୍ଛତା ହିଁ ସେବା ଅଭିଯାନର ଏକ ଅଂଶ ଭାବରେ ପଦ୍ମପୁର ଏନ୍ଏସି ସକ୍ରିୟ ଭାବରେ "ଏକ ତାରଖ, ଏକ ଘଣ୍ଟା, ଏକ ସାଥ" ର ପଦକ୍ଷେପରେ ଅଂଶଗ୍ରହଣ କରିଛି । ପଦ୍ମପୁର ଏନ୍ଏସି ପକ୍ଷରୁ ୧୫ ସେପ୍ଟେମ୍ବରରୁ ୦୨ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ଚାଲୁଥିବା "ସ୍ବଚ୍ଛତା ହିଁ ସେବା (ଏସଏଚଏସ) - ୨୦୨୩"ର ପର୍ଯ୍ଯାୟ ଭିତ୍ତିରେ ବିଭିନ୍ନ କାର୍ଯ୍ଯକ୍ରମ କରାଯାଇଥିଲା । ଶ୍ରମଦାନ ଏବଂ ଜନ ଭାଗିଦାରୀ ମାଧ୍ୟମରେ ସ୍ୱଚ୍ଛତାକୁ ସୁନିଶ୍ଚିତ କରି ଏକ "ଆବର୍ଜନାମୁକ୍ତ ମୁକ୍ତ ଭାରତ" ଦିଗରେ ଅଗ୍ରସର ହେବା ଲକ୍ଷ୍ଯନେଇ ଆଜି ପଦ୍ମପୁର ଏନ୍ଏସି ତରଫରୁ ସହରର ବିଭିନ୍ନ ଅଞ୍ଚଳ ସଫା କରାଯାଇଚଛି । ଏଥିରେ ପଦ୍ମପୁର ଏନ୍ଏସି ଅଧ୍ଯକ୍ଷା ସାବିତ୍ରୀ ବାଗ, ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝି, ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ବିନାୟକ ମିଶ୍ର, ବରିଷ୍ଠ ନାଗରିକ ନିରୋଜ ଦୋରା, ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ମିଶନଶକ୍ତି ମହିଳା, ପଦ୍ମପୁର ଏନ୍ଏସି ସଫେଇ କର୍ମଚାରୀ ଓ ବିଭିନ୍ନ ବ୍ଯକ୍ତି ଯୋଗଦାନ କରି ଶ୍ରମଦାନ କରିଥିଲେ ।

0
0
0
s2sdefault