ହେଡଲାଇନସ୍:

ଜିଲ୍ଲାସ୍ତରୀୟ ବିଶ୍ୱ ହୃତପିଣ୍ଡ ଦିବସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,ତା-୨୯.୦୯.୨୦୨୩/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଭାଗୃହଠାରେ ବିଶ୍ଵ ହୃତପିଣ୍ଡ ଦିବସ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର କ୍ଷେତ୍ରବାସୀ ଦାଶଙ୍କ ଅଧକ୍ଷତାରେ ପାଳିତ ହୋଇଯାଇଛି । ପ୍ରତିବର୍ଷ ସେପ୍ଟେମ୍ବର ମାସ ୨୯ ତାରିଖକୁ ବିଶ୍ବ ହୃତପିଣ୍ଡ ଦିବସ ରୂପେ ପାଳନ କରାଯାଉଅଛି । ଉକ୍ତ ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର କ୍ଷେତ୍ରବାସୀ ଦାଶ ସମସ୍ତଙ୍କୁ ସ୍ବାଗତ କରିଥିଲେ ଓ ଅଭିଭାଷଣରେ ଏହି ଦିବସ ପାଳନର ଉଦ୍ଦେଶ୍ୟ ବିଷୟରେ କହିଥିଲେ ଯେ ସଚେତନତାକୁ ବ୍ୟାପକ କରିବା ହୃତପିଣ୍ଡ ସୁସ୍ଥ ରଖିବାକୁ ହେଲେ ଜୀବନଶୈଳୀର ପରିବର୍ତ୍ତନ ସହ ଖାଦ୍ୟପେୟର ପରିବର୍ତ୍ତନ ଆବଶ୍ୟକ । ସନ୍ତୁଳିତ ଆହାର ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲା ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରମୋଦ କୁମାର ବାରିକ ଅଭିଭାଷଣରେ ଧୂମପାନ ବର୍ଜନ କରିବା, ମଧୁମେୟ, ଉଚ୍ଚ ରକ୍ତଚାପ ଆଦି ଥିଲେ ନିୟମିତ ପରୀକ୍ଷା କରିବା ଓ ଚିକିତ୍ସା ଗ୍ରହଣ କରିବା ଆବଶ୍ୟକ ବୋଲି ମତ ରଖୁଥିଲେ । ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ରୋଗ ନିୟତ୍ରଣ ଡାକ୍ତର ରଶ୍ମିରଞ୍ଜନ ପଟ୍ଟନାୟକ ନିଜ ଅଭିଭାଷଣରେ ଲୋକମାନଙ୍କୁ ସଚେତନ କରିବା ଯେ ଆଧୁନୀକରଣ ଆଡ଼କୁ ଯାଇ ଖାଦ୍ୟ ପାନୀୟ ଆଦିର ପରିବର୍ତ୍ତନ ଯଥା ଅଧ‌ିକ ତୈଳଯୁକ୍ତ ଖାଦ୍ୟ, ମଦ୍ୟପାନ ଆଦିରୁ ବିରତ ରହି ସବୁଜ ପନିପରିବା ଜାତୀୟ ଖାଦ୍ୟ ଖାଇବା ସହ ଯୋଗ, ବ୍ୟାୟାମ ଆଦି ଅଭ୍ୟାସ କରିବା ଉଚିତ । ହୃତପିଣ୍ଡ ସୁସ୍ଥ ରହିଲେ ଜୀବନଧାରଣ ସୁସ୍ଥ ରହେ । ହୃଦରୋଗର ଓ ଚିକିତ୍ସା ସେବା ସରକାରୀ ଡାକ୍ତରଖାନା ଯଥା କ୍ୟାପିଟାଲ ହସ୍ପିଟାଲ, ଏମ.କେ.ସି.ଜି ମେଡିକାଲ କଲେଜଠାରେ ମୁଖ୍ୟ ଚିକିତ୍ସା କେନ୍ଦ୍ର ଏବଂ କଟକ, ଖୋର୍ଦ୍ଧା ନୟାଗଡ଼ ଓ ପୁରୀ ଜିଲ୍ଲାରେ 4ଟି ମୁଖ୍ୟ ଚିକିତ୍ସାଳୟ ଓ ୧୧ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉପଚିକିତ୍ସା କେନ୍ଦ୍ରମାନ ସ୍ଥାପିତ ହୋଇଛି । ରାଷ୍ଟ୍ରୀୟ ବାଳ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଅଧୀନରେ ଶିଶୁମାନଙ୍କୁ ମାଗଣା ହୃଦଶଲ୍ୟ ଚିକିତ୍ସା ଦେଶରେ ବଡ ବଡ ଚିକିତ୍ସାଳୟରେ ମିଳିପାରୁଛି । ଜିଲ୍ଲା ସ୍ତରରୁ ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ ସଭା ପରିଚାଳନା କରିଥିଲେ । ଜିଲ୍ଲା ଜନସ୍ବାସ୍ଥ୍ୟ ଯୋଗାଯୋଗ ଅଧିକାରିଣୀ ସଚଳା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ସଭାରେ ଜିଲ୍ଲାସ୍ତରରୁ ମେଡିକାଲ ଅଫିସର ଅଣସଂକ୍ରମକ ରୋଗ ଡାକ୍ତର ଆଶିଷ ନାୟକ, ଆସିଷ୍ଟାଣ୍ଟ ମ୍ୟାନେଜର ଅନିତା ଦାଶ, ମେଡିଆ ବନ୍ଧୁଗଣଙ୍କ ସମେତ ମହିମା ଓ ନାରାୟଣୀ ସ୍କୁଲ ଅଫ ନସିଂର ପ୍ରିନସିପାଲ ଏବଂ ଛାତ୍ରଛାତ୍ରୀ, ଆଶାକର୍ମୀ, ସ୍ବାସ୍ଥ୍ୟକର୍ମୀ ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।

0
0
0
s2sdefault