ହେଡଲାଇନସ୍:

ଚାରିମାସ ହେବ ଡିଜି ଖରାପ ଯୋଗୁଁ ରୋଗୀ ହନ୍ତସନ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଢ଼େଙ୍କାନାଳ / ରବିନ୍ ଦାସ ; ଆଜି ଅପରାହ୍ନରେ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ବିଦ୍ୟୁତ୍ ନଥିବା ହେତୁ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ସହ ମେଡିକାଲ୍ କର୍ମଚାରୀମାନେ ମଧ୍ୟ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି । ଜରୁରୀକାଳୀନ ସ୍ଥିତି ପାଇଁ ଡିଜି ଅଛି ହେଲେ ତାହା ଚାରିମାସ ହେବ ଖରାପ ହୋଇ ପଡିଛି ବୋଲି ମେଡିକାଲ୍ ପକ୍ଷରୁ କୁହାଯାଇଛି । ମେଡ଼ିକାଲରେ ଏଭଳି ଅବ୍ୟବସ୍ଥାକୁ ନେଇ ଜନଅସନ୍ତୋଷ ସହିତ ରୋଗୀମାନେ ଗୁଳୁଗୁଳିରେ ଘାଣ୍ଟି ହେଉଛନ୍ତି । ତେବେ ଦେଖିବାକୁ ବାକି ରହିଲା ଏଭଳି ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ କେତେ ତତ୍ପରତା ଦେଖାଉଛନ୍ତି ।

0
0
0
s2sdefault