ହେଡଲାଇନସ୍:

ଅଭିନବ ଢଙ୍ଗ ରେ ଭାଗବତ ଜନ୍ମ ପାଳନ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦ୍ରାପଡା/ପ୍ରଫୁଲ୍ଲ କୁମାର ମଲ୍ଲ :ଆଜି ଥିଲା ଭାଦ୍ରବ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣମୀ ତିଥି । ଯାହା ଆମ ଓଡ଼ିଆ ଘରର ପୁର ପଲ୍ଲୀରେ ଇନ୍ଦୁ ପୂର୍ଣ୍ଣମୀ ଭାବେ ପରିଚିତ ।ପୁରାଣ ଶାସ୍ତ୍ର ଅନୁଯାୟୀ ଆଜି ମହାପ୍ରଭୁ ଶ୍ରୀ ଶ୍ରୀ ଭାଗବତଙ୍କ ଜନ୍ମ । ଏହି ଭକ୍ତିର ଦିବସ ଅବସରରେ ଅଭିନବ ଉପାୟରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପାଳନ କରିଥିଲେ । ଯାହା କି ଆମେ ବହୁ ଆଗରୁ ଦେଖି ଆସିଥିଲୁ କି ଓଡ଼ିଶାର ପ୍ରତ୍ୟେକ ଗ୍ରାମରେ ଓ ସହରରେ ମଧ୍ୟ ଭାଗବତ ଟୁଙ୍ଗି ଥିଲା । ଯେଉଁ ଠାରେ କି ପ୍ରତ୍ୟେକ ଦିନ ସକାଳ ଓ ସନ୍ଧ୍ୟାରେ ଭାଗବତ ପଠନ କରାଯାଏ ।ଯାହାକୁ ଶୁଣି ଆବାଳ ବୃଦ୍ଧ ବନିତା ନିଜ ଆତ୍ମ ତୃପ୍ତି ପାଇବା ସହ କିଛି ସଂସ୍କାର ଶିଖନ୍ତି। କାଳକ୍ରମେ ଆଉ ତାହା ଦେଖିବାକୁ ମିଳୁନାହିଁ ।ନା ଅଛି ସେ ଭାଗବତ ଟୁଙ୍ଗି ନା ଆଉ ଶୁଭୁଚି ସେ ଭାଗବତର ମଧୁର ସ୍ୱର । ଏହିସବୁ କୁ ଲକ୍ଷ୍ୟ କରି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ପ୍ରୟାସ କ୍ରର୍ମେ ବାଲୁକା ଶିଳ୍ପୀ ଶ୍ରୀ ବଲ୍ଲଭ ମହାପାତ୍ର ଙ୍କ ଦ୍ଵାରା କେନ୍ଦ୍ରାପଡା ସହର ଉପକଣ୍ଠ ପୌରପାଳିକା ୱାର୍ଡ ନମ୍ବର 10 ଅନ୍ତର୍ଗତ ମଢିଆଳ ଗ୍ରାମର ଶ୍ରୀ ବୁଢ଼ା ଗୋସାଇଁ ମନ୍ଦିରରେ ବାଲୁକା ରେ ନିର୍ମିତ କରାଯାଇଥିଲା।

ଶ୍ରୀ ଶ୍ରୀ ଭାଗବତ ମହାପ୍ରଭୁଙ୍କ ମୂର୍ତ୍ତି ଓ ଭାଗବତ୍ ଗ୍ରନ୍ଥର ରଚୟତା ଜଗନ୍ନାଥ ଦାସଙ୍କ ଏକ ଅବିକଳ ମୂର୍ତ୍ତି ବାଲୁକା ରେ ନିର୍ମିତ କରିଥିଲେ। ସମସ୍ତଙ୍କୁ ବାର୍ତ୍ତା ଦେଇଥିଲେ କି ଆମେ ଯଦି ଆମ ପିଲା ମାନଙ୍କୁ ଛୋଟ ବେଳୁ ଭାଗବତ ଗୀତା ପଢିବାର ଅଭ୍ୟାସ କରିବା ସେ ବଡ଼ ହୋଇ ଖରାପ ରାସ୍ତା ଅନୁସରଣ ନ କରି ଭଲ ସଂସ୍କାର ପାଇବା ସହ ବିଭୁ କୃପାରେ ଲୀନ ହେବେ। ନିଜ ଜୀବନକୁ ସରସ ସୁନ୍ଦର କରିବେ ବୋଲି ବାର୍ତ୍ତା ଦେଇଥିଲେ । ଏହା ଦେଖି ଉକ୍ତ ଗ୍ରାମର ମୂରବୀ ତୁଲ୍ୟ ଲୋକ ଓ ସହରର କୋଣ ଅନୁକୋଣରୁ ଆସିଥିବା ବହୁ ବୁଦ୍ଧିଜୀବୀ ମାନେ ସାଧୁବାଦ ଜଣାଇ ଥିଲେ । ଏହି ଦେବ ତୁଲ୍ୟ କାର୍ଯ୍ୟରେ ଶିଳ୍ପୀ ଶ୍ରୀ ବଲ୍ଲଭ ମହାପାତ୍ରଙ୍କ ସମେତ ସଭାପତି ଶ୍ରୀଯୁକ୍ତ ଦମନ ମହାନ୍ତି , କେଦାର ସ୍ବାଇଁ,ରଶ୍ମି ରଂଜନ ବାରିକ,ବିନୋଦ ପଣ୍ଡା,ତପନ କୁମାର ନାଥ,ବିଭୁ ପ୍ରସାଦ ସାହୁ, କାଳନ୍ଦୀ ମଲ୍ଲିକ,ଅଜୟ ସେଠୀ,ଶାନ୍ତନୁ ମଲିକ, ମନୋଜ ରାଉତ, ଭାବଗ୍ରାହୀ ସାହୁ, ସନ୍ତୋଷ ବେହେରା, ସତ୍ୟ ରଞ୍ଜନ ସାହୁ, ରମେଶ ଚନ୍ଦ୍ର ସାହୁ ଓ ଗୋଷ୍ଠେଶ୍ଵର ମହାଦେବ ମନ୍ଦିର ର ପରିଚାଳକ ବିଷ୍ଣୁ ଚରଣ ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।

0
0
0
s2sdefault