ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରୁ ବିଶ୍ଵଶାନ୍ତି ଦିବସ ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାୟକଙ୍କ ନିର୍ଦ୍ଦେଶନାରେ ଭାରପ୍ରାପ୍ତ ଜିଲ୍ଲା କ୍ରୀଡ଼ା ପର୍ଯ୍ୟବେକ୍ଷକ ସୁରେନ୍ଦ୍ର କୁମାର ପାତ୍ରଙ୍କ ତତ୍ଵାବଧାନରେ ଏକ ରାଲି ଆୟୋଜିତ ହୋଇ ସହର ପରିକ୍ରମା କରିଥିଲେ।
ପୂର୍ବତନ ଜିଲ୍ଲା ବିଜ୍ଞାନ ନୀରିକ୍ଷକ ତଥା ସରକାରୀ ଉଚ୍ଚ ବିଦ୍ୟାଳୟ ଜାଜପୁରର ପ୍ରଧାନ ଶିକ୍ଷକ ସାତ୍ମିକ କୁମାର ପଟ୍ଟନାୟକ ପତାକା ଦେଖାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟ , ପାରଳାଖେମୁଣ୍ଡିର ବରିଷ୍ଟ ଶିକ୍ଷକ ୱାଇ.ଧର୍ମ ରାଓ , ପରମେଶ୍ବର ବେହେରା , କେ ବାସୁଦେବ ରାଓ ଉପସ୍ଥିତ ଥିଲେ।
ସ୍କାଉଟ ମାଷ୍ଟର ଓ ଗାଇଡ କ୍ୟାପଟେନ ଧୀରେନ୍ଦ୍ର କୁମାର ସାମଲ , ରେଖା ରାଣୀ ଦେଓ , ତପସ୍ଵିନୀ ପଣ୍ଡା , ଦର୍ଶିତା ପଟ୍ଟନାୟକ, ଦିଲେଶ୍ୱର ତୃଣ , ଶିବରାମ ଭୂୟାଁ , ଲିଙ୍ଗରାଜ ସାହୁ ପ୍ରମୁଖ ରାଲୀ ପରିଚାଳନା କରିଥିଲେ। ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟ , ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ , ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟ , ସରକାରୀ ଉଚ୍ଚ ବିଦ୍ୟାଳୟ ଜାଜପୁର , ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୧୫୦ ଜଣ ସ୍କାଉଟ ଓ ଗାଇଡ ଛାତ୍ର/ଛାତ୍ରୀ ରାଲି ରେ ଅବସ୍ଥିତ ଥିଲେ।
ରାଜ୍ୟ
ବିଶ୍ଵ ଶାନ୍ତି ଦିବସ ପାଳିତ
- Hits: 296








