ବରଗଡ :- ଆମର ଦେଶର ସମ୍ବିଧାନ ରେ ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି ଭାରତ ବର୍ଷ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର ବୋଲି କିନ୍ତୁ ଆଜିକାର ସମୟରେ ଧର୍ମ ଓ ଧାର୍ମିକ ଆୟୋଜନ କୁ ନେଇ ଦେଶର ଅନେକ ସ୍ଥାନରେ ହିଂସାକାଣ୍ଡ ଘଟି ବହୁ ଲୋକଙ୍କ ଜୀବନ ହାନି ହେବା ସହିତ ଅନେକ ସରକାରୀ ଓ ବେସରକାରୀ ସମ୍ପତ୍ତି ନଷ୍ଟ ହୋଇ ଯାଉଛି । ଦେଶ ବାସୀ ସବୁବେଳେ ସୁଖ,ଶାନ୍ତି ଓ ଭାଇଚାରା ର ସହିତ ନିଜର ଜୀବନ ଯାପନ କରିବା ପାଇଁ ପସନ୍ଦ କରନ୍ତି ।
ଆଜି ସୋହେଲା ଠାରେ ଦେଖିବାକୁ ମିଳିଛି ଭାଇଚାରା ର ଏକ ଜବରଦସ୍ତ ଉଦାହରଣ । ଏ କଥାଟି ଯଦିଓ କିଛି ବଡ଼ କଥା ନୁହେଁ କିନ୍ତୁ ଏହା ଦେଶ ଓ ସମାଜକୁ ଏକ ବଡ଼ ବାର୍ତା ଦେଉଛି।
ଆଉ ମାତ୍ର କିଛି ସପ୍ତାହ ପରେ ଦୁର୍ଗାପୂଜା ଆରମ୍ଭ ହୋଇଯିବ। ବରଗଡ଼ ଜିଲ୍ଲାରେ ଦୁର୍ଗାପୂଜା ପାଇଁ ସୋହେଲା ର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି କହିଲେ ଅତ୍ୟୁକ୍ତି ହେବ ନାହିଁ ଯେ ସୋହେଲା ର ଦୁର୍ଗାପୂଜା ଅତ୍ୟନ୍ତ ନିଷ୍ଠା ଓ ଭବ୍ୟତା ର ସହିତ ପାଳନ କରାଯାଇଥାଏ । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମାଁ ଦୁର୍ଗା ଙ୍କର ମୂର୍ତ୍ତି ନିର୍ମାଣ ପାଇଁ ସୋହେଲା ଦୁର୍ଗା ପୂଜା କମିଟି ର ସମସ୍ତ ସଭ୍ୟ ,ପୂଜକ , ଗ୍ରାମବାସୀ ମାନେ ପବିତ୍ର ମୃତ୍ତିକା ସଂଗ୍ରହ ପାଇଁ ଗିରିସାଗର କୁ ଯାଇଥିଲେ । ବିଧିବଦ୍ଧ ଭାବରେ ପୂଜକ ମାନଙ୍କ ଦ୍ୱାରା ପୂଜାର୍ଚ୍ଚନା କରି ଗିରିସାଗର ରୁ ମୃତ୍ତିକା ସଂଗ୍ରହ କରାଯାଇ ଏକ ବିରାଟ ଶୋଭାଯାତ୍ରାରେ ସମସ୍ତେ ଦୁର୍ଗା ଦେବୀ ଙ୍କର ମନ୍ଦିର ଅଭିମୁଖେ ବାହାରିଥିଲେ । ବାଟରେ ଶୋଭାଯାତ୍ରା ରେ ଆସୁଥିବା ଲୋଜଙ୍କ ପାଇଁ ସୋହେଲା ମୁସଲିମ ସମାଜ ତରଫରୁ ଓଆରଏସ , ଥଣ୍ଡା ପାଣି,ଥଣ୍ଡା ସର୍ବତ ଆଦିର ବ୍ୟବସ୍ଥା କରାଯାଇ ସମସ୍ତଙ୍କୁ ଆପ୍ୟାୟିତ କରାଯାଇଥିଲା । ଯଦିଓ ଏହା କିଛି ବଡ଼ କଥା ନୁହେଁ ତଥାପି ଆଜିକାର ସମୟରେ ଏହି ସାମାନ୍ୟ ଘଟଣା ଭାଇଚାରା ର ଏକ ମଜବୁତ ବାର୍ତା ପ୍ରଦାନ କରୁଛି । ଏଠାରେ ସୂଚନାଯୋଗ୍ୟ ଯେ ଦୁର୍ଗାପୂଜା କମିଟିର ସଭାପତି ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରକାଶ ଚନ୍ଦ୍ର ଦେବତା ରହିଥିବା ବେଳେ , କାର୍ଯକାରୀ ସଭାପତି ଭଟଲି ବିଧାୟକ ଶ୍ରୀ ସୁଶାନ୍ତ ସିଂହ ଓ ଉପ ସଭାପତି ପୂର୍ବତନ ବିଧାୟକ ମହମ୍ମଦ ରଫିକ ରହିଛନ୍ତି । ଏଥୁରୁ ସ୍ପଷ୍ଟ ଯେ ସୋହେଲା ଦୂର୍ଗାପୂଜା ବାସ୍ତବରେ ସାର୍ବଜନୀନ ଦୁର୍ଗାପୂଜା ।
ରାଜ୍ୟ
ଭାଇଚାରା ର ଆହୁରି ଏକ ଦୃଷ୍ଟାନ୍ତ ପ୍ରଦର୍ଶନ କଲେ ସୋହେଲା ବାସୀ
- Hits: 1563








