ବୈଜୟନ୍ତ ପଣ୍ଡାଙ୍କୁ ଫୋନରେ ଧମକ
ନୂଆଦିଲ୍ଲୀ : " ନବ ଦାସଙ୍କ ଭଳି ବୈଜୟନ୍ତ ସମାନ ଦଶା ଭୋଗିବେ" ବୋଲି ଫୋନ କଲରେ ଧମକ ଆସିଥିବା ଅଭିଯୋଗ ହୋଇଛି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ପକ୍ଷରୁ | ତାଙ୍କୁ ଫୋନ୍ ଯୋଗେ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି ଦିଲ୍ଲୀ ପୁଲିସ ନିକଟରେ| ଏତଲା ପରେ ପୁଲିସ ତଦନ୍ତ କରୁଥିବା ନେଇ ଗୁରୁବାର ସୂଚନା ମିଳିଛି। ଏହା ସତ କି ପିଲାଳିଆମୀ ପ୍ରାଙ୍କ୍ କଲ୍ ଜଣାପଡିବା ସମ୍ଭବ ନଥିବାରୁ ଘଟଣାକୁ ହାଲକା ଭାବେ ନନେଇ ଏତଲା ହୋଇଛି ବୋଲି ଶ୍ରୀ ପଣ୍ଡାଙ୍କ କାର୍ଯ୍ୟାଳୟ ସୂତ୍ରରୁ କୁହାଯାଇଛି ।
ଫୋନ୍ କରିଥିବା ବ୍ୟକ୍ତି ହିନ୍ଦି ଭାଷାରେ କଥା ହେଉଥିଲେ । ଫୋନ୍ରେ ଉକ୍ତ ବ୍ୟକ୍ତି ଜଣଙ୍କ ନବ ଦାସଙ୍କ ଭଳି ବୈଜୟନ୍ତ ସମାନ ଦଶା ଭୋଗିବେ ବୋଲି କହିଥିବା ଖବର ମିଳିଛି। ଦିଲ୍ଲୀ ପୁଲିସ ଅଭିଯୋଗର ତଦନ୍ତ କରୁଥିବା ବୈଜୟନ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।








