ହେଡଲାଇନସ୍:

ନବାନ୍ନ ପାଇଁ ପ୍ରକୃତି ସୁରକ୍ଷା ହିଁ ଆହ୍ବାନ । ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୁଶାନ୍ତ କୁମାର ମିଶ୍ର

ସଭ୍ୟତାର ସୃଷ୍ଟି ଓ ବିକାଶ ଅରଣ୍ୟରୁ ଆରମ୍ଭ ହୋଇଛି । ତେଣୁ ପ୍ରାଚୀନ କାଳରେ ବୈଦିକ ଋଷିଗଣ ବୃକ୍ଷକୁ ପବିତ୍ର ମନେ କରି ପୂଜା କରୁଥିଲେ । ଆଦି ମାନବ ଜଙ୍ଗଳରୁ ଫଳମୂଳ ଓ ଜୀବଜନ୍ତୁ ଶିକାର କରି ଜୀବନ ଧାରଣ କରୁଥିଲା । ସେଥିପାଇଁ ପ୍ରକୃତି ପ୍ରତି ତାର ଗଭିର ଶ୍ରଦ୍ଧା ଥିଲା । ତାର ଏକ ପ୍ରମୂଖ ନିଦର୍ଶନ ହେଉଛି କୃଷି ପର୍ବ । କୃଷି ପର୍ବତ ପରମ୍ପରା ଅତ୍ୟନ୍ତ ପ୍ରାଚୀନ ଅଟେ । ଆଦିମ ମଣିଷ ପ୍ରକୃତିକୁ ଦେବତା ଭାବରେ ପୁଳାକଲା । କାରଣ ସାଧାରଣ ଅର୍ଥରେ ଯିଏ ନିଃସ୍ୱାର୍ଥପର ଭାବରେ ଦିଏ ସେ ଦେବତା । ତା ଆଗରେ ପାଇବା ଲୋକର ମୁଣ୍ଡ ସ୍ଵତଃ ନଇଁଯାଏ । ଭକ୍ତି ଓ ବିଶ୍ବାସକୁ ନେଇ ପୃଥିବୀକୁ ମା' ବିବେଚନା କରୁଥିବା ମଣିଷ ଗଜସଂକ୍ରାନ୍ତି ଅବସରରେ ମାଟି ମାଁ ର ଜଳସ୍ଥଳା ସହ ତାର ଜର୍ବରତା ଚିନ୍ତା କରିଥାଏ । ପୁଣି ଶିତଳ ଷଷ୍ଠୀର ଆଗମନରେ ପ୍ରତୀକାତ୍ମକ ଶିବ-ଶକ୍ତିଙ୍କ ଦିବାହ ଉଚ୍ଚଦର ମଉଳ ନିଏ । ତତ୍ପରେ ଧରିତ୍ରୀ ଶସ୍ୟସଂପନ୍ନା ହୋଇ ଉତ୍ପାଦନ କ୍ଷମ ହୁଏ, ଯେଉଁ ପରିକଳ୍ପନା ନେଇ ଆସେ ନୂଆଁଖାଇ ପର୍ବ । ନବଚେତନାର ବାର୍ତାବହ । ତେଣୁ ମାଟି ମାଁ ପ୍ରତି, ନୂତନ ଉତ୍ପାଦିତ ଧାନ ଫସଲ ପ୍ରତି ଭକ୍ତି ଓ ନିଜର ଇଷ୍ଟ ଦେବାଦେବୀ, ବିଶ୍ ନିୟନ୍ତାଙ୍କ ପ୍ରତି କୃତଜ୍ଞତାର ଅଭିବ୍ୟକ୍ତି । ମଣିଷ ନିଜ ଭିତରେ, ପ୍ରକୃତି ଭିତରେ ଏବଂ ଅନୈକିକ ଶକ୍ତି ସହିତ ପ୍ରଗାଢ ଆନ୍ତରିକତା ସ୍ଵୀକାରର ପରିକଳ୍ପନା ହିଁ ନବନ୍ତି ।

ଆମ ଖାଇବା ଓ ବଂଚିବାର ଆଭିମୁଖ୍ୟକୁ ନେଇ ପାଳିତ ହୋଇଥାଏ ନବାନ୍ତି । ମାତ୍ର ଯେଭଳି ଭାବରେ ଜଳ, ଜମି, ଜଳବାୟୁର ପରିବର୍ତନ ଚାଳିଛି, ବର୍ତମାନ ଆଶଙ୍କାରେ କୃଷି, କୃଷକ ଓ କୃଷିପର୍ବ । ସଂପ୍ରତି ସମଗ୍ର ପୃଥିବୀରେ ଜଳବାୟୁ ପରିବର୍ତନ ଏବଂ ଜଳଜନିତ ଅନିୟମିତତା ସାଂପ୍ରତିକ ସମୟରେ ଏକ ଆନ୍ତର୍ଜାତୀୟ ସମସ୍ୟା ଭାବରେ ଛିଡା ହେଲାଣି । ତେଣୁ ନୂଆଁଖାଇ ଅଥବା ଯେ କୌଣସି ଅନ୍ନ ପର୍ବ ପାଇଁ ପ୍ରକୃତି ସୁରକ୍ଷା ମଣିଷ ପାଇଁ ଏକମାତ୍ର ଆହ୍ଵାନ ପାଲଟିଛି । ଯେମିତିକି ଶ୍ରୀ ଶ୍ରୀ ନୃସିଂହନାଥ ଏବଂ ଗନ୍ଧମାର୍ଦ୍ଦନ ପାହାଡର ଉଦାହରଣ ନିଆଯାଇପାରେ ।

ଘଞ୍ଚ ଜଙ୍ଗଳର ଏହି ପ୍ରାକୃତିକ ପରିବେଶ ମଧ୍ୟରେ ବିଭିନ୍ନ ଜନଳାତିର ଅଧିବାସୀମାନେ ବସବାସ କରିଆସୁଥିଲେ । ଏକଦା କମୁନା ନାମ୍ନୀ କନ୍ଧ ମହିଳା ଏଠାରେ ଥିବା ଜଙ୍ଗଲରେ କନ୍ଦା ସଂଗ୍ରହ ପାଇଁ ମାଟି ଖୋଳୁଥିବା ବେଳେ ପ୍ରଭୁ ନୃସିଂହନାଥଙ୍କ ସନ୍ଧାନ ପାଇଥିଲା | ଓଡ଼ିଶାର ପଶ୍ଚିମାଂଚଳରେ ଛତିଶଗଡ଼ ରାଜ୍ୟର ସୀମାକୁ ୯୬ କିମି. ବ୍ୟାପି ରହିଛି ଗନ୍ଧମାର୍ଦ୍ଦନ ପାହାଡ । ଏଠାରେ ପ୍ରାୟ ୨ ହଳାର ପ୍ରକାରର ବନୌଷଧୀ ଗଚ୍ଛିତ ଅଛି । ୨୨ଟି ନିରସ୍ରୋତା ଝରଣା, ଅଙ୍ଗ ନଦୀ, ସୁଜଲନଦୀ ଏହି ପାହାଡ ଦେହରୁ ଉତ୍ପତି ହୋଇଛି । ହଜାର ହଜାର ଜନଜାତିର ଅଧିବାସୀମାନେ ଯୁଗ ଯୁଗ ଧରି ଏହି ପାହାଡ ଉପରେ ନିର୍ଭର କରି ଚଳୁଛନ୍ତି । ନବାନ୍ନ ପାଇଁ ଏହି ପହାଡରୁ ଖାଦ୍ୟ, ଜାଲେଣି, ପତ୍ର ଆଦି ସଂଗୃହିତ ହୋଇଥାଏ । ତେଣୁ ପ୍ରକୃତି ସଚେତନାତାର ପିଠ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିରରେ ନୂଆଁଖାଇର ମହତ୍ଵ ଯଥେଷ୍ଟ ରହିଥାଏ । କିନ୍ତୁ ସର୍ବତ୍ର ଦେଖାଦେଇଥିବା ସଂକଟ, ବିଷମତା ପ୍ରତି ଆଖିବୁଳି ଆନନ୍ଦ ଉଲ୍ଲାସରେ ମସଗୁଲ ମାନସିକତା ଏହି ପର୍ବର ଆଭିମୂଖ୍ୟ ନୁହେଁ । ନବାନ୍ନର ନବଚେତନା ଆମକୁ ଆନ୍ଦୋଳିତ କରୁ କ୍ଷୁଧାମୁକ୍ତ ରାଷ୍ଟ୍ର ଗଠନ ଦିଗରେ । ଚାଷ ଏବଂ ଚାଷ ପ୍ରତି ମଧ୍ୟ ଚିନ୍ତା କରିବାର ଅବସର ଆସିଛି । କାରଣ ଦେଶର ୪୦ ପ୍ରତିଶତ ଚାଷୀ ଚାଷ ପ୍ରତି ବିମୁଖ ହୋଇ ଅନ୍ୟ ରେଳଗାର ପ୍ରତି ଆକର୍ଷିତ ହେଉଛନ୍ତି । ତେଣୁ ଜଳସେଚନ, ବୀମା, ବଜାତ, ଭୂସଂସ୍କାର, ଋଣ ବ୍ୟବସ୍ଥା ଆଦି ଦିଗରେ ଗଠନମୂଳକ ପଦେକ୍ଷପ ନ ହେଲେ ଖାଦ୍ୟ ଉତ୍ପାଦନ ଦିଗରେ ବୃଦ୍ଧି ପାଇବ ନାହିଁ ।

କିନ୍ତୁ ବଡ ବିଡମ୍ବନା ହେଉଛି ଯେ ସଭ୍ୟତ ଆଗମ ଦିନ ଠାରୁ ମଣିଷର ଅହରହ ସଂଘର୍ଷ ଜଙ୍ଗଲ ସହିତ । ତେଣୁ ନବାନ୍ନର ମସଗୁଲ ଭିତରେ ଛକିଗରେ କେବଳ ଲାଭ ମିସିବ ନାଇଁ, ବରଂ ମଣିଷର ପ୍ରକୃତି ଓ ଚିନ୍ତାଧାରାରେ ପରିବର୍ତନ ଆସିବା ଦରକାର । କେବଳ ଭଗବାନଙ୍କୁ ପୂଜାର୍ଚ୍ଚନା କଲେ ଯଥେଷ୍ଟ ହେବ ନାହିଁ ବରଂ ତାଙ୍କ ଦର୍ଶନ ଓ ତତ୍ତ୍ଵକୁ ଅନୁକରଣ କରିବା ଆବଶ୍ୟକ ରହିଛି । ବୃକ୍ଷ ଅଥବା ଶସ୍ୟ ଦେବତାଙ୍କ ମହଙ୍ଗ ଉପଲବ୍ଧି କରିବା ନିହାତି ଆବଶ୍ୟକ । କାରଣ ସାଂପ୍ରତିକ ପରିବେଶ ପ୍ରଦୂଷଣ, ପ୍ରାକୃତିକ ବିପର୍ଯ୍ୟୟ,

ପାଣିପାଗରେ ପରିବର୍ତନ, ଅମ୍ଳଜାନର ଅଭାବ, ପୃଥିବୀର ପାରିପାର୍ଶିକ ଭାରସାମ୍ୟ ହରାଇବା ଭଳି ସମସ୍ୟା କ୍ରମଶଃ ଅଧିକରୁ ଅଧିକ ଭୟଙ୍କର ହୋଇଚାଲିଛି । ଭଗବତ୍ ଗୀତାରେ ଉଲ୍ଲେଖ ଅଛି- 'ଯେ ଯଥା ମଧ୍ୟ ପ୍ରପେଦ୍ୟନ୍ତେ ତା' ସେଥିକ ଇନମ୍ୟହମ’ । ଏହାର ଅର୍ଥ ହେଲା ଯେଭଳି ଭାବରେ ଯେ ମତେ ଦେଖିବାକୁ ଇଚ୍ଛା କରେ ମୁଁ ତାକୁ ସେହି ରୂପରେ ଦେଖାଦିଏ । ତେଣୁ ଆମେ ଭଗବାନଙ୍କୁ ପ୍ରକୃତିର ପ୍ରତୀକ ଭାବରେ ଦେଖିବାକୁ ଇଚ୍ଛା କଲେ ଆମେ ଶ୍ରେୟ ଲାଭ କରିପାରିବା । କାରଣ ପ୍ରକୃତିକ ସୁରକ୍ଷା ନ ହେଲେ ଧ୍ୱଂସାଭିମୂଖା ସମାଜ ରକ୍ଷା ପାଇପାରିବ ନାହିଁ । କିମ୍ବା ସଂକଟରେ ଗତିକରୁଥିବା କୃଷି ପର୍ବକୁ ବଂଚାଇ ହେବ ନାହିଁ ।

ତାଳପଦିନ, ଜରଗତ

ମେଲ ୯୯୩୮୨୬୬:୪୩

0
0
0
s2sdefault