ରାଉରକେଲା, (ବସନ୍ତ କୁମାର ଜେନା):- ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ର ଦ୍ୱିତୀୟ ସ୍ଥାପନା ଦିବସ ହୋଟେଲ୍ ସେଣ୍ଟ୍ରାଲ ପାର୍କଠାରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ରୋଟାରୀଆନ ଗଣେଶ୍ବର ପଟ୍ଟନାୟକଙ୍କ ଅଧ୍ୟକ୍ଷତା ଓ ଉପସଭାପତି ରୋଟାରୀଆନ ଡଃ ମୀନତି ପଣ୍ଡା ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଡିଷ୍ଟ୍ରିକ୍ଟ ଗଭର୍ନର ରୋଟାରୀଆନ ମନଜିତ ସିଂ ଆରୋରା, ସମ୍ମାନିତ ଅତିଥି ଭାବେ ଏଜି ରୋଟାରୀଆନ ଅସୀମ ଚକ୍ରବର୍ତ୍ତୀ ଓ ଉପଦେଷ୍ଟା ରୋଟାରୀଆନ ଆଲାମ ସିଂ ରୁପ୍ରା ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଗାମୀ ସଭାପତି ରୋଟାରୀଆନ ପ୍ରଶାନ୍ତ ରଂଜନ ପାତ୍ର ଓ ସଂପାଦକ ସାଧାରଣ ସଂପାଦକ ଡଃ ସଂଯୁକ୍ତା ପତି ମଞ୍ଚାସୀନ ଥିଲେ । ଏହି ଅବସରରେ ୧୦ଜଣ ନୂତନ ରୋଟାରୀଆନଙ୍କୁ ଭାଇବ୍ରାଣ୍ଟରେ ଗ୍ରହଣ କରାଯାଇଥିଲା । ମୁଖ୍ୟଅତିଥି ଓ ଅନ୍ୟାନ୍ୟ ଅତିଥିମାନେ ସେମାନଙ୍କ ବକ୍ତବ୍ଯ ରେ ଅନୁଷ୍ଠାନର ସମାଜ ପ୍ରତି ପ୍ରତିବଦ୍ଧତା ଓ ସମାଜସେବା କୁ ଗୁରୁତ୍ୱ ଦେବାପାଇଁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଡିଏସଜି ମଳୟ ମଣ୍ଡଳ ଓ ବିକାଶ ଭାଜିକା ଙ୍କ ସମେତ ସହରର ବିଭିନ୍ନ ରୋଟାରୀ କ୍ଲବର ସଭାପତି ଓ ସମ୍ପାଦକ ମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଶେଷରେ ରୋଟାରୀଆନ ଅଜିତ ମୋହନ ପୂଜାରୀ ଓ ଏଭରଗ୍ରୀନ ମେଲୋଡି ତରଫରୁ ସଂଗୀତ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରୋଟାରୀଆନ ସର୍ବଶ୍ରୀ ସରୋଜ କୁମାର ପାତ୍ର, ଅନିତା ନାୟକ,ଶୁଭସ୍ମିତା ନାୟକ, କାଜଲ ପାଢୀ, ପ୍ରଦୀପ କୁମାର ବିଶୋଇ, ବିଜୟ ପାତ୍ର,ରଜନୀକାନ୍ତ ବିଲୁଙ୍ଗ, ବିଘ୍ନେଶ ପତି, ବିବେକ ସ, ବସନ୍ତ କୁମାର ତନ୍ତୀ,ଅର୍ଚ୍ଚନା ଦେବତା, ସନ୍ଦୀପ ସୋରେଙ୍ଗ,ଅସିତ ଧୀର,ରମେଶ କୁମାର ମିଶ୍ର, ବିଶ୍ବନାଥ ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଏହି ଅବସରରେ ସଭାପତି ରୋଟାରୀଆନ ଶ୍ରୀ ପଟ୍ଟନାୟକଙ୍କ ଜନ୍ମଦିନ ଥିବାରୁ କେକ୍ କଟାଯାଇ ଉପସ୍ଥିତ ଅତିଥିଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା । ଶେଷରେ ରୋଟାରୀଆନ ଡଃ ସଂଯୁକ୍ତା ପତି ଧନ୍ୟବାଦ ଅର୍ପଣ କରିଥିଲେ ।
ରାଜ୍ୟ
ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ର ଦ୍ୱିତୀୟ ସ୍ଥାପନା ଦିବସ ପାଳନ
- Hits: 290








