-
ଓଡ଼ିଶାର କିଛି ସାମ୍ପ୍ରତିକ ବିଷୟ ଉପରେ ଦୃଷ୍ଟି ଆକର୍ଷଣ କରିଛନ୍ତି, ବର୍ତ୍ତମାନ ସମୟରେ ଏହା ବହୁତ ଇନଫରମେଟିଭ୍
-
ଓଡ଼ିଶାର ଇତିହାସକୁ ସାମ୍ପ୍ରତିକ ସାମାଜିକ ଓ ରାଜନୈତିକ ବ୍ୟବସ୍ଥା ସହ ନଟବର ଖୁଣ୍ଟିଆ ବହୁତ ସଠିକ୍ ତୁଳନା କରିଛନ୍ତି, ସମସ୍ତେ ଏହାକୁ ପଢିବା ଉଚିତ୍
ଭୁବନେଶ୍ୱର, ଅଗଷ୍ଟ ୩୧ – ନିଜେ ଖୋଲିକି କହିପାରିବେ କି ନାହିଁ, ତେଣୁ ମଉକା ଦେଖି ଚଉକା ମାରିବାକୁ ଚେଷ୍ଟା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | ନଟବର ଖୁଣ୍ଟିଆଙ୍କ ଫେସବୁକ ପୋଷ୍ଟକୁ ଆଳ କରି ଏକ୍ସ (ପୂର୍ବର ଟୁଇଟର)ହାଣ୍ଡଲରେ ନିଜ ପ୍ରତିକ୍ରିୟା ଦେଇ କରିଛନ୍ତି ତେରେଛା ଟାର୍ଗେଟ |
ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ଆଜି ସକାଳେ ଜଣେ ବନ୍ଧୁ ମୋତେ ପଠାଇଥିବା ରାଜ୍ୟର ଜଣାଶୁଣା ଚିନ୍ତାନାୟକ ଶ୍ରୀ ନଟବର ଖୁଣ୍ଟିଆଙ୍କ ଫେସବୁକରେ ଏକ ଲେଖା ପଢିଲି । ସେ ଓଡ଼ିଶାର କିଛି ସାମ୍ପ୍ରତିକ ବିଷୟ ଉପରେ ଦୃଷ୍ଟି ଆକର୍ଷଣ କରିଛନ୍ତି । ବର୍ତ୍ତମାନ ସମୟରେ ଏହା ବହୁତ ଇନଫରମେଟିଭ୍ । ଓଡ଼ିଶାର ଇତିହାସକୁ ସାମ୍ପ୍ରତିକ ସାମାଜିକ ଓ ରାଜନୈତିକ ବ୍ୟବସ୍ଥା ସହ ସେ ବହୁତ ସଠିକ୍ ତୁଳନା କରିଛନ୍ତି । ସମସ୍ତେ ଏହାକୁ ପଢିବା ଉଚିତ୍ ।
ସମସ୍ତେ ବିଶିଷ୍ଟ ସାହିତ୍ୟିକ ଗୋଦାବରୀଶ ମହାପାତ୍ରଙ୍କର ସେହି ଦୁଇ ଉକ୍ତି “ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି, ଉଠୁ ଗତ ଗୌରବ, ହୃତ ଗୌରବ ରାଜି” ରେ ସ୍ମରଣ କରିବା ଉଚିତ୍ । ଜାତିର ମହାପୁରୁଷମାନେ ଭବିଷ୍ୟତକୁ ଦେଖିକି ସାହିତ୍ୟ ସୃଜନ କରିଥାନ୍ତି ଏବଂ ବିଚାର କଣିକା ଛାଡି ଯାଆନ୍ତି । ନଟବର ବାବୁଙ୍କ ଏହି ଲେଖା ପଢିଲା ପରେ ଭାବୁଛି, ଏହା କେତେ ଠିକ୍ ଓ ବର୍ତ୍ତମାନ ସମୟରେ କେତେ ପ୍ରାସଙ୍ଗିକ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ।








