ହେଡଲାଇନସ୍:

ଉଲ୍ଲେଖନୀୟ, ବିଶିଷ୍ଟ ସେବା ଓ ସାହସିକତା ନିମନ୍ତେ ମୋଟ ୭୪ ଜଣଙ୍କୁ ପଦକ ପ୍ରଦାନ କଲେ ରାଜ୍ୟପାଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ

ଭୁବନେଶ୍ୱର-୨୫.୦୮.୨୦୨୩- ରାଜ୍ୟ ପୋଲିସ୍ ସେବା, ଅଗ୍ନିଶମ ସେବା, ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ସେବାଏବଂକାରାଗାର ଓ ସଂସ୍କାର ସେବାର ୭୪ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ସେମାନଙ୍କ ଉଲ୍ଲେଖନୀୟ, ବିଶିଷ୍ଟ ସେବା ଓ ସାହସିକତାନିମନ୍ତେ ରାଷ୍ଟ୍ରପତି, ରାଜ୍ୟପାଳଏବଂସାହସିକତା ପଦକ ପ୍ରଦାନକରାଯାଇଛିା ଲୋକସେବା ଭବନକନଭେନସନ୍ହଲରେଆୟୋଜିତଏକସ୍ୱତନ୍ତ୍ର କାର୍ଯ୍ୟକ୍ରମରେମାନ୍ୟବରରାଜ୍ୟପାଳ ପ୍ରଫେସର ଗଣେଶୀଲାଲଏହି ପଦକ ପ୍ରଦାନକରିଛନ୍ତିା
ଏଥିରେ ୨୦୨୦ ସାଧାରଣତନ୍ତ୍ର ଦିବସ ପାଇଁ ବିଶିଷ୍ଟ ସେବାନିମନ୍ତେ ୨ଜଣଙ୍କୁ"ରାଷ୍ଟ୍ରପତି ପୋଲିସ ପଦକ' ଓ ୧୦ଜଣଙ୍କୁ ଉଲ୍ଲେଖନୀୟ ସେବାନିମନ୍ତେ "ରାଷ୍ଟ୍ରପତିପୋଲିସ ପଦକ' ପ୍ରଦାନକରାଯାଇଛିା ସେହିପରି ଉଲ୍ଲେଖନୀୟ ସେବାନିମନ୍ତେ ୧୫ଜଣଙ୍କୁ"ରାଜ୍ୟପାଳ ପୋଲିସ୍ ପଦକ' ପ୍ରଦାନକରାଯାଇଛିାଅନୁରୂପ ଭାବେ ୨୦୨୦ ସ୍ୱାଧୀନତା ଦିବସ ପାଇଁ ବିଶିଷ୍ଟ ସେବାନିମନ୍ତେ ୨ଜଣଙ୍କୁ"ରାଷ୍ଟ୍ରପତି ପୋଲିସ୍ ପଦକ'ଏବଂ ଉଲ୍ଲେଖନୀୟ ସେବା ପାଇଁ ୧୧ଜଣଙ୍କୁ"ରାଷ୍ଟ୍ରପତିପୋଲିସ୍ ପଦକ' ପ୍ରଦାନକରାଯାଇଛିା
୨୦୨୦ ସାଧାରଣତନ୍ତ୍ର ଦିବସ ପାଇଁ୨ଜଣ ଅଗ୍ନିଶମ ଅଧିକାରୀଙ୍କୁ"ରାଷ୍ଟ୍ରପତିଙ୍କ ବିଶିଷ୍ଟ ଅଗ୍ନିଶମ ସେବା ପଦକ' ପ୍ରଦାନ କରାଯାଇଥିବା ବେଳେ ୪ଜଣଙ୍କୁ "ପ୍ରଶଂସନୀୟ ସେବା ପଦକ' ପ୍ରଦାନ
କରାଯାଇଛିା ୨୦୨୦ ସାଧାରଣତନ୍ତ୍ର ଦିବସ ପାଇଁ ଗୃହରକ୍ଷୀ ସେବା ନିମନ୍ତେ ଜଣଙ୍କୁ"ରାଷ୍ଟ୍ରପତିଙ୍କ ବିଶିଷ୍ଟ ପଦକ'ଏବଂଜଣଙ୍କୁ "ରାଷ୍ଟ୍ରପତି ପ୍ରଶଂସନୀୟ ସେବା ପଦକ'ପ୍ରଦାନ କରାଯାଇଛିା ସେହିପରି ବେସାମରିକ କ୍ଷେତ୍ରରେ ପ୍ରଶଂସନୀୟ ସେବା ନିମନ୍ତେ ୨ ଜଣଙ୍କୁରାଷ୍ଟ୍ରପତି ପଦକ ପ୍ରଦାନ କରାଯାଇଛିା
୨୦୨୦ ସ୍ୱାଧୀନତା ଦିବସ ପାଇଁଅଗ୍ନିଶମ ସେବା କ୍ଷେତ୍ରରେ ସାହସିକତା ପାଇଁ ୧ଜଣଙ୍କୁ "ରାଷ୍ଟ୍ରପତିଙ୍କସାହସିକତା ପଦକ' ପ୍ରଦାନ କରାଯାଇଥିବା ବେଳେ ୨ ଜଣଙ୍କୁ "ରାଷ୍ଟ୍ରପତିଙ୍କ ବିଶିଷ୍ଟ ଅଗ୍ନିଶମ ସେବା ପଦକ' ପ୍ରଦାନ କରାଯାଇଛିା ଅନୁରୂପ ଭାବରେ ୬ଜଣଙ୍କୁ "ପ୍ରଶଂସନୀୟ ଅଗ୍ନିଶମ ସେବା ପଦକ' ପ୍ରଦାନ କରାଯାଇଛିା
ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ସେବାରେ ପ୍ରଶଂସନୀୟ ସେବାନିମନ୍ତେ ୨୦୨୦ ସ୍ୱାଧୀନତା ଦିବସ ପାଇଁ୪ଜଣଙ୍କୁ ପଦକ ପ୍ରଦାନ କରାଯାଇଛିା ବେସାମରିକ ପ୍ରତିରକ୍ଷା କ୍ଷେତ୍ରରେ୧ଜଣଙ୍କୁ ବିଶିଷ୍ଟ ସେବା ନିମନ୍ତେ "ରାଷ୍ଟ୍ରପତି ପଦକ' ପ୍ରଦାନକରାଯାଇଛିା
୨୦୨୦ ସାଧାରଣତନ୍ତ୍ର ଦିବସ ପାଇଁ ୩ଜଣ କାରାଗାର ଅଧିକାରୀଙ୍କୁ"ରାଷ୍ଟ୍ରପତିଙ୍କ ବିଶିଷ୍ଟ ସେବା ପଦକ'ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ୧୦ହଜାର ଟଙ୍କାର ପ୍ରୋତ୍ସାହନରାଶି ଓ ମାନପତ୍ର ପ୍ରଦାନ କରାଯାଇଛିା ସେହିପରି ୨୦୨୦ ସାଧାରଣତନ୍ତ୍ର ଦିବସପାଇଁ୩ଜଣ କାରାଗାର ଅଧିକାରୀଙ୍କୁ"ରାଷ୍ଟ୍ରପତିଙ୍କସଂସ୍କାର ସେବା ପଦକ'ଏବଂରାଜ୍ୟ ସରକାରଙ୍କ ପକ୍ଷରୁ ୫ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଏବଂ ମାନପତ୍ର ପ୍ରଦାନକରାଯାଇଛିା
୨୦୨୦ ସ୍ୱାଧୀନତା ଦିବସଅବସରରେ ୨ ଜଣ କାରାଗାର ଅଧିକାରୀଙ୍କୁ "ରାଷ୍ଟ୍ରପତିଙ୍କ ବିଶିଷ୍ଟ ସେବା ପଦକ'ସହ ରାଜ୍ୟ ସରକାରଙ୍କ ପକ୍ଷରୁ ୧୦ହଜାରଟଙ୍କା ପ୍ରୋତ୍ସାହନ ରାଶି ଏବଂ ମାନପତ୍ର ପ୍ରଦାନ କରାଯାଇଛିା ସେହିପରି ୨ଜଣଙ୍କୁ "ରାଷ୍ଟ୍ରପତିଙ୍କ ସଂସ୍କାର ସେବା ପଦକ' ସହ ରାଜ୍ୟ ସରକାରଙ୍କ ପକ୍ଷରୁ ୫ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଏବଂମାନପତ୍ର ପ୍ରଦାନ କରାଯାଇଛିା
ଆୟୋଜିତ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉପସ୍ଥିତ ରହି ସମସ୍ତଙ୍କୁ ଏହି ପଦକ ପ୍ରଦାନ କରିଥିଲୋଏହି ଅବସରରେ ମାନ୍ୟବର ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡା ଓ ଯୁବ ସେବା, ଗୃହରାଷ୍ଟ୍ରମନ୍ତ୍ରୀଶ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟ ଶାସନସଚିବଶ୍ରୀ ପ୍ରଦୀପ କୁମାର ଜେନା, ଅତିରିକ୍ତମୁଖ୍ୟ ଶାସନସଚିବ, ଗୃହ ବିଭାଗ ଶ୍ରୀ ଦେଓରଞ୍ଜନ କୁମାର ସିଂହ, ଡିଜି-ପୋଲିସ ଶ୍ରୀ ସୁନୀଲ କୁମାର ବଂଶଲ, ଡିଜି-ଅଗ୍ନିଶମ, ହୋମଗାର୍ଡ ଓ ବେସାମରିକ ପ୍ରତିରକ୍ଷା ଡ.ସୁଧାଂଶୁ କୁମାର ଷଡଙ୍ଗୀ,ଡିଜି-କାରାଗାର ଓ ସଂସ୍କାର ସେବା ଶ୍ରୀମନୋଜ କୁମାର ଛାବ୍ରାଙ୍କ ସହ ଗୃହ ବିଭାଗର ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲୋ

0
0
0
s2sdefault