ପଦ୍ମପୁର/ନୀଳ ଦୀପ -ବରଗଡ଼ ଜିଲ୍ଲା ରାଜବୋଡାସମ୍ବର ପଞ୍ଚାୟତ ସମିତିର ୨0୧୭-୨୦୧୮ ବର୍ଷ ପାଇଁ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣନିଶ୍ଚିତ କର୍ମନିଯୁକ୍ତି ଯୋଜନାର ଜନଶୁଣାଣୀ ବୈଠକ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ସଭାଗୄହରେ ଅନୁଷ୍ଠିତ ହୋଇଯାଇଛି । ଏହି ଜନଶୁଣାଣୀ ଶିବିରରେ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଦୌଳତ ଚନ୍ଦ୍ରାକର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ବ୍ଳକରେ କାର୍ଯ୍ୟକାରୀ ହେଉଥିବା ମନରେଗା ଯୋଜନାର କାର୍ଯ୍ୟକାରିତା,ଶ୍ରମିକ ମାନଙ୍କୁ ପାରଶ୍ରମିକ ପ୍ରଦାନ,ବିଭିନ୍ନ ପ୍ରକଳ୍ପର ଅଗ୍ରଗତି,ନୂତନ ପ୍ରକଳ୍ପ ଚୟନ ଏବଂ ଶ୍ରମିକ ମାନଙ୍କ ବିଭିନ୍ନ ସୁବିଧା ଅସୁବିଧା ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ ।ପ୍ରାପ୍ତ ସୂଚନା ଅନୁଯାୟୀ ଏପ୍ରିଲ ୨୦୧୭ ରୁ ମାର୍ଚ୍ଚ ୨୦୧୮ ସମୟ ସୀମା ମଧ୍ୟରେ ବ୍ଳକର ସମୁଦାୟ ୨୨ଗୋଟି ପଞ୍ଚାୟତରେ ୨୨୯୯ଗୋଟି ପ୍ରକଳ୍ପ ହାତକୁ ନିଆଯାଇ ୧୧୬୮ଗୋଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିବା ଦର୍ଶାଯାଇଥିଲା ।ଏହି ଆର୍ଥିକ ବର୍ଷରେ ବିଭିନ୍ନ ପଞ୍ଚାୟତ ମାନଙ୍କରେ ୫,୧୫,୫୦,୬୯୬ ଟଙ୍କା ଖର୍ଚ୍ଚ କରାଯାଇ ପଞ୍ଜିକୄତ ହୋଇଥିବା ୨୩,୦୬୧ ଜଣ ଶ୍ରମିକଙ୍କୁ ଜବକାର୍ଡ ଯୋଗାଇ ଦିଆଯାଇଛି ।୬,୪୬୭ ଗୋଟି ପରିବାରଙ୍କୁ କାମ ଯୋଗାଇ ଦିଆଯାଇଥିଲା ।ତନ୍ମଧ୍ୟରୁ ୧୬୯ଗୋଟି ପରିବାର ୧୦୦ଦିନର କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିଲେ ଏବଂ ୧,୯୩,୪୮୬ଗୋଟି ଶ୍ରମ ଦିବସ ସୄଷ୍ଟି କରାଯାଇଥିଲା ।ଉକ୍ତ ସମୀକ୍ଷା ବୈଠକରେ ଜିଲ୍ଲା ସାମାଜିକ ସମୀକ୍ଷକ ଶ୍ରୀଯୁକ୍ତ ଆନନ୍ଦ ପ୍ରଧାନ ଯୋଗଦାନ କରି ମନରେଗା ଯୋଜନାର ସଫଳ ରୂପାୟନ ,ବିଭିନ୍ନ ପ୍ରକଳ୍ପ ଚୟନ ତଥା ଶ୍ରମିକମାନଙ୍କ ଜୀବନଜୀବିକା ପାଇଁ ବିଭିନ୍ନ ପ୍ରକଳ୍ପରେ ସେମାନଙ୍କୁ କାମଧନ୍ଦା ଯୋଗାଇଦେବା ପାଇଁ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।ଅନ୍ୟତମ ଅତିଥି ଭାବରେ ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ସଂଯୁକ୍ତା ମାଝୀ ଯୋଗଦାନ କରି ମନରେଗା ଯୋଜନାର କାର୍ଯ୍ୟକାରିତା ଉପରେ ତାଙ୍କର ମତାମତ ପ୍ରଦାନ କରିଥିଲେ ।ଉକ୍ତ ଆର୍ଥିକ ବର୍ଷରେ ଜଳଛାୟା ପ୍ରକଳ୍ପ ଏବଂ ଜମଲା ଗ୍ରାମପଞ୍ଚାୟତ ଅଧିକ ପାଣ୍ଠି ଖର୍ଚ୍ଚ କରି ଲୋକମାନଙ୍କୁ ଅଧିକ କାମ ଯୋଗାଇ ଅଧିକ ଶ୍ରମଦିବସ ସୄଷ୍ଟି କରିପାରିଥିବାରୁ ଗ୍ରାମପଞ୍ଚାୟତ ର କର୍ମକର୍ତ୍ତା ମାନଙ୍କୁ ପୁରସ୍କୃତ କରି ଉତ୍ସାହିତ କରାଯାଇଥିଲା ।ଉକ୍ତ ସମୀକ୍ଷା ବୈଠକରେ ରାଜବୋଡାସମ୍ବର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ଏଲିଜା ମିଶ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହିତ ସ୍ବାଗତ ଭାଷଣ ଦେଇଥିଲେ ଓ ବୈଠକର ଆଭିମୁଖ୍ୟ ବିଷୟରେ ଆଲୋଚନା କରିଥିଲେ ।ଉକ୍ତ ବୈଠକରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ସମେତ ଜଳବିଭାଗ,ଜଙ୍ଗଲ ବିଭାଗ ଏବଂ ଉଦ୍ୟାନ ବିଭାଗର ଅଧିକାରୀ,ବ୍ଳକ ସମ୍ପ୍ରସାରଣ ଅଧିକାରୀ ବୄନ୍ଦ,ବିଭିନ୍ନ ଗ୍ରାମପାଞ୍ଚୟତର ସରପଞ୍ଚ, ସମିତିସଭ୍ୟ,ଜି.ଆର.ଏସ ଏବଂ ବିଭିନ୍ନ ପଞ୍ଚାୟତରୁ ଆସିଥିବା ଶ୍ରମିକ ମାନେ ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।ସଭାଶେଷରେ ବ୍ଳକର ଏ.ପି.ଓ ଅନୁପମା ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ରାଜ୍ୟ
ରାଜବୋଡାସମ୍ବର ବ୍ଳକସ୍ତରୀୟ ମନରେଗା ଜନଶୁଣାଣୀ ଅନୁଷ୍ଠିତ ।
- Hits: 845