ହେଡଲାଇନସ୍:

ଦୁର୍ନୀତର ଗନ୍ତା ଘର ପାଲଟିଛି ରାଜନଗର ଆର ଆଣ୍ଡ ବି କାର୍ଯ୍ୟାଳୟ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅଫିସର ଓ ଠିକାଦାର ମାଲେମାଲ ,ରାସ୍ତା କାମ ବେହାଲ

ରାଜନଗର :-(ନିରଞ୍ଜନ ରାଉତ )-ଦୀର୍ଘ 18 ବର୍ଷ ଧରି ଓଡିଶାକୁ ଶାସନ  କରୁଥିବା ବିଜେଡି ସରକାର ସ୍ୱଚ୍ଛ ଓ ସୁଶାସନ ଚଳାଇଥିବା ନେଇ ବାହାବା ନେଉଥିବା ବେଳେ ରାଜ୍ୟରେ ଦୁର୍ନୀତ ବଢି ଚାଲିଛି I ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ରାଜନଗର ଆର ଆଣ୍ଡ ବି କାର୍ଯ୍ୟାଳୟରେ | ଏଠି ପିସି ଦେଲେ ଠିକାଦାର ରାତାରାତି କାମ ପାଇ ଯାଆନ୍ତି I ମାତ୍ର କାର୍ଯ୍ୟ ହୁଏ ଲୋକ ଦେଖାଣିଆ I ଯାହାର ଉଦାହରଣ ଆର ଆଣ୍ଡ ବି ଡିଭିଜନରେ ଥିବା ସାନବଡ ଗୋପାଳପୁର ଠାରୁ ମଦନପୁର ଭାୟା କୁନ୍ଦୁପୁର ରାସ୍ତା I ଉକ୍ତ ରାସ୍ତା ଟି 2018 ମସିହାରେ ଦୁଇ ଦୁଇ  ଥର ମରାମତି ହେବା ପରେ ବର୍ତ୍ତମାନ ରାସ୍ତାଟି ଅନେକ ଖାଲ ଖମାରେ ଭରି ଯାଇଛି I ଉକ୍ତ ରାସ୍ତାଟି ଗତ ବର୍ଷ ଫେବୃୟାରୀ ଓ ଜୁଲାଇ ମାସରେ ଦୁଇ ଦୁଇ ଥର ମରାମତି ହୋଇ ସାରିଛି I ମୁଖ୍ୟ ରାସ୍ତା ହୋଇ ଥିବାରୁ ପ୍ରତିଦିନ ଉକ୍ତ ରାସ୍ତା ଦେଇ ଅନେକ ଗାଡି ମଟର ସହିତ ଭାରୀଯାନ ଓ ସ୍କୁଲ କଲେଜ ର ଛାତ୍ର ଛାତ୍ରୀ ମାନେ ଯିବା ଆସିବା କରନ୍ତି I ଉକ୍ତ ରାସ୍ତା ଦେଇ ବିଭାଗୀୟ ଅଧିକାରୀ ମାନେ ମଧ୍ୟ ଯିବା ଆସିବା କରନ୍ତି , ହେଲେ ସେମାନେ ଉକ୍ତ ରାସ୍ତା ପ୍ରତି ଧ୍ୟାନ ଦିଅନ୍ତି ନାହିଁ I ଠିକାଦାର ମାନେ  କାମ କରି ପିସି ଦେଇ ବିଲି ପାଇ ଯାଆନ୍ତି I ତେଣୁ ଉକ୍ତ ରାସ୍ତା ପାଇଁ ଜନ ସାଧାରଣମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି I ତେଣୁ ସରକାର ଓ ଉପରିସ୍ତ ଅଫିସର ଉକ୍ତ ରାସ୍ତା ପ୍ରତି  ଯତ୍ନ ସିଳ ହୋଇ ଭଲ ଭାବରେ କାମ କରିବାକୁ ଅଞ୍ଚଳ ବାସି ଦାବି କରୁଛନ୍ତି  I

0
0
0
s2sdefault