ହେଡଲାଇନସ୍:

ନୃସିଂହନାଥ ମଦିର ରେ ନିର୍ମାଣାଧୀନ କୋଠାଘର ଛାତରୁ ଗଲୁଛି ପାଣି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  • ଠିକାଦାର ଓ ବିଭାଗୀୟ ଅଧିକାରୀ ମାନଙ୍କ ମଧୁଚନ୍ଦ୍ରିକା , ନିରବ ଜିଲ୍ଲା ପ୍ରଶାସନ

  • ହେଉଛି ଅତି ନିମ୍ନ ମାନର ନିର୍ମାଣ କାର୍ୟ୍ଯ

ବରଗଡ :- ଜଗତରନାଥ ଶ୍ରୀ ଜଗନ୍ନାଥ ଙ୍କର ମନ୍ଦିର ପରିସରର ବିକାଶ କାର୍ୟ୍ଯ ଆରମ୍ଭ ହେବା ପରେ , ରାଜ୍ୟର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଓ ପର୍ଯଟନ ସ୍ଥଳୀ ମାନଙ୍କ ବିକାଶ କାର୍ୟ୍ଯ ଜୋରସୋରରେ ଆରମ୍ଭ ହୋଇଯାଇଛି । ଏହିକ୍ରମରେ ତତ୍କାଳୀନ ରାଜ୍ୟ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ତଥା ବର୍ତ୍ତମାନ ଭଟଲି ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟିକ ଶ୍ରୀ ସୁଶାନ୍ତ ସିଂ ଓ ତତ୍କାଳୀନ ପଦ୍ମପୁର ବିଧାୟକ ସ୍ବର୍ଗତ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଙ୍କର ଉଦ୍ୟମ କ୍ରମେ , ବିଶ୍ୱପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପାର୍ବତ ର ପାଦଦେଶରେ ବିରାଜମାନ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଙ୍କର ମନ୍ଦିର ପରିସର ର ବିକାଶ ତଥା ଅନେକ ଉପଯୋଗୀ ଭବନ ତଥା ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟ ବିଗତ ଏକ ବର୍ଷ ହେଲା ଜାରି ରହିଛି । ଏଥିପାଇଁ ସରକାର ଙ୍କର ତରଫରୁ ପ୍ରଥମ ପର୍ଯ୍ୟାୟ ର କାମ ପାଇଁ ବାଇଶି କୋଟି ଅଠସ୍ତରୀ ଲକ୍ଷ ( ୨୨ . ୭୮ ଲକ୍ଷ ) ଟଙ୍କାର ପ୍ରକଳ୍ପ ପାଇଁ ରାସ୍ତା ଓ କୋଠାବାଡ଼ି ବିଭାଗ , ବରଗଡ଼ ଡିଭିଜନ ତରଫରୁ , ବିକେଡି ଇନ୍ଫ୍ରା କଂଷ୍ଟ୍ରକସନ କୁ କାର୍ୟ୍ଯ ପ୍ରଦାନ କରାଯାଇଛି । କାମ ଆରମ୍ଭ ମଧ୍ୟ ହୋଇସାରିଛି । ହେଲେ କାମର ମାନ ଅତି ନିମ୍ନ ମାନର ହେଉଛି । ଲୋକଙ୍କ ଆସ୍ଥା ଓ ଭାବାବେଗ ସହିତ ଜଡିତ ମହାପ୍ରଭୁଙ୍କ ମନ୍ଦିର ପରିସରରେ ଯେଉଁ ମାନର ନିର୍ମାଣ ହେଉଛି ତାହା କଦାପି ଗ୍ରହଣୀୟ ନୁହଁ । ପୁରୁଣା ପାନ୍ଥ ବିବାସ ଓ ମନ୍ଦିର ସିଂହଦ୍ଵାର ନିକଟରେ ଦୁଇ ଗୋଟି କୋଠା ନିର୍ମାଣ ହେଉଛି । ଏହି ଦୁଇ କୋଠା ର ପ୍ରଥମ ଛାତ ପ୍ରାୟ ଦୁଇ ମାସ ପୂର୍ବରୁ ପଡି ସାରିଲାଣି । ବର୍ତ୍ତମାନ ଏହି ଦୁଇ ଗୋଟି କୋଠା ଘର ଛାତରୁ ପାଣି ଗଲୁଛି । ମୁଖ୍ୟତଃ ପାନ୍ଥ ନିବାସ ସମ୍ମୁଖରେ ନିର୍ମାଣ ହେଉଥିବା କୋଠା ର ଛାତର ଅଧିକାଂଶ ସ୍ଥାନରୁ ବର୍ଷା ପାଣି ଝରୁଛି । ଏଥିରୁ ଏହି ନିର୍ମାଣ ର ମାନ ସ୍ପଷ୍ଟ ଭାବରେ ପ୍ରମାଣିତ । ଏତେ ବଡ଼ କାର୍ୟ୍ଯ ଚାଲୁଛି ଅଥଚ କୋଣସି ବିଭାଗୀୟ ଅଧିକାରୀ ମାନେ କାମ ଚାଲୁଥିବା ସମୟରେ ପ୍ରାୟତଃ ଅନୁପସ୍ଥିତ ରୁହନ୍ତି । ନିର୍ମାଣଧୀନ କଠୋ ରୁ ପାଣି ଝରୁଥିବା ନେଇ କିଛି ଲୋକ ବିଭାଗୀୟ ଅଧିକାରୀ ଙ୍କୁ କହିଥିଲେ , ବିଭାଗୀୟ ଅଧିକାରୀ ମାନଙ୍କ ଉତ୍ତର ଥିଲା ଯେ ଛାତ ଉପର ଜଳ ନିରୋଧକ ପେଣ୍ଟ ଲଗାଯିବ । ତେବେ ପ୍ରଶ୍ନ ହେଉଛି ଯେ ପ୍ରଥମେ ନିମ୍ନ ମାନର ନିର୍ମାଣ ଓ ତାକୁ ଲୁଚେଇବାଜୁ ପେଣ୍ଟ ବ୍ୟବହାର କରାଯିବା କଥା କହିବା କେତେଦୂର ଯୁକ୍ତିଯୁକ୍ତ ? ଲୋକଙ୍କ ଧାର୍ମିକ ଭାବାବେଗ ସହିତ ଜଡିତ ଓ ଓଡିଶା ପର୍ଯଟନ ରେ ସ୍ୱତନ୍ତ୍ର ସ୍ଥାନ ରଖିଥିବା , ନୃସିଂହନାଥ ମନ୍ଦିର ଭଳି ପବିତ୍ର ପୁଣ୍ୟପୀଠ ରେ ନିର୍ମାଣ କାର୍ୟ୍ଯ ପାଇଁ ସରକାର ପ୍ରଚୁର ପରିମାଣ ରେ ଅର୍ଥ ବ୍ୟୟ କରୁଛନ୍ତି ହେଲେ ଦୁର୍ଭାଗ୍ୟ ର ବିଷୟ ଯେ ବିଭାଗୀୟ ଅଧିକାରୀ ମାନଙ୍କ ଅପାରଗତା ଓ ଖାମଖିଆଳି ମନୋଭାବ କାରଣରୁ ଓ ଜିଲ୍ଳା ପ୍ରଶାସନ ର ପ୍ରତକ୍ଷ ନିରୀକ୍ଷଣ ଅଭାବ ରୁ ନା ତ ସରକାର ଙ୍କର ମହତ ଉଦ୍ୟେଶ ପୂରଣ ହୋଇ ପାରିବ ନା ତ ଏହି ସବୁ ଲୋକଙ୍କ କାମରେ ଆସି ପାରିବ । କାର୍ୟ୍ଯ ତଦାରଖ କରିବା ପାଇଁ ନିୟୋଜିତ ବିଭାଗ ର ଅଧିକାରୀ ଯଦି ଠିକ ଭାବରେ ନିଜର ଦାଇତ୍ୱ ସମ୍ପାଦନ କରିଥାନ୍ତେ ତେବେ ନିର୍ମାଣାଧୀନ ଏହି କୋଠା ରୁ ପାଣି ଝରୁ ନ ଥାନ୍ତା । ଏଣୁ ବରଗଡ଼ ଜିଲ୍ଲାପାଳ ତଥା ରାଜ୍ୟ ସରକାର ତୁରନ୍ତ ଏହା ଉପରେ ଦୃଢ଼ ପଦକ୍ଷେପ ଗ୍ରହଣ କରିବା ପାଇଁ ତୀର୍ଥଯାତ୍ରୀ, ପର୍ଯଟକ ତଥା ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି ।।

0
0
0
s2sdefault