ହେଡଲାଇନସ୍:

ପ୍ରତାପଙ୍କ ଉଦ୍ୟମ ପାଇଁ ସଫଳ ହେବାକୁ ଯାଉଛି ମାହାଙ୍ଗାର ଦୁଃଖ କୁହାଯାଉଥିବା ଗୋବରୀ ନଦୀ ର ଉନ୍ନତିକରଣ କାର୍ଯ୍ୟ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ବହୁ ବର୍ଷର ସମସ୍ୟା ସମାଧାନ ହେବାକୁ ଯାଉଥିବାରୁ ବିଧାୟକ ଶ୍ରୀ ଜେନା ଙ୍କୁ କୃତଜ୍ଞତା ଜ୍ଞାପନ କଲେ ମାହାଙ୍ଗାର ବୁଦ୍ଧିଜୀବୀ, କୃଷକ, ବରିଷ୍ଟ ନାଗରିକ 

(ମାହାଙ୍ଗା - ଦେବେନ୍ଦ୍ର ଷଡ଼ଙ୍ଗୀ)- କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ମାହାଙ୍ଗା ବ୍ଲକ ଏକ କୃଷି ପ୍ରଧାନ ଅଞ୍ଚଳ ଅଟେ l ସମସ୍ତ ପଞ୍ଚାୟତର ଜନସାଧାରଣ ମୁଖ୍ୟତଃ କୃଷି ଉପରେ ନିର୍ଭର କରିଥାନ୍ତି l ସୂଚନାଥାଉକି ବହୁ ବର୍ଷ ଧରି ମାହାଙ୍ଗା ର ଦୁଃଖ କୁହାଯାଉଥିବା ଗୋବରୀ ନଦୀରେ ବନ୍ୟା ଆସିଲେ  ସ୍ଥାନୀୟ ଆଖ ପାଖ ଅଞ୍ଚଳର ପାଇକରାପୁର, ଚାହାପଡା ବରଦିଆ, ଜଳେଶ୍ଵରପୁର, ନୃର୍ତ୍ତାଙ୍ଗ, କୁଆଁପାଳ, ରାହାଣିଆ, ଶ୍ରୀକୃଷ୍ଣପୁର, ଲିଳିତଗିରି ଆଦି ଆଖପାଖ ବହୁ ପଞ୍ଚାୟତ ବାସୀଙ୍କ ମନରେ ଛନକା ପଶିଯାଏ, ଏପରିକି ଏହି ନଦୀରେ ବନ୍ୟା ଆସିବା ଦ୍ୱାରା ଜଳ ନିଷ୍କାସନ ସଠିକ ଭାବରେ ହୋଇପାରେ ନାହିଁ ଯାହାଦ୍ୱାରା ଧନଜୀବନ ହାନି ହେବା ସହିତ ମୁଖ୍ୟତଃ ଚାଷୀ ଭାଇମାନଙ୍କ ଚାଷଜମିରେ ପାଣି ପଶିଯାଏ ଫଳରେ ହଜାର ହଜାର ହେକ୍ଟର ଚାଷଜମି ରେ ଲାଗିଥିବା ଫସଲ ନଷ୍ଟ ହୋଇଥାଏ l ତେବେ ଏହାର ସମସ୍ୟା ସମାଧାନ ସମ୍ପର୍କ ରେ ମାହାଙ୍ଗା ଅଞ୍ଚଳର ବୁଦ୍ଧିଜୀବୀ, କୃଷକ, ବରିଷ୍ଟ ମୁରବିମାନେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କୁ ଅବଗତ କରାଇଥିଲେ l ବିଧାୟକ ଶ୍ରୀ ଜେନା ଏହି ଜନସାଧାରଣ ଙ୍କ ଦୁଃଖ ବୁଝିପାରୀ ମାହାଙ୍ଗା ଅଞ୍ଚଳର ବିକାଶ ପାଇଁ ଗୋବରୀ ନଦୀର ଡ୍ରେନେଜ ପ୍ରଣାଳୀ ରେ ଉନ୍ନତିକରଣ କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅବଗତ କରାଇଥିଲେ l ବିଧାୟକ ଶ୍ରୀ ଜେନାଙ୍କ ଉଦ୍ୟମ ଫଳରେ ଆଜି ଏହି ନଦୀର ଉନ୍ନତିକରଣ କାର୍ଯ୍ୟ ସଫଳ ହେବାକୁ ଯାଉଛି l ଓଡିଶା ସରକାର ଜଳସମ୍ପଦ ବିଭାଗ ସର୍ବୋପରି ଡ୍ରେନେଜ ବିଭାଗ କଟକ ଙ୍କ ପକ୍ଷରୁ ଗୋବରୀ ଡ୍ରେନେଜ ପ୍ରଣାଳୀ ର ଉନ୍ନତିକରଣ ପାଇଁ 6 କୋଟିରୁ ଉର୍ଦ୍ଧ ଟଙ୍କାର ଟେଣ୍ଡର ହୋଇଯାଇଛି l ଯେଉଁ ଟେଣ୍ଡର ବିଜ୍ଞପ୍ତି ଗଣମାଧ୍ୟମ ରେ ପ୍ରକାଶ ହେବା ପରେ ସାଧାରଣରେ ଆନନ୍ଦର ଲହରୀ ଖେଳିଯାଇଛି l ଟେଣ୍ଡର ବାହାରିଲା ପରେ କିପରି ଏହି କାର୍ଯ୍ୟକୁ ଖୁବ ଶ୍ରୀଘ୍ର ଆରମ୍ଭ କରାଯିବ ଯାହାଦ୍ୱାରା ଗୋବରୀ ନଦୀ ର ବନ୍ୟାଜଳ ପାଣି ନିଷ୍କାସନ ରେ ସୁଧାର ଆସିପାରିବ ଏବଂ ଜଳ ନିଷ୍କାସନ ସମସ୍ୟା ର ସମାଧାନ ହୋଇପାରିବ ସେ ନେଇ ବିଧାୟକ ଶ୍ରୀ ଜେନା ଜଳସମ୍ପଦ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଛନ୍ତି l ଏପରିକି  ବହୁ ବର୍ଷର ସମସ୍ୟା ଦୂରୀଭୁତ ହେବାକୁ ଯାଉଥିବାରୁ ସମଗ୍ର ଅଞ୍ଚଳର ବୁଦ୍ଧିଜୀବୀ, ବରିଷ୍ଟ ମୁରବି, କୃଷକ, ଆଇନଜୀବୀ, ଜନସାଧାରଣ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି l ଅପରପକ୍ଷରେ ବହୁ ଜନସାଧାରଣ ଙ୍କ କହିବା ମୁତାବକ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ର ଦାୟିତ୍ୱ ବିଧାୟକ ପ୍ରତାପ ଜେନା ନେବା ପର ଠାରୁ ମାହାଙ୍ଗା ରେ ବିକାଶର ସୁଅ ଛୁଟିଚାଲିଛି, ଯାହାପାଇଁ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଞ୍ଚଳବାସୀ ଙ୍କ ଆଶୀର୍ବାଦ ବିଧାୟକ ଶ୍ରୀ ଜେନା ଙ୍କ ପ୍ରତି ଅତୁଟ ରହିଛି, ଏକ ଶୁଭଙ୍କର ବିଜୟୀ ବିଧାୟକ ଭାବେ ବାରମ୍ବାର ମାହାଙ୍ଗା ବାସୀଙ୍କ ଆଶୀର୍ବାଦ ରେ ବିଜୟଲାଭ ହୋଇ ରାଜ୍ୟ ସରକାରଙ୍କ ବହୁ ବିଭାଗର ମନ୍ତ୍ରୀ ଦାୟିତ୍ୱ ସମ୍ଭାଳିବା ସହିତ ସମଗ୍ର ଓଡ଼ିଶାରେ ମାହାଙ୍ଗା ର ସୁନାମ କୁ ଗୌରବାନ୍ୱିତ କରିପାରିଛନ୍ତି, ଏପରିକି ଆମ ସୁଖ ଦୁଃଖ ସବୁଥିରେ ସାଥି ହୋଇ ଜଣେ ଦରଦୀ ବନ୍ଧୁ ଭଳି ଛିଡା ହୋଇଛନ୍ତି ବୋଲି ବହୁ ଜନସାଧାରଣ ପ୍ରକାଶ କରିଛନ୍ତି l

0
0
0
s2sdefault