ବାସୁଦେବପୁର- ଶିକ୍ଷକଙ୍କ ନାମରେ ଆସିଲା ସଙ୍ଗୀନ ଅଭିଯୋଗ । ବିଦ୍ୟାଳୟରେ ଛାତ୍ରୀଙ୍କୁ କଲେ ଅସଦାଚରଣ । ପ୍ରଧାନ ଶିକ୍ଷକଙ୍କ ଅନୁପସ୍ଥିତିରେ ହୋଇଛି ଏଭଳି ଘଟଣା।
ପାଠ ନାମରେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଡାକି କରିଥିଲେ କିଛି ଖରାପ କାମ । ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକର ବାଲିମୁଣ୍ଡା ପଞ୍ଚାୟତର ଛିପଆଡିଆ ସରକାରକ ପ୍ରାଥମିକ ବିଦ୍ୟାଳୟରୁ । ଏହି ବିଦ୍ୟାଳୟର ରହିଛି ପ୍ରଥମରୁ ପଞ୍ଚମ ଶ୍ରେଣୀ । ୨୯ ଜଣ ଛାତ୍ରଛାତ୍ରୀଙ୍କୁ ଦୁଇଜଣ ଶିକ୍ଷକ । ମଙ୍ଗଳବାର ଦିନ ପ୍ରଧାନ ଶିକ୍ଷକ ଅନୁପସ୍ଥିତ ଥିବା ବେଳେ ଘଟିଛି ଘଟଣାଗୁଡିକ । ପଞ୍ଚମ ଶ୍ରେଣୀର ଛାତ୍ରୀଙ୍କୁ ଅସଦାଚରଣ ଆଚରଣ ପ୍ରଦର୍ଶନ କରିଥିଲେ ଶିକ୍ଷକ । ଛାତ୍ରୀ ଜଣଙ୍କ ପରିବାର ଲୋକମାନଙ୍କ ପାଖରେ କହିବାରୁ ପରଦିନ ବୁଧବାର ଛାତ୍ରୀଙ୍କ ବାପା ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଜଣାଇଥିଲେ । ଶିକ୍ଷକ ଅଜୟ କୁମାର ବେହେରା ଅନୁପସ୍ଥିତ ଥିବାରୁ ବୁଝିବେ ବୋଲି କହି ଫେରାଇ ଦେଥିଲେ । ବାପା କାର୍ତ୍ତିକ ବେରା ନିରାଶ ହୋଇ ସ୍କୁଲରୁ ଫେରିବା ପରେ ନାୟକାଣିଡିହି ଥାନାର ଲିଖିତ ଅଭିଯୋଗ କରିଥିଲେ । ଥାନା ଅଧିକାରୀ ଘଟଣାର ତଦନ୍ତ କରି ଶିକ୍ଷକ ଅଜୟ କୁମାର ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ପ୍ରଧାନ ଶିକ୍ଷକ କହିଛନ୍ତି ଘଟଣା ଦିନ ଅନୁପସ୍ଥିତ ଥିଲେ ।
ରାଜ୍ୟ
ଛାତ୍ରୀ ଙ୍କୁ ଅସଦାଚରଣ କରି ଥିବା ଅଭିଯୋଗ ରେ ଶିକ୍ଷକ ଗିରଫ .
- Hits: 211








