ହେଡଲାଇନସ୍:

ଗାଧୋଇବାକୁ ଯାଇ କେନାଲ ରେ ଭାସିଯାଇ ବୃଦ୍ଧ ମୃତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଢେଙ୍କାନାଳ/ରବିନ୍ ଦାସ ; ପରଜଙ୍ଗ ଥାନା ଅନ୍ତର୍ଗତ ଗେଙ୍ଗୁଟିଆ ଅଞ୍ଚଳ ଦେଇ ଯାଇଥିବା ରେଙ୍ଗାଳି ବାମ ପାର୍ଶ୍ଵ କେନାଲରେ ଜଣେ ଚାଷୀ ଗାଧୋଇ ବାକୁ ଯାଇ ଗତକାଲି ପାଣିରେ ଭାସି ଯାଇଥିଲେ । ସୂଚନା ଅନୁଯାୟୀ ଗେଙ୍ଗୁଟିଆ ଗ୍ରାମର ଚାଷୀ ଅନ୍ତର୍ଯ୍ୟାମୀ ସାହୁ ବୟସ (୬୦) ଚାଷ କାମ ସାରି କେନାଲ କୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ସମୟରେ ଦୁର୍ଭାଗ୍ୟବଶତଃ ସେ ପାଣିରେ ଭାସି ଯାଇଥିଲେ । ଗାଧୋଇବାକୁ ଯାଇ ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ବର୍ଗ ତାଙ୍କୁ ଖୋଜିଥିଲେ । ପରେ ଜାଣିବାକୁ ପାଇଥିଲେ ଯେ ସେ କେନାଲ ପାଣି ପ୍ରଖର ସୁଅରେ ଭାସି ଯାଇଛନ୍ତି । ଖବର ପାଇ ପରଜଙ୍ଗ ଅଗ୍ନିଶମ ବାହିନୀ ପହଞ୍ଚି ରାତି ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ ମଧ୍ୟ ଅନ୍ତର୍ଯ୍ୟାମୀ କୁ ପାଇନଥିଲେ । ଆଜି ସକାଳ ୮ ଟା ବେଳେ କେନାଲ ରେ ଅନ୍ତର୍ଯ୍ୟାମୀ ଗାଧୋଇବା ସ୍ଥାନରେ ତାଙ୍କର ଶବ ମିଳିଥିଲା । ଶବକୁ ବ୍ୟବଛେଦ ପାଇଁ ପରଜଙ୍ଗ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିବା ଜଣାପଡ଼ିଛି ।

0
0
0
s2sdefault