ନବରଙ୍ଗପୁର/ଅଶୋକ ସାହୁ:. ସରକାରୀ କାର୍ଯ୍ୟାଳୟ ରେ ପିସି କାରବାର ବନ୍ଦ କରିବା ପାଇଁ ସରକାର ଅତ୍ୟନ୍ତ ସଚେତନ ଥିବାର ପ୍ରଚାର ହେଉଥିବା ବେଳେ ଉପାନ୍ତ ଅଂଚଳରେ ଏହାର ବିପରୀତ ଦେଖିବାକୁ ମିଳୁଛି । ବଡ ବଡ ଠିକାଦାର ଏବଂ ଲକ୍ଷ ଲକ୍ଷ ଟଙ୍କା ର ସରକାରୀ କାର୍ଯ୍ୟ କରୁଥିବା ଲୋକଙ୍କ ଠାରୁ ପିସି ଆଦାୟ କରୁଥିବା ର ଦୃଷ୍ଟାନ୍ତ ଅନେକ ସମୟରେ ଦେଖିବାକୁ ମିଳୁଥିବା ବେଳେ ମାତ୍ର କୋଡିଏ ହଜାର ଟଙ୍କା ର ଏକ ବିଲ କରିବାକୁ ପିସି ମାଗୁଥିବା ନେଇ ଅଭିଯୋଗ ହୋଇଛି । ଲିଖିତ ଅଭିଯୋଗ ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଦିଆ ଯାଇଛି । ମିଳିଥିବା ସୂଚନା ଅନୁସାରେ ଗତ ବର୍ଷ ନନ୍ଦାହାଣ୍ଡି ବ୍ଲକ ରେ ଝାଡ଼ାବାନ୍ତି ବ୍ୟାପିଥିଲା । ସେହି ସମୟରେ ଯୁଦ୍ଧ କାଳୀନ ଭିତ୍ତି ରେ ଗ୍ରାମ ର ଡ୍ରେନ ସଫା କରିବା ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବ ଶଙ୍କର ମୁର୍ମୁ ନିର୍ଦେଶ ଦେଇଥିଲେ ଏବଂ ଡ୍ରେନ ସଫା କରାଯାଇଥିଲା । କିନ୍ତୁ ପ୍ରାୟ ଏକ ବର୍ଷ ବିତି ଯାଇଥିଲେ ସୁଦ୍ଧା ଡ୍ରେନ ସଫା କରାଯାଇଥିବା ର ବିଲ କରାଯାଇ ନାହିଁ । ଏ ନେଇ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ନ ମିଳିନଥିଲା ।ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ରେ ଅଭିଯୋଗ କରିବା ପାଇଁ କହିବା ପରେ ଦୁଇ ଦିନ ମଧ୍ୟରେ ବିଲ କରିଦେବାର ପ୍ରତିଶୃତି ଦେଇ ଜିଲ୍ଲାପାଳ ଙ୍କୁ ନ ଜଣେଇବା ପାଇଁ ଅନୁରୋଧ କରିଥିଲେ । ତଥାପି ବିଲ କରିବାରେ ବିଳମ୍ବ କରାଯାଇଛି । ବାରମ୍ବାର ଗୁହାରି କରିବା ପରେ ମାତ୍ର କୋଡ଼ିଏ ହଜାର ଟଙ୍କା ବିଲ କରିଦେବା କୁହାଯାଇଥିଲା ଯାହା କି ଖର୍ଚ ଟଙ୍କା ଠାରୁ କମ ଅଛି । ଅଭିଯୋଗ କାରୀ ଙ୍କ କହିବା ଅନୁସାରେ ୨୦୦୦ ଟଙ୍କା ପିସି ନ ଦେଲେ ସେହି ବିଲ କରିବେ ନାହିଁ ବୋଲି ଜେଇ ମାନସ ରଞ୍ଜନ ସେଠି କହିଛନ୍ତି । ପିସି ପାଇଁ ମନା କରିବାରୁ ବିନା ପିସି ରେ ବ୍ଲକ କାର୍ଯ୍ୟାଳୟ ରେ କୌଣସି କାମ ହେଉନଥିବା ଏବଂ ବ୍ଲକ କାର୍ଯ୍ୟାଳୟରେ ସମସ୍ତେ ପିସି ନେଉଥିବା କହିଛନ୍ତି ଖୋଦ ଜେଇ । କାମ ଶେଷ କରିବାର ଏକ ବର୍ଷ ପରେ କମ ଟଙ୍କା ବିଲ କରି ପୁଣି ପିସି ପାଇଁ ବାଧ୍ୟ କରୁଥିବା ରୁ ଅତିଷ୍ଠ ହୋଇ ଅଭିଯୋଗକାରୀ ହରିହର ପାଇକ ଏକ ଲିଖିତ ଅଭିଯୋଗ ଗୋଷ୍ଠୀ ଉନ୍ନୟନ ଅଧିକାରୀ କ୍ଷୀରୋଦ ଚନ୍ଦ୍ର ସାହୁ ଙ୍କୁ ପ୍ରଦାନ କରିଛନ୍ତି । କରିଥିବା କାର୍ଯ୍ୟ ର ଉପଯୁକ୍ତ ବିଲ କରେଇବା ସହ ଜେଇ ଙ୍କ ବିରୁଦ୍ଧ ରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି ।
ରାଜ୍ୟ
ପିସି ମାଗିବା ନେଇ କନିଷ୍ଠ ଯନ୍ତ୍ରୀଙ୍କ ବିରୁଦ୍ଧ ରେ ଲିଖିତ ଅଭିଯୋଗ ।
- Hits: 303








