ହେଡଲାଇନସ୍:

ଡାଲମିଆ ଭାରତ ଓଡ଼ିଶାରେ ‘ବନ ମହୋତ୍ସବ’ ପାଳନ ଜରିଆରେ ପରିବେଶ ସଂରକ୍ଷଣକୁ ପ୍ରୋତ୍ସାହିତ କରୁଛି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୃକ୍ଷ ଚାରା ରୋପଣ ଅଭିଯାନର ଅଂଶଭାବରେ ୩୨୦୦ରୁ ଅଧିକ ଚାରା ରୋପିତ

ଭୁବନେଶ୍ୱର, ୧୩ ଜୁଲାଇ ୨୦୨୩ : ଭାରତରେ ଏକ ଅଗ୍ରଣୀ ସିମେଣ୍ଟ ଉତ୍ପାଦନକାରୀ ଡାଲମିଆ ଭାରତ ଲିମିଟେଡ (ଡିବିଏଲ୍‍) ଓଡ଼ିଶାରେ ସମ୍ପ୍ରତି ବାର୍ଷିକ ବନ ମହୋତ୍ସବ ବୃକ୍ଷ ଚାରା ରୋପଣ ଉତ୍ସବରେ ଅଂଶଗ୍ରହଣ କରି ପରିବେଶ କ୍ଷେତ୍ରରେ ଅଗ୍ରଣୀ ଭୂମିକା ନେବାର ପ୍ରତିବଦ୍ଧତାକୁ ପୁନଃଦୃଢୀକରଣ କରିଛି । ବନ ମହୋତ୍ସବ ଅଥବା ‘ଫରେଷ୍ଟ ଫେଷ୍ଟିଭାଲ’ ଭାରତରେ ପ୍ରତିବର୍ଷ ଏକ ସପ୍ତାହବ୍ୟାପୀ ବୃକ୍ଷ ଚାରା ରୋପଣ ଉତ୍ସବ ଭାବରେ ଜୁଲାଇ ମାସ ପ୍ରଥମ ସପ୍ତାହରେ ପାଳନ କରାଯାଉଛି । ଏହି ପ୍ରୟାସର ଅଂଶସ୍ୱରୂପ ଡିବିଏଲ୍‍ ବ୍ୟାପକ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ହାତକୁ ନେଇ ଏହାର ରାଜଗାଙ୍ଗପୁର ଏବଂ କଟକ ସିମେଣ୍ଟ ଉତ୍ପାଦନ କାରଖାନା ଚତୁର୍ପାଶ୍ୱର୍ରେ ରହିଥିବା ଜନପଦଗୁଡିକରେ ୩୨୦୦ରୁ ଅଧିକ ଚାରାରୋପଣ କରିବା ସହିତ ପରିବେଶ ସଂରକ୍ଷଣ ଏବଂ ଏକ ଦୀର୍ଘସ୍ଥାୟୀ ପୃଥିବୀ ନିର୍ମାଣ ନିମନ୍ତେ ସଚେତନତା ବୃଦ୍ଧି ଘଟାଇଥିଲା ।
ଏହି ପ୍ରୟାସ ସମ୍ପର୍କରେ ପ୍ରକାଶ କରି ଶ୍ରୀ ଚେତନ ଶ୍ରୀବାସ୍ତବ, ଏକ୍‍ଜିକୁ୍ୟଟିଭ ଡାଇରେକ୍ଟର, ଡିସିବିଏଲ୍‍ ଏବଂ ୟୁନିଟ୍‍ ହେଡ୍‍-ରାଜଗାଙ୍ଗପୁର କହିଛନ୍ତି, “ଡାଲମିଆ ଭାରତରେ ସମସ୍ତଙ୍କ ପାଇଁ ଏକ ଦୀର୍ଘସ୍ଥାୟୀ ଭବିଷ୍ୟତ ନିର୍ମାଣ ଆମ କାର୍ଯ୍ୟକାରିତାର କେନ୍ଦ୍ରବିନ୍ଦୁ ହୋଇଛି । ୨୦୨୩ ଆର୍ଥିକ ବର୍ଷରେ ଡିବିଏଲ୍‍ ରାଜଗାଙ୍ଗପୁର କାରଖାନା ଏବଂ ଲାଞ୍ଜିବେର୍ଣ୍ଣା ଖଣି ଅଞ୍ଚଳ ପରିସର ଏବଂ ଚତୁର୍ପାଶ୍ୱର୍ରେ ଉଲ୍ଲେଖନୀୟ ୨୦,୦୦୦ ଚାରା ରୋପଣ କରିଛି । ଆମେ ଏହି ମହତ୍‍ କାରଣ ପାଇଁ ଦୃଢ ପ୍ରତିବଦ୍ଧ ରହିଛୁ ଏବଂ ପରିବେଶ ସଂରକ୍ଷଣ ଏବଂ ଜଳବାୟୁ ପରିବର୍ତ୍ତନ ମୁକାବିଲା କାର୍ଯ୍ୟାନ୍ୱୟନ ପ୍ରତି ପ୍ରୟାସର ନେତୃତ୍ୱ ନେବା ଜାରି ରଖିବୁ । ଆମ କର୍ମଚାରୀ, ସ୍ଥାନୀୟ ଜନସାଧାରଣ ଏବଂ ସମ୍ପୃକ୍ତ ବିଭିନ୍ନ ଅଂଶୀଦାରଙ୍କ ନିକଟରୁ ଯେଉଁଭଳି ବିପୁଳ ସମର୍ଥନ ମିଳୁଛି ତାହା ଆମକୁ ଆନନ୍ଦିତ କରିଛି । ସାମୂହିକ ପ୍ରୟାସ ଦ୍ୱାରା ଆଗାମୀ ପିଢିଗୁଡିକ ପାଇଁ ଆମେ ଏକ ସବୁଜ ଭବିଷ୍ୟତ ସୃଷ୍ଟି କରିପାରିବୁ ।”
ଡିବିଏଲ୍‍ ପକ୍ଷରୁ ରାଜଗାଙ୍ଗପୁର କାରଖାନା ଚତୁର୍ପାଶ୍ୱର୍, କଲୋନୀ ଏବଂ ଡାଲମିଆ ବିଦ୍ୟା ମନ୍ଦିର ସ୍କୁଲ ଆଦି ସ୍ଥାନ ସହିତ ବିହାବନ୍ଧସ୍ଥିତ ଶ୍ରମିକ ସରକାରୀ ହାଇସ୍କୁଲଠାରେ ଏକ ଚାରା ରୋପଣ କାର୍ଯ୍ୟକ୍ରମ ଆୟୋଜନ କରିଥିଲା ଯେଉଁଥିରେ ୨୮୫୬ ବୃକ୍ଷଚାରା ସଫଳତାର ସହିତ ରୋପଣ କରାଯାଇଥିଲା । ଏଥିସହିତ କୁଆପାଣି, ବିହାବନ୍ଧ, ଗ୍ୟାନପାଲି ଏବଂ ଦାମପୋଶର କୃଷକମାନଙ୍କୁ ୨୩୧ଟି ଫଳବୃକ୍ଷ ଚାରା (ଆମ୍ବ, ଲେମ୍ବୁ ଓ ସପେଟା) ବଣ୍ଟନ କରାଯାଇଥିଲା । କଟକର କପିଳାସ ସିମେଣ୍ଟ ମାନୁଫାକ୍‍ଚରିଂ ୱାର୍କସ୍‍ (କେସିଏମ୍‍ଡବ୍ଲୁ)ଠାରେ କାରଖାନା ଚତୁର୍ପାଶ୍ୱର୍ ଓ ଆଖପାଖରେ ଥିବା ଛଅଟି ସରକାରୀ ସ୍କୁଲ, ଟାଙ୍ଗୀ ଥାନା, ଟାଙ୍ଗୀ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ କପିଳାସ ସିମେଣ୍ଟ କାରଖାନାରେ ୩୩୨ଟି ବୃକ୍ଷ ଚାରା ରୋପଣ କରାଯାଇଥିଲା । ଏତଦ୍‍ବ୍ୟତୀତ କେସିଏମ୍‍ଡବ୍ଲୁ କାରଖାନାର ଏକ୍‍ଜିକୁ୍ୟଟିଭ, କର୍ମଚାରୀ ଏବଂ ଭଗତପୁର ଗ୍ରାମବାସୀଙ୍କୁ ଜଙ୍ଗଲ ବିଭାଗର ମିଳିତ ସହଯୋଗରେ ୧୦୫୦ ଚାରା ବଣ୍ଟନ କରାଯାଇଥିଲା । ପୁନଶ୍ଚ କେସିଏମ୍‍ଡବ୍ଲୁ ଉଦ୍ୟାନକୃଷି ବିଭାଗ ଦ୍ୱାରା ଜୈବିକ ଖାଦ୍ୟ ପ୍ରସ୍ତୁତ କରାଯାଇ ଉକ୍ତ କାରଖାନାର କର୍ମଚାରୀଙ୍କୁ ବନ ମହୋତ୍ସବ ଅବସରରେ ଜୈବିକ ମଧ୍ୟାହ୍ନଭୋଜନ ଆକାରରେ ଯୋଗାଇ ଦିଆଯାଇଥିଲା । ଗ୍ରାମ ସରପଞ୍ଚ, ସ୍କୁଲ କମିଟି ସଦସ୍ୟବୃନ୍ଦ, ସିଆର୍‍ସିସି, ଆଶା କର୍ମୀ, ଅଙ୍ଗନବାଡି କର୍ମୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତିବିଶେଷ ଓ ଅନ୍ୟମାନଙ୍କ ଉପସ୍ଥିତିରେ ଏହି ଚାରାରୋପଣ କାର୍ଯ୍ୟକ୍ରମ ଅନୁÂିତ ହୋଇଥିଲା ।
ଆମ୍ବ, ପିସ୍ତା, କୃଷ୍ଣଚୁଡା, ବଉଳ, ରାଧାଚୁଡା ଏବଂ ନିମ ଆଦି ଚାରା ଏହି ଅବସରରେ ରୋପଣ କରାଯାଇଥିଲା । କମ୍ପାନୀ ବଇରି, ପରିଆ, ଗରୁଡଗାଁ, ସଫା, ଛତିଆ, ସୋଲର, କହ୍ନେଇପୁର, ଟାଙ୍ଗୀ କୋଟସାହି ଏବଂ ଉଚପଡା ଆଦି ୯ଟି ଗ୍ରାମପଞ୍ଚାୟତରେ ୨୦୨୪ ଆର୍ଥିକ ବର୍ଷରେ ୨୫୦୦ ବୃକ୍ଷ ଚାରା ବଣ୍ଟନ କରିବା ଲକ୍ଷ୍ୟ ରଖିଛି ।
ଡାଲମିଆ ଭାରତ ‘ସ୍ୱଚ୍ଛ ଓ ସବୁଜ ହେଉଛି ଲାଭଜନକ ଓ ଦୀର୍ଘସ୍ଥାୟୀ’ ବ୍ୟବସାୟିକ ଦର୍ଶନକୁ ଅନୁସରରଣ କରି ଜନସାଧାରଣ, ପୃଥିବୀ ଏବଂ ଉଦ୍ଭିଦ ନିମନ୍ତେ ଏକ ଦୀର୍ଘସ୍ଥାୟୀ ଭବିଷ୍ୟତ ନିର୍ମାଣ ପଥ ମଜଭୁତ କରୁଛି । ବିକଳ୍ପ ସମାଧାନ ଏବଂ ପ୍ରଯୁକ୍ତିକୁ ଉପଯୋଗ କରି କମ୍ପାନୀ ‘ଧୂସରରୁ ସବୁଜ’କୁ ରୂପାନ୍ତରିତ ହେବା ଏବଂ ପରିବେଶ ଉପରେ ପଡୁଥିବା ପ୍ରଭାବ ହ୍ରାସ କରିବା ଲକ୍ଷ୍ୟ ରଖିଛି । କମ୍ପାନୀ ୨୦୪୦ ସୁଦ୍ଧା ଅଙ୍ଗାରକ ବିଯୁକ୍ତ (କାର୍ବନ ନେଗେଟିଭ) ହେବା ନିମନ୍ତେ ପ୍ରତିବଦ୍ଧ ରହିଛି ।

0
0
0
s2sdefault