ହେଡଲାଇନସ୍:

୫-ଟି ବିଦ୍ୟାଳୟ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ମିଳିନାହିଁ ୫ ମାସର ଦରମା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଶିକ୍ଷାଦାନ ବନ୍ଦ ହେବାରୁ ଅନ୍ଧକାରମୟ ହେବାକୁ ଯାଉଛି ଛାତ୍ରୀଙ୍କ ଭବିଷ୍ୟତ

କନ୍ଧମାଳ( ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ଦେଖି ବାକୁ ମିଳିଛି I ବିଦ୍ୟାଳୟ ବାହାରର ଦୃଶ୍ୟ ଚକାଚକ ଦେଖାଯିବା ସହ ଭିତରେ ମାର୍ବଲ ଓ ଉନ୍ନତ ମାନର ଶ୍ରେଣୀ ଗୃହ ସାଙ୍ଗକୁ ଲ୍ୟାବ I ହେଲେ ଏହାର ଅସଲି ରୂପ ଅଲଗା ହୋଇ ଥିବା କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷୟତ୍ରୀ କୋହଭରା ହୃଦୟରେ ଦୁଃଖ ବଖାଣି ଛନ୍ତି I ଏହି ୫ଟି ବିଦ୍ୟାଳୟରେ ଶିକ୍ଷାଦାନ କରୁଥିବା ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ୫ ମାସ ଧରି ଦରମା ବନ୍ଦ ହେବାରୁ ଭୋକ ଉପାସରେ ପରିବାର I ଅନ୍ୟପକ୍ଷରେ ଶିକ୍ଷକ ଓ ଶିକ୍ଷୟତ୍ରୀ ଶିକ୍ଷାଦାନ ବନ୍ଦ କରୁବାରୁ ଅନିଶ୍ଚିତତା ମଧ୍ୟରେ ଛାତ୍ରୀଙ୍କ ଭବିଷ୍ୟତ I ସୂଚନା ଅନୁସାରେ ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ ଗ୍ରେସିଙ୍ଗିଆ ପଞ୍ଚାୟତ ଅଧୀନରେ ଥିବା ବନଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି I ଖବର ପ୍ରକାରେ ଉକ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କାର୍ଯ୍ୟରତ କର୍ମକର୍ତ୍ତା କୌଣସି କାରଣ ବଶତଃ ୫ ମାସ ହେଲା ଦରମା ନ ପାଇ ଭୋକ ଉପାସ ଏବଂ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହିଥିବା କହିଛନ୍ତି I ବନଶ୍ରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଦ୍ୟୁତ ପ୍ରଭା ଦାଶ, ସ୍ୱପ୍ନା କୁମାରୀ ଗୌଡ଼, ଜିତେନ୍ଦ୍ର କୁମାର ସାମଲ, ପୁଷ୍ପଲତା ନାୟକ, ମମତା ନାୟକ ବାମନ ଚନ୍ଦ୍ର ପ୍ରଧାନ, ଦେବେନ୍ଦ୍ର କୁମାର ପଣ୍ଡା, ରାଜେନ୍ଦ୍ର ବଡ଼ତ୍ୟା ପ୍ରମୁଖ ବ୍ଲକ ତଥା ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ତାଙ୍କ ମାସିକ ଦରମା ନ ପାଇବାର କାରଣ ବିଷୟରେ ଅବଗତ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିଲା ନାହିଁ I ୫ ମାସ ବିନା ଦରମାରେ ପିଲାଙ୍କୁ ପାଠ ପଢ଼େଇ ନିଜର ପରିବାର ଗୁଜୁରାଣ ରେ ବ୍ୟାଘାତ ସୃଷ୍ଟି ହୋଇ ମାନସିକ ସନ୍ତୁଳନ ହରେଇ ବସି ବିଦ୍ୟାଳୟ ଯାଇ ମଧ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷାଦାନରୁ ନିବୃତ ରହୁଥିବା ଛାତ୍ରୀମାନେ ଅଭିଯୋଗ କରିଛନ୍ତି I ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀଙ୍କ କହିବା ପ୍ରକାରେ ଶିକ୍ଷକ ତଥା ଶିକ୍ଷୟିତ୍ରୀ ବିଦ୍ୟାଳୟକୁ ଆସି ଆମ୍ଭକୁ ପାଠ ନ ପଢ଼ାଇବାରୁ ଆମର ଶିକ୍ଷା ଅଧ୍ୟୟନରେ ବିଶେଷ ବାଧା ଉପୁଜୁଛି I ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅନୁରୋଧ କରି ଯଥାଶୀଘ୍ର ଶିକ୍ଷା ବ୍ୟବସ୍ଥ ରେ ସୁଧାର ଆଣିବାକୁ ବିନିତ ଅନୁରୋଧ କରିଛନ୍ତି ଛାତ୍ରୀ I ଘଟଣା ସମ୍ପର୍କରେ ଆମେ ଜିଲ୍ଲା ଶିକ୍ଷାଧିକାରୀଙ୍କ ମତାମତ ନେବା ପାଇଁ ଫୋନ ଯୋଗେ ଯୋଗାଯୋଗ କରି ଥିଲୁ I କିନ୍ତୁ ଫୋନ ଯୋଗେ ମତାମତ ମିଳି ପାରି ନାହିଁ I ଏହି ଘଟଣା ପ୍ରଚାରିତ ହେବା ପରେ ଅଞ୍ଚଳର ଜନସାଧାରଣ, ଶିକ୍ଷାବିତ, ସମାଜସେବୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇବା ସହ ଯଥା ଶୀଘ୍ର ସମସ୍ୟାର ସମାଧାନ ପାଇଁ ସାଧାରଣରେ ଦାବୀ ହେଉଛି I

0
0
0
s2sdefault